Categories: ଜାତୀୟ

ସାମ୍‌ ପିଟ୍ରୋଡାଙ୍କୁ ୟୁରୋପ ଦାୟିତ୍ୱ ଦେଲା କଂଗ୍ରେସ…

ନୂଆଦିଲ୍ଲୀ,୧୧।୭: କଂଗ୍ରେସ ପକ୍ଷରୁ ୟୁରୋପର ୨୩ ଟି ଦେଶରେ ଦଳର ପ୍ରଚାର ଏବଂ ପ୍ରସାର ଦାୟିତ୍ୱ ସାମ୍‌ ପିଟ୍ରୋଡାଙ୍କୁ ପ୍ରଦାନ କରାଯାଇଛି। ଭାରତରେ ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରେ ସାମ୍‌ଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ ସମୟରେ ଦେଶରେ ସୂଚନା ପ୍ରଯୁକ୍ତି ବିକାଶର ପ୍ରଥମ ପର୍ଯ୍ୟାୟରେ ସାମ୍‌ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏବେ କଂଗ୍ରେସ ପକ୍ଷରୁ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ସହିତ ଇଟାଲୀ ପାଇଁ କଂଗ୍ରେସ ପକ୍ଷରୁ ଦିଲ୍‌ ବାଗ୍‌ ଚନ୍ନାଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ସ୍ବିଜରଲାଣ୍ଡ ପାଇଁ ଜୟ କୋଚଟ୍ଟୁ, ସ୍ବିଡେନର ଦାୟିତ୍ୱ ସୋନିଆ ହେଲ୍ହଷ୍ଟଡ୍‌, ଅଷ୍ଟ୍ରିଆରେ ସୁନୀଲ କୋରା, ବେଲଜିୟମ୍‌ରେ ସୁଖିଓ୍ବନ ପ୍ରୀତ୍‌ ସିଂ, ହଲାଣ୍ଡରେ ହରପିନ୍ଦର ସିଂ ଘାଗ୍‌ ଏବଂ ପୋଲାଣ୍ଡରେ ଅମରଜିତ ସିଂଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି।

Share