ଭାଜପା ଭୋଟ ହାତେଇବାକୁ ବିଜେଡି, କଂଗ୍ରେସର ପ୍ରୟାସ

ଜଗତ୍‌ସିଂହପୁର, ୧୪ା୪ (ପ୍ରମୋଦ କୁମାର ନାୟକ)ରାଜ୍ୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ରତା ରହିଛି। କାରଣ ଏହି ନିର୍ବାଚନମଣ୍ଡଳୀରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ପ୍ରମୁଖ ପ୍ରତିନିଧିତ୍ୱ କରୁଥିଲେ। ସେମାନେ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ନେଇଥିଲେ। ୧୯୫୧ରୁ ଦେଖିଲେ ଜଣାଯାଏ ଖୁଣ୍ଟିଆ ପୃଥକ୍‌ ଭାବେ କଂଗ୍ରେସ ଓ ପିଏସ୍‌ପି (ପ୍ରଜା ସୋସିଆଲିଷ୍ଟ ପାର୍ଟି)ରୁ ୩ଥର ବିଧାୟକ ହେବାର ଗୌରବ ହାସଲ କରିଥିଲେ। ସେହିପରି ମହାନ୍ତି ପୃଥକ୍‌ ଭାବେ କଂଗ୍ରେସ, ୟୁଟିସି (ଉତ୍କଳ କଂଗ୍ରେସ) ଓ ଜନତା ପାର୍ଟିରୁ ୪ଥର ଏବଂ ବିଶ୍ୱାଳ କଂଗ୍ରେସରୁ ୩ ଥର ବିଧାୟକ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସେମାନଙ୍କ ପରେ ଅର୍ଥାତ୍‌ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ସପକ୍ଷରେ ସର୍ବାଧିକ ୪ ଥର ଓ କଂଗ୍ରେସକୁ କେବଳ ୨୦୦୪ ନିର୍ବାଚନରେ ସଫଳତା ମିଳିଥିଲା। ଏହି ଆସନରେ ବିଜେଡିର ପତିଆରା ଥିଲେ ସୁଦ୍ଧା ଦଳ ଜଣେ ନେତାଙ୍କ ଉପରେ ଭରସା କରିପାରିନାହିଁ। ଫଳରେ ପ୍ରତିଥର ପ୍ରାର୍ଥୀ ବଦଳାଇ ଚାଲିଛି। ୨୦୦୦ରେ ଦେବାଶିଷ ସାମନ୍ତରାୟ, ୨୦୦୯ରେ ରବୀନ୍ଦ୍ରନାଥ ଭୋଇ, ୨୦୧୪ ରାଜଶ୍ରୀ ମଲ୍ଲିକ, ୨୦୧୯ରେ ବିଷ୍ଣୁ ଚରଣ ଦାସ ଓ ୨୦୨୦ରେ ବିଜୟଶଙ୍କର ଦାସ ବିଜେଡି ପ୍ରାର୍ଥୀଭାବେ ବିଜୟୀ ହୋଇଥିଲେ। ୨୦୨୪ରେ ମଧ୍ୟ ବିଜେଡି ନୂଆ ମୁହଁ ଅର୍ଥାତ୍‌ ରମାକାନ୍ତ ଭୋଇଙ୍କୁ ପ୍ରାର୍ଥୀ କରିଛି। ଏହି ଦଳ କ୍ରମାଗତ ନୂଆ ମୁହଁ ଦେଇଚାଲିଥିବାରୁ କଂଗ୍ରେସ ଏହାକୁ ନିବାର୍ଚନୀ ପ୍ରସଙ୍ଗ କରିବ ବୋଲି କୁହାଯାଇଛି।
ଅନ୍ୟପଟେ ଗତଥର ଅପେକ୍ଷା ଭାଜପା ସ୍ଥିତି ଦୁର୍ବଳ ହୋଇଥିବା ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ ଯୁକ୍ତି କରାଯାଉଛି। କୁହାଯାଉଛି, ୨୦୧୯ ନିର୍ବାଚନରେ ରାଜକିଶୋର ବେହେରା ଭାଜପା ପ୍ରାର୍ଥୀ ହୋଇଥିଲେ। କିନ୍ତୁ ହାରିଯିବା ପରେ ଲୋକଙ୍କଠାରୁ ଦୂରେଇଯାଇଥିଲେ। ଏଥର ଦଳ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି। ଯେହେତୁ ସେ ଲୋକଙ୍କଠାରୁ ଦୂରତ୍ୱ ଅବଲମ୍ବନ କରୁଥିଲେ ତେଣୁ ଭାଜପା ଭୋଟ ପ୍ରଭାବିତ ହେବା ଆଶଙ୍କା ରହୁଛି। ତେବେ କେତେ ପ୍ରତିଶତ ଭୋଟ କେଉଁ ଦଳ ଆଡ଼କୁ ଯାଉଛି ତାହା କହିବା କଷ୍ଟକର ହୋଇଥିଲେ ମଧ୍ୟ ଅଧିକାଂଶ କଂଗ୍ରେସ ଆଡ଼କୁ ଢଳୁଥିବା ଆଲୋଚନା ହେଉଛି। କାରଣ ୨୦୧୪ ଓ ୨୦୧୯ ନିର୍ବାଚନ ସମୀକରଣ ଏ ସମ୍ପର୍କରେ ଅନେକ କିଛି ଆଭାସ ଦିଏ। ବର୍ତ୍ତମାନର ଭାଜପା ପ୍ରାର୍ଥୀ ବେହେରା ୨୦୧୪ ନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀ ଥିଲେ। ସେହିପରି ବର୍ତ୍ତମାନର ବିଜେଡି ପ୍ରାର୍ଥୀ ରମାକାନ୍ତ ଭୋଇ ସେତେବେଳେ ଭାଜପା ପ୍ରାର୍ଥୀ ଥିଲେ। ଲଢ଼େଇରେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ବେହେରାଙ୍କୁ ୫୩, ୫୦୫ ଓ ଭାଜପା ପ୍ରାର୍ଥୀ ଭୋଇଙ୍କୁ ୧୪,୫୧୬ ଖଣ୍ଡ ଭୋଟ ମିଳିବାରୁ ସେମାନେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ବିଧାୟକ ହୋଇପାରିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଫଳାଫଳ ଓଲଟି ଯାଇଥିଲା। ଅର୍ଥାତ୍‌ ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଯଥାକ୍ରମେ ୫୩,୫୮୧ ଓ ୨୩,୮୦୯ ଖଣ୍ଡ ଭୋଟ ମିଳିଥିଲା। ଏହା ଆଲୋଚନାର ବିଷୟ ହୋଇଥିଲା। ପାଖାପାଖି ୩୦ ହଜାର କଂଗ୍ରେସ ଭୋଟ କିପରି କମିଲା ସେନେଇ ସେତେବେଳେ ଦଳରେ ଚିନ୍ତା ପ୍ରକଟ କରାଯାଇଥିଲା। ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ପ୍ରଥମ କରି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ସହ ବିଧାୟକ ହୋଇପାରିଥିଲେ। ତାଙ୍କ ଅକାଳ ବିୟୋଗ ପରେ ୨୦୨୦ରେ ଉପନିର୍ବାଚନ ହୋଇଥିଲା। ବିଜେଡିରୁ ତାଙ୍କ ପୁଅ ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯାଇଥିଲା। କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ଭାଜପାରୁ ରାଜକିଶୋର ବେହେରା ପ୍ରାର୍ଥୀ ହୋଇଥିଲେ। ସେତେବେଳେ ମୋଦି ଲହର କାମ କରୁଥିଲା। ଯେଉଁ କାରଣରୁ କଂଗ୍ରେସ ଛାଡି ଭାଜପାରେ ମିଶି ପ୍ରାର୍ଥୀ ହୋଇଥିବା ବେହେରାଙ୍କୁ ୪୬,୬୦୭ ଖଣ୍ଡ ଭୋଟ ମିଳିଥିଲା। ଏହାସତ୍ତ୍ବେ କଂଗ୍ରେସ ପ୍ରାର୍ଥୀ ମଲ୍ଲିକଙ୍କୁ ଗତଥର ଅପେକ୍ଷା ଅଧିକ ୫ ହଜାର ଭୋଟ ମିଳିଥିଲା। ଏହା ଭିତରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଯେହେତୁ ଦଳରେ ଅନ୍ୟ କେହି ଦାବିଦାର ନାହାନ୍ତି ତେଣୁ ମଲ୍ଲିକ ପୁଣିଥରେ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ। କାରଣ ମଲ୍ଲିକ ୨୦୨୦ ଉପନିର୍ବାଚନ ସମୟରୁ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ବାନ୍ଧିହେବାକୁ ଅହରହ ପ୍ରୟାସ ଜାରି ରଖିଛନ୍ତି। ସେ ୬୧ ଦିନରେ ୬୧ ପଞ୍ଚାୟତ ପରିକ୍ରମା କରିବାକୁ ସଂକଳ୍ପ ନେଇଛନ୍ତି। ଇତିମଧ୍ୟରେ ସେ ୩୬ଟି ପଞ୍ଚାୟତ ପରିକ୍ରମା କରିସାରିଲେଣି। ଅବଶିଷ୍ଟ ଖୁବ କମ୍‌ ଦିନ ଭିତରେ ସରିଯିବ ବୋଲି ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ହେଲା, ସେ ପ୍ରତି ପଞ୍ଚାୟତରେ ପ୍ରାୟ ୪/୫ଟି ସ୍ଥାନରେ ଚା’ଖଟି କରୁଛନ୍ତି। ପ୍ରତି ଘରକୁ ଯାଇ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି କରୁଛନ୍ତି। ଉକ୍ତ ପଞ୍ଚାୟତର ପାଖାପାଖି ୬ ଶହ ଘରେ ପହଞ୍ଚୁଛନ୍ତି, ଯାହା ତାଙ୍କ ପାଇଁ ସମ୍ବଳ ହେବ। ଅନ୍ୟ ଦୁଇ ଦଳର ପ୍ରାର୍ଥୀ କୌଣସି ପରିସ୍ଥିତିରେ ଏହା କରିବା ସମ୍ଭବ ନୁହେଁ। ଅନ୍ୟପଟେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଏହା ଲାଗିରହିଲେ ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମଲ୍ଲିକ ପ୍ରକାଶ କରିଛନ୍ତି। ଭାଜପାର ବେହେରା ଓ ବିଜେଡି ପ୍ରାର୍ଥୀ ଭୋଇ ମଧ୍ୟ ସେମାନଙ୍କ ସପକ୍ଷରେ ଜନମତ ଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କେନ୍ଦ୍ରରେ ଭାଜପା ଓ ରାଜ୍ୟରେ ବିଜେଡି ସରକାର ଥିବାରୁ ଲୋକେ ଉପକୃତ ହେଉଥିବା ଯୁକ୍ତି କରି ସେମାନଙ୍କ ସପକ୍ଷରେ ଜନମତ ଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri