କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ

କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।
ନାରାୟଣପାଟଣା ବ୍ଲକ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ ବିଡିଓ ବିକ୍ରମ କୁମାର ଦୋରା ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସେ ଚଳିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ ସଫଳତା ହାସଲ କରିଥିବା ନାରାୟଣପାଟଣା ଅଞ୍ଚଳର ରାଜା ସାହୁଙ୍କ ସମେତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨୧ ଜଣ ଛାତ୍ରୀଛାତ୍ରଙ୍କୁ ଉତ୍ତରୀୟ, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ କୃତି ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତରେ ଅଧିକ ନିଷ୍ଠା ଓ ପରିଶ୍ରମ ସହ ଆଗକୁ ବଢ଼ିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ପାଇଥିବା ଛାତ୍ରୀଛାତ୍ର ବ୍ଲକ ପ୍ରଶାସନର ଏହି ପଦକ୍ଷେପକୁ ସ୍ବାଗତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା, ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୩।୬: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ…

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର, ଆଣ୍ଠୁମାଡ଼ି ପ୍ରଣାମ କରି କହିଲେ….

ବେଙ୍ଗାଲୁରୁ,୩ା୬: ସିଦ୍ଧରାମେୟାଙ୍କ ଇସ୍ତଫା ପରେ, ବୁଧବାର ଦିନ ଲୋକଭବନରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ଭାବୁକ ହେଲେ ଶିବକୁମାର, ମା’ଙ୍କ ପାଦ ଛୁଇଁ…

ବେଙ୍ଗାଲୁରୁ,୩ା୬: କର୍ନାଟକରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡି.କେ. ଶିବକୁମାରଙ୍କ ସହିତ ଆଜି ୧୩…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ଜଣେ ଛାତ୍ରଙ୍କୁ ପଢ଼ାଇବା ପାଇଁ ଏତେଟଙ୍କା ଚାର୍ଜ କରନ୍ତି ଖାନ୍‌ ସାର? କୋଚିଂ ଫିସ୍‌ ଜାଣିଲେ…

ନୂଆଦିଲ୍ଲୀ,୩।୬: ଖାନ ସାରଙ୍କୁ କିଏ ବା ନଜାଣେ.. ନିଜର ନିଆରା ପଢ଼ାଇବା ଶୈଳୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଖାନ ସାର୍‌ ଲକ୍ଷ ଲକ୍ଷ ପିଲାଙ୍କ ପ୍ରିୟ…

ବିମାନବନ୍ଦରରେ ରିଲ୍ସ କରୁଥିଲେ ସାବଧାନ! ଆସିଲା ନୂଆ ନିୟମ, ନଚେତ୍ ହୋଇପାରେ

ନୂଆଦିଲ୍ଲୀ,୩।୬: ଏଣିକି ବିମାନବନ୍ଦରରେ ସେଲଫି ନେବା, ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା କିମ୍ବା ଯାତ୍ରା ଭ୍ଲଗ୍ ସୁଟିଂ କରୁଥିବା ପ୍ରେମୀମାନଙ୍କୁ ସତର୍କ ରହିବାକୁ ପଡିବ ।ଡିଜିସିଏ ବିମାନବନ୍ଦର ପରିସରରେ…

ଯୁବତୀଙ୍କୁ ଲଜ୍‌ରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ ଯୁବକ, ଶାରୀରିକ ସମ୍ପର୍କ ରଖିବା ପରେ…

ରିଷିଡ଼ା,୩ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ…

ଦିନେ ଛାଡ଼ି ଦେଇଥିଲେ ୧୦୭ କୋଟି ଟଙ୍କାର ଅଫର୍, ଆଜି ଖାନ ସାରଙ୍କ କୋଚିଂ ଫିସ୍‌, ମାସକୁ କେତେ ଲକ୍ଷ ଟଙ୍କା ରୋଜଗାର ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ଖାନ ସାର୍‌ (Khan Sir) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିହାରର ରାଜଧାନୀ ପାଟନାରେ ଥିବା ତାଙ୍କ କୋଚିଂ ପ୍ରତିଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri