Categories: ଜାତୀୟ

ଗୁଜରାଟରେ ପରାଜୟ ସ୍ବୀକାର କଲା କଂଗ୍ରେସ…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନାର ପ୍ରାରମ୍ଭିକ ଗଣତିରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୫୦ରେ ଭାଜପା ଆଗୁଆ ରହିଛି। ସେହିପରି ୧୯ ରେ କଂଗ୍ରେସ ଏବଂ ଏଏପି ୯ରେ ଆଗୁଆ ରହିଛି। ଅପରପକ୍ଷରେ ଅନ୍ୟାନ୍ୟ ୪ ଆସନରେ ଆଗୁଆ ରହିଛନ୍ତି।

ସରକାର ଗଠନ ପାଇଁ ଗୁଜରାଟରେ କୁହୁକ ସଂଖ୍ୟା ହେଉଛି ୯୧। ଭାଜପା ଏହାକୁ ଟପି ଆଗେଇବାରେ ଲାଗିଛି। ଫଳରେ ଲଗାତାର ୭ମ ଥର ପାଇଁ ଗୁଜରାଟରେ ଭାଜପା ସରକାର କ୍ଷମତା ଦଖଲ କରିବା ନିଶ୍ଚିତ ହୋଇଛି। ଭାଜପାର ସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଗୁଜରାଟରେ ପରାଜୟ ସ୍ବୀକାର କରାଯାଇଛି।

Share