Categories: ଜାତୀୟ

କେନ୍ଦ୍ର ସରକାରଙ୍କ ଚାପରେ ଟୁଇଟର ବନ୍ଦ କରିଛି ଆକାଉଣ୍ଟ: ରାହୁଲ

ନୂଆଦିଲ୍ଲୀ,୯ ।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପରେ ସୋମବାର କଂଗ୍ରେସ ମାଇକ୍ରୋବ୍ଲଗିଂ ସାଇଟକୁ ଟାର୍ଗେଟ କରିଛି । ଦଳ ଟୁଇଟରକୁ ଦ୍ୱିଗୁଣ ଆଭିମୁଖ୍ୟ ଗ୍ରହଣ କରିଥିବା ଅଭିଯୋଗ କରିଛି ଏବଂ ଏହା ମୋଦି ସରକାରଙ୍କ ଆଦେଶ ଅନୁଯାୟୀ, ଅଭିବ୍ୟକ୍ତିର ସ୍ୱାଧିନତାକୁ ଉଲ୍ଲଂଘନ କରୁଛି ବୋଲି କହିଛି । ସୋମବାର ସକାଳେ ଆଇଏନ୍‌ସି –ଟିଭିର ଟୁଇଟର ହ୍ୟାଣ୍ଡେଲକୁ ମଧ୍ୟ ନିଲମ୍ବିତ କରାଯାଇଛି ବୋଲି ଦଳ କହିଛି । ରବିବାର ସନ୍ଧ୍ୟାରେ ଅନୁଷ୍ଠିତ କଂଗ୍ରେସ ଦଳର ସାଧାରଣ ସଚିବଙ୍କ ବୈଠକରେ ଟୁଇଟରର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷିରେ କଂଗ୍ରେସର ସାଧାରଣ ସଚିବ କେସି ଭେନୁଗୋପାଳ କହିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟକୁ ସାମୟିକ ଭାବେ ସ୍ଥଗିତ ରଖିବା ପ୍ରସଙ୍ଗରେ ସାଧାରଣ ସଚିବ, ଦାୟିତ୍ୱରେ ଥିବା ତଥା ପିସିସି ସଭାପତିଙ୍କ ବୈଠକରେ ଆଲୋଚନା କରାଯାଇଛି । ବିରୋଧି ରବିବାର ଅଭିଯୋଗ କରିଥିଲା କି ଶାସକ ଦଳଙ୍କ ଚାପରେ ପଡି ଟୁଇଟର ଏଭଳି କାମ କରିଛି ।

Share