Categories: ଜାତୀୟ

ଯାତ୍ରା ରଦ୍ଦ ପରେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିବା ପରେ ସେଠାରେ ଯାତ୍ରାକୁ ଅଟକାଇ ଦିଆଯାଇଛି। ସୁୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ ଅଟକାଇବାକୁ ପଡ଼ିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି ମାମଲାକୁ ନେଇ ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ଯାତ୍ରା ସମୟରେ ପୋଲିସ ବ୍ୟବସ୍ଥାରେ ତ୍ରୁଟି ରହିଥିଲା। ଭିଡ଼କୁ ନିୟନ୍ତ୍ରଣ କରୁଥିବା ପୋଲିସ କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ତାଙ୍କର ସୁରକ୍ଷାକର୍ମୀମାନେ ଯାତ୍ରା ଆଗକୁ ବଢ଼ାଇବା ପାଇଁ ବାରଣ କରିଥିଲେ ବୋଲି ରାହୁଲ କହିଛନ୍ତି। ଫଳରେ ଉକ୍ତ ଯାତ୍ରାକୁ ବାତିଲ କରିବାକୁ ପଡ଼ିଥିଲା। ଏତଦ୍‌ ବ୍ୟତୀତ କଂଗ୍ରେସ ନେତା ମନ୍ତ୍ରୀ ମଧ୍ୟ ଯାତ୍ରା ଆଗକୁ ନ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ତେଣୁ ସେ ଯାତ୍ରାରୁ ବାହାରିଯାଇଥିଲେଏବଂ ଅନ୍ୟମାନେ ପଦଯାତ୍ରା କରିଥିଲେ ବୋଲି ରାହୁଲ କହିଛନ୍ତି।

Share