Categories: ଜାତୀୟ

ଏଲ୍‌ଏଏଚ୍‌ଡିସି ନିର୍ବାଚନରେ ବାଜିମାରିଲା କଂଗ୍ରେସ, ନ୍ୟାଶନାଲ୍‌ କନଫରେନ୍ସ

ଶ୍ରୀନଗର,୮।୧୦: ୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ କଂଗ୍ରେସ ଏବଂ ନ୍ୟାଶନାଲ୍‌ କନଫରେନ୍ସ ମିଳିତ ମେଣ୍ଟ କାର୍‌ଗିଲରେ ଲଦାଖ ସ୍ବାୟତ୍ତ ପର୍ବତୀୟ ପରିଷଦ ନିର୍ବାଚନରେ ଭାଜପାକୁ ପରାସ୍ତ କରିଛି। ୨୬ ସିଟ ବିଶିଷ୍ଟ ଲଦାଖ ପରିଷଦ ନିର୍ବାଚନରେ କଂଗ୍ରେସ ଏବଂ ନ୍ୟାଶନାଲ୍‌ କନଫରେନ୍ସ ଭାଜପାକୁ ବହୁ ପଛରେ ପକାଇ ଦେଇଛି। ୨୨ଟି ସିଟ ଫଳାଫଳ ଘୋଷିତ ହୋଇଛି। କଂଗ୍ରେସ ୮ଟି ସିଟ ଏବଂ ନ୍ୟାଶନାଲ୍‌ କନଫରେନ୍ସ ୧୧ଟି ସିଟ ଜିତିଛି। ଏଥି ସହ ଭାଜପା ମାତ୍ର ୨ଟି ସିଟ ଜିତିଛି। ଜଣେ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଗୋଟିଏ ଆସନ ଜିତିଛନ୍ତି। ଏହା ପରେ ଲେଫ୍ଟନାଣ୍ଟ ଗଭର୍ନର ଚାରିଜଣ ସଦସ୍ୟଙ୍କୁ ମନୋନୀତ କରିବେ।

Share