ସୁପ୍ତରୁ ସକ୍ରିୟ ହେଲା କଂଗ୍ରେସ

ସମ୍ବଲପୁର,୧୯ା୩(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ନିଶ୍ଚିତ ହୋଇ ପାରିନାହିଁ। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଦଳରେ ଏକାଧିକ ଟିକେଟ୍‌ ଆଶାୟୀ । ତେବେ ନିର୍ବାଚନୀ ଇସ୍ତାହାର ‘କଂଗ୍ରେସର ଗ୍ୟାରେଣ୍ଟି’କୁ ପାଥେୟ କରି କଂଗ୍ରେସ ନିର୍ବାଚନୀ ବୈତରଣୀ ପାରି ହେବା ଲକ୍ଷ୍ୟରେ ପ୍ରସ୍ତୁତି ଆରମ୍ଭ କରିଛି । ବିଜେଡି-ଭାଜପା ମେଣ୍ଟ ହେଲେ ଫାଇଦାରେ କଂଗ୍ରେସ ରହିବ ବୋଲି ଚାରିଆଡ଼େ ଗୋଟେ ଘୋ ସୃଷ୍ଟି ହେବା ପରେ ଦଳୀୟ ଆଶାୟୀଙ୍କ ସଂଖ୍ୟା ବଢ଼ିଯାଇଛି। ଦୀର୍ଘବର୍ଷ ହେବ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଏବେ ଯେମିତି ସକ୍ରିୟ ହୋଇଉଠିଛି। ହେଲେ ଏକାଧିକ ଟିକେଟ୍‌ ଆଶାୟୀଙ୍କୁ ନେଇ ଦ୍ୱନ୍ଦ୍ୱରେ ଶୀର୍ଷ ନେତୃତ୍ୱ।
ବିଧାନସଭା ଆସନ ପାଇଁ ସମ୍ଭାବ୍ୟ ଆଶାୟୀଙ୍କ ମଧ୍ୟରେ ସାମାଜିକ କର୍ମୀ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ତ୍ୟାଗ’ର ପ୍ରତିଷ୍ଠାତା ଦୁର୍ଗା ପାଢ଼ୀ, ଜିଲା କ୍ରୀଡ଼ା ସଂଘ ଉପସଭାପତି ଦୁଲାଲ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ତଥା ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜିତେନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପୁତୁରା ଅମିତ ଗୁରୁ, ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜିଲା ସଭାପତି ଜୟଶଙ୍କର ମିଶ୍ରଙ୍କ ନାମ ତାଲିକାରେ ରହିଛି। ଏମାନଙ୍କ ମଧ୍ୟରେ ଦୁଲାଲ ପ୍ରଧାନ ସମ୍ବଲପୁର ସହ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା କୁହାଯାଉଛି। ସେ ଜଣେ କ୍ରୀଡ଼ା ସଂଗଠକ ଭାବେ ନିଜର ସମର୍ଥକ ଜୁଟାଇବାରେ ଲାଗିଛନ୍ତି। ସାମାଜିକ କର୍ମୀ ଦୁର୍ଗା ପାଢ଼ୀ ପେସାରେ ଆଇନଜୀବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ତ୍ୟାଗ’ର ପ୍ରତିଷ୍ଠାତା ସଦସ୍ୟ। କୋଭିଡ୍‌ ସମୟରେ ତାଙ୍କ ନେତୃତ୍ୱରେ ତ୍ୟାଗର ସ୍ବେଚ୍ଛାସେବୀମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଭିମ୍‌ସାରରେ ଚିକି ତ୍ସିତ ୫୦ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଓ ପରିଜନଙ୍କୁ ରନ୍ଧାଖାଦ୍ୟ ବିତରଣ କରି ସବୁ ମହଲରେ ପ୍ରଶଂସିତ ହେବା ସହ ଅନେକ ସମ୍ମାନ ପାଇଛନ୍ତି। ତେଣୁ ସେ ନିଜର ସମର୍ଥକଙ୍କ ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଥିବା ଦେଖିବାକୁ ମିଳୁଛି। ସେ ୧୯୯୫ରୁ କଂଗ୍ରେସ ସହିତ ଯୋଡ଼ି ହୋଇରହିଛନ୍ତି।
କଂଗ୍ରେସର ଅନ୍ୟତମ ପରିଚିତ ଚେହେରା ନବନିଯୁକ୍ତ ଜିଲା ସଭାପତି ଜୟଶଙ୍କର ମିଶ୍ର ମଧ୍ୟ ଜଣେ ଆଶାୟୀ । ସେ ଛାତ୍ରଜୀବନରୁ କଂଗ୍ରେସ ସହିତ ଜଡ଼ିତ ହୋଇ ରହିଛନ୍ତି। ଜୟଶଙ୍କର ଅନେକ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରୀୟ ନେତୃବର୍ଗଙ୍କ ସହ କାର୍ଯ୍ୟ କରିଛନ୍ତି। ଦୀର୍ଘଦିନରୁ ସମ୍ବଲପୁରରେ କଂଗ୍ରେସ ସଂଗଠନକୁ ବଞ୍ଚାଇ ରଖିବାରେ ତାଙ୍କର ପ୍ରମୁଖ ଭୂମିକାକୁ ଅସ୍ବୀକାର କରାଯାଇ ନ ପାରେ। ସେହିପରି ଜିତେନ୍ଦ୍ର ପ୍ରଧାନ ବର୍ତ୍ତମାନ ରାଜ୍ୟ କଂଗ୍ରେସ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ରହିଛନ୍ତି। ସେ ତିନିଥର ଜିଲା ଓବିସି ମୋର୍ଚ୍ଚାର ଅଧ୍ୟକ୍ଷ ରହିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାର ସଂଯୋଜକ ଭାବେ ତାଙ୍କ ଦାୟିତ୍ୱକୁ ସୁରାରୁରୂପେ ନିର୍ବାହ କରି ଉଭୟ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ପ୍ରିୟଭାଜନ ହୋଇପାରିଥିଲେ। ବର୍ତ୍ତମାନ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ଓବିସି ମୋର୍ଚ୍ଚ ପକ୍ଷରୁ ଦାବି ଆରମ୍ଭ ହୋଇଛି। ଜିତେନ୍ଦ୍ର ମଧ୍ୟ ଏହି କୋଟାରେ ଟିକେଟ୍‌ ଆଶାୟୀ ଥିବାବେଳେ ଓବିସି ସମର୍ଥନରେ ନିର୍ବାଚନରେ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି।
ତାଲିକାରେ ଥିବା ଅମିତି ଗୁରୁ କଂଗ୍ରେସର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପୁତୁରା ଓ ଦଳର ଜଣେ ସକ୍ରିୟ ସଦସ୍ୟ। ବର୍ତ୍ତମାନ ଅମିତ ରାଜ୍ୟ କଂଗ୍ରେସ ସମ୍ପାଦକ ପଦବୀରେ ରହିଛନ୍ତି। ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ସହିତ ଅମିତଙ୍କ ଘନିଷ୍ଠତା ରହିଥିବା ବେଳେ ସେ କଂଗ୍ରେସ ପରିବାରରୁ ଆସିଥିବାରୁ ଦଳର କେତେକ ପକେଟ ଭୋଟ୍‌ ତାଙ୍କ ସପକ୍ଷରେ ରହିଥିବା ଅନୁମାନ କରାଯାଏ। ତେବେ ଆଗାମୀ ଦିନରେ କଂଗ୍ରେସ କେଉଁ ପ୍ରାର୍ଥୀଙ୍କୁ ଚୟନ କରୁଛି, ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri