Categories: ଜାତୀୟ

କରୋନାକୁ ନେଇ ସନ୍ଧ୍ୟା ୬ଟାରେ ମୋଦିଙ୍କ ସ୍ୱତନ୍ତ୍ର ବୈଠକ ଯୋଗଦେବେ ନାହିଁ କଂଗ୍ରେସ, ଶିରୋମଣି ଅକାଳିଦଳ

ନୂଆଦିଲ୍ଲୀ,୨୦ ।୭: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ହେଲେ ଏଥିରେ ସାମିଲ ହେବାକୁ ସିଧାସଳଖ ମନା କରି ଦେଇଛି କଂଗ୍ରେସ ଓ ଶିରୋମଣି ଅକାଳି ଦଳ । କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଗଣମାଧ୍ୟମକୁ କହିଛନ୍ତି, ଆମକୁ କୁହାଯାଇଛି ଫ୍ଲୋର ଲିଡର୍ସଙ୍କ ସ୍ଥାନରେ ସମସ୍ତ ଏମ୍‌ପିଙ୍କୁ ବୈଠକକୁ ଡକାଯାଇଛି । ହେଲେ ସେଠାରେ ସମସ୍ତଙ୍କୁ କହିବାକୁ ଅନୁମତି ମିଳିବା ଦରକାର । ଆମେ ଏହାକୁ ୨ଟି ସ୍ଲଟରେ କରିବାକୁ କହିଥିଲୁ । କାରଣ ସମସ୍ତଙ୍କୁ କୋଭିଡ-୧୯ ବିଷୟରେ ଜାଣିବା ଦରକାର । ସେପଟେ ଶିରୋମଣି ଅକାଳି ଦଳ ଅଧ୍ୟକ୍ଷ ସୁଖବିନ୍ଦର ସିଂ ବାଦଲ କହିଛନ୍ତି ଯେପର୍ଯ୍ୟନ୍ତ ମୋଦି କୃଷକଙ୍କ ସମସ୍ୟାର ସମାଧାନ କରି ନାହାନ୍ତି ସେପର୍ଯ୍ୟନ୍ତ ଆମେ ତାଙ୍କ ବୈଠକରେ ସାମିଲ ହେବୁ ନାହିଁ ।

Share