ସୁପ୍ତରୁ ସକ୍ରିୟ ହେଲା କଂଗ୍ରେସ

ସମ୍ବଲପୁର,୧୯ା୩(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ନିଶ୍ଚିତ ହୋଇ ପାରିନାହିଁ। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଦଳରେ ଏକାଧିକ ଟିକେଟ୍‌ ଆଶାୟୀ । ତେବେ ନିର୍ବାଚନୀ ଇସ୍ତାହାର ‘କଂଗ୍ରେସର ଗ୍ୟାରେଣ୍ଟି’କୁ ପାଥେୟ କରି କଂଗ୍ରେସ ନିର୍ବାଚନୀ ବୈତରଣୀ ପାରି ହେବା ଲକ୍ଷ୍ୟରେ ପ୍ରସ୍ତୁତି ଆରମ୍ଭ କରିଛି । ବିଜେଡି-ଭାଜପା ମେଣ୍ଟ ହେଲେ ଫାଇଦାରେ କଂଗ୍ରେସ ରହିବ ବୋଲି ଚାରିଆଡ଼େ ଗୋଟେ ଘୋ ସୃଷ୍ଟି ହେବା ପରେ ଦଳୀୟ ଆଶାୟୀଙ୍କ ସଂଖ୍ୟା ବଢ଼ିଯାଇଛି। ଦୀର୍ଘବର୍ଷ ହେବ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଏବେ ଯେମିତି ସକ୍ରିୟ ହୋଇଉଠିଛି। ହେଲେ ଏକାଧିକ ଟିକେଟ୍‌ ଆଶାୟୀଙ୍କୁ ନେଇ ଦ୍ୱନ୍ଦ୍ୱରେ ଶୀର୍ଷ ନେତୃତ୍ୱ।
ବିଧାନସଭା ଆସନ ପାଇଁ ସମ୍ଭାବ୍ୟ ଆଶାୟୀଙ୍କ ମଧ୍ୟରେ ସାମାଜିକ କର୍ମୀ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ତ୍ୟାଗ’ର ପ୍ରତିଷ୍ଠାତା ଦୁର୍ଗା ପାଢ଼ୀ, ଜିଲା କ୍ରୀଡ଼ା ସଂଘ ଉପସଭାପତି ଦୁଲାଲ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ତଥା ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜିତେନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପୁତୁରା ଅମିତ ଗୁରୁ, ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜିଲା ସଭାପତି ଜୟଶଙ୍କର ମିଶ୍ରଙ୍କ ନାମ ତାଲିକାରେ ରହିଛି। ଏମାନଙ୍କ ମଧ୍ୟରେ ଦୁଲାଲ ପ୍ରଧାନ ସମ୍ବଲପୁର ସହ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା କୁହାଯାଉଛି। ସେ ଜଣେ କ୍ରୀଡ଼ା ସଂଗଠକ ଭାବେ ନିଜର ସମର୍ଥକ ଜୁଟାଇବାରେ ଲାଗିଛନ୍ତି। ସାମାଜିକ କର୍ମୀ ଦୁର୍ଗା ପାଢ଼ୀ ପେସାରେ ଆଇନଜୀବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ତ୍ୟାଗ’ର ପ୍ରତିଷ୍ଠାତା ସଦସ୍ୟ। କୋଭିଡ୍‌ ସମୟରେ ତାଙ୍କ ନେତୃତ୍ୱରେ ତ୍ୟାଗର ସ୍ବେଚ୍ଛାସେବୀମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଭିମ୍‌ସାରରେ ଚିକି ତ୍ସିତ ୫୦ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଓ ପରିଜନଙ୍କୁ ରନ୍ଧାଖାଦ୍ୟ ବିତରଣ କରି ସବୁ ମହଲରେ ପ୍ରଶଂସିତ ହେବା ସହ ଅନେକ ସମ୍ମାନ ପାଇଛନ୍ତି। ତେଣୁ ସେ ନିଜର ସମର୍ଥକଙ୍କ ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଥିବା ଦେଖିବାକୁ ମିଳୁଛି। ସେ ୧୯୯୫ରୁ କଂଗ୍ରେସ ସହିତ ଯୋଡ଼ି ହୋଇରହିଛନ୍ତି।
କଂଗ୍ରେସର ଅନ୍ୟତମ ପରିଚିତ ଚେହେରା ନବନିଯୁକ୍ତ ଜିଲା ସଭାପତି ଜୟଶଙ୍କର ମିଶ୍ର ମଧ୍ୟ ଜଣେ ଆଶାୟୀ । ସେ ଛାତ୍ରଜୀବନରୁ କଂଗ୍ରେସ ସହିତ ଜଡ଼ିତ ହୋଇ ରହିଛନ୍ତି। ଜୟଶଙ୍କର ଅନେକ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରୀୟ ନେତୃବର୍ଗଙ୍କ ସହ କାର୍ଯ୍ୟ କରିଛନ୍ତି। ଦୀର୍ଘଦିନରୁ ସମ୍ବଲପୁରରେ କଂଗ୍ରେସ ସଂଗଠନକୁ ବଞ୍ଚାଇ ରଖିବାରେ ତାଙ୍କର ପ୍ରମୁଖ ଭୂମିକାକୁ ଅସ୍ବୀକାର କରାଯାଇ ନ ପାରେ। ସେହିପରି ଜିତେନ୍ଦ୍ର ପ୍ରଧାନ ବର୍ତ୍ତମାନ ରାଜ୍ୟ କଂଗ୍ରେସ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ରହିଛନ୍ତି। ସେ ତିନିଥର ଜିଲା ଓବିସି ମୋର୍ଚ୍ଚାର ଅଧ୍ୟକ୍ଷ ରହିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାର ସଂଯୋଜକ ଭାବେ ତାଙ୍କ ଦାୟିତ୍ୱକୁ ସୁରାରୁରୂପେ ନିର୍ବାହ କରି ଉଭୟ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ପ୍ରିୟଭାଜନ ହୋଇପାରିଥିଲେ। ବର୍ତ୍ତମାନ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ଓବିସି ମୋର୍ଚ୍ଚ ପକ୍ଷରୁ ଦାବି ଆରମ୍ଭ ହୋଇଛି। ଜିତେନ୍ଦ୍ର ମଧ୍ୟ ଏହି କୋଟାରେ ଟିକେଟ୍‌ ଆଶାୟୀ ଥିବାବେଳେ ଓବିସି ସମର୍ଥନରେ ନିର୍ବାଚନରେ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି।
ତାଲିକାରେ ଥିବା ଅମିତି ଗୁରୁ କଂଗ୍ରେସର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପୁତୁରା ଓ ଦଳର ଜଣେ ସକ୍ରିୟ ସଦସ୍ୟ। ବର୍ତ୍ତମାନ ଅମିତ ରାଜ୍ୟ କଂଗ୍ରେସ ସମ୍ପାଦକ ପଦବୀରେ ରହିଛନ୍ତି। ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ସହିତ ଅମିତଙ୍କ ଘନିଷ୍ଠତା ରହିଥିବା ବେଳେ ସେ କଂଗ୍ରେସ ପରିବାରରୁ ଆସିଥିବାରୁ ଦଳର କେତେକ ପକେଟ ଭୋଟ୍‌ ତାଙ୍କ ସପକ୍ଷରେ ରହିଥିବା ଅନୁମାନ କରାଯାଏ। ତେବେ ଆଗାମୀ ଦିନରେ କଂଗ୍ରେସ କେଉଁ ପ୍ରାର୍ଥୀଙ୍କୁ ଚୟନ କରୁଛି, ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri