Categories: ଜାତୀୟ

କଂଗ୍ରେସ ନେତା ଅର୍ଚ୍ଚନା ଗୌତମଙ୍କ ଭିଡିଓ ଭାଇରାଲ, ତିରୁପତି ବାଲାଜୀ ମନ୍ଦିର କର୍ମଚାରୀଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

ଲକ୍ଷ୍ନୌ,୬ ।୯: ଉତ୍ତର ପ୍ରଦେଶର ହସ୍ତିନାପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିବା ଅଭିନେତ୍ରୀ ଅର୍ଚ୍ଚନା ଗୌତମ ଆନ୍ଧ୍ର ପ୍ରଦେଶ ସ୍ଥିତ ତିରୁପତି ବାଲାଜୀ ମନ୍ଦିରର ଅଧିକାରୀଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଅଭିନେତ୍ରୀ ଏକ ଭିଡିଓ ଟୁଇଟ କରିଛନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି କି ମନ୍ଦିରର ଅଧିକରୀ ମହିଳାମାନଙ୍କ ପ୍ରତି ଅଭଦ୍ର ବ୍ୟବହାର ଦେଖାଉଛନ୍ତି । ଭିଡିଓରେ ଅର୍ଚ୍ଚନା ଗୌତମ ମନ୍ଦିର ଅଧିକାରୀଙ୍କ ଉପରେ ଖୁବ୍ ଜୋରରେ ପାଟି କରୁଥିବା ଦେଖାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଟିଟିଡିର କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ଦରକାର । ମୁଁ ଆନ୍ଧ୍ର ସରକାରଙ୍କୁ ନିବେଦନ କରୁଛି ଏହି ଘଟଣାକୁ ଦେଖନ୍ତୁ । ଏମାନେ ଭିଆଇପି ଦର୍ଶନ ନାମରେ ୧୦୫୦୦ଟଙ୍କା ଜଣେ ବ୍ୟକ୍ତିଙ୍କ ଠାରୁ ନେଉଛନ୍ତି । ଏମିତି ଭାବେ ଲୁଟିବା ବନ୍ଦ କରାଯାଉ ।

Share