କିଶିଶେ ସହର ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢାଇଲେ କଙ୍ଗୋ ସରକାର

କିଂଶାସା,୬ ।୧୨: କଙ୍ଗୋ ସହର କିଶିଶେରେ ଗତ ସପ୍ତାହରେ ହୋଇଥିବା ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି । ସମାଚାର ଏଜେନ୍ସି ରୟଟର୍ସର ସୂଚନା ଅନୁଯାୟୀ, ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋର ସରକାର ସୋମବାର କହିଥିଲେ, ଗତ ସପ୍ତାହରେ କିଶିଶେର ପୂର୍ବରେ ଥିବା ସହରରେ ନରସଂହାରରେ ୨୭୧ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ପୂର୍ବଥର ଅପେକ୍ଷା ୫୦ ଅଧିକ ହୋଇଛି ।

କଙ୍ଗୋ ସରକାର ଏମ-୨୩ ବିଦ୍ରୋହୀ ଗ୍ରୁପକୁ ହତ୍ୟା ପାଇଁ ଦାୟୀ କରିଛନ୍ତି । ହେଲେ ଏମ-୨୩ ବିଦ୍ରୋହୀ ଗ୍ରୁପ ଏହି ଅଭିଯୋଗର ଖଣ୍ଡନ କରିଛି । ସରକାର ଆହୁରି ମଧ୍ୟ କହିଛନ୍ତି, ବିରୋଧ କରୁଥିବା ଲୋକଙ୍କୁ ର୍ୱାଣ୍ଡମ ଆର୍ମିର ସଦସ୍ୟଙ୍କ ସମର୍ଥନ ମିଳୁଛି । କଙ୍ଗୋ ସରକାରଙ୍କ ଦ୍ୱାରା ବାରମ୍ବାର ଏହି ଅଭିଯୋଗ ହୋଇ ଆସୁଛି । ଆଉ ରାୱଡା ସେନା ଏହାକୁ ବାରମ୍ବାର ଖଣ୍ଡନ କରି ଚାଲିଛି । ସୂଚନାଯୋଗ୍ୟ, କଙ୍ଗୋ ସରକାରଙ୍କ ସେନା ଓ ଏମ ୨୩(ତୁସିଙ୍କ ନେତୃତ୍ୱ ବାଲା ମିଲିଶିୟା) ମଧ୍ୟରେ ଦେଶର ପୂର୍ବ ଭାଗରେ ମାସ ମାସ ହେବ ଲଢେଇ ଜାରି ରହିଛି । ସୂଚନାଯୋଗ୍ୟ, କଥିତ ନରସଂହାର ଉତ୍ତର କିବୁ ଅଞ୍ଚଳରେ ଥିବା କେଶିଶେ ସହରରେ ହାଇଥିଲା । ମୃତକଙ୍କ ସଂଖ୍ୟାର ଘୋଷଣା କଙ୍ଗୋର ଉଦ୍ଦ୍ୟୋଗ ମନ୍ତ୍ରୀ ଜୁଲିୟନ ପାଲୁକୁ ସରକାରଙ୍କ ପ୍ରବକ୍ତା ପୈଟ୍ରିକ ମୁୟାୟାଙ୍କ ସହ ମିଶି ଏହି ପ୍ରେସ ବାର୍ତ୍ତା ଦେଇଥିଲେ । ମୁୟାୟା କହିଥିଲେ କି ମୁଁ ଆକ୍ରମଣର ତଥ୍ୟ ଦେଇ ପାରିବି ନାହିଁ । ହେଲେ ସେ କହିଥିଲେ ଆଟର୍ନି ଜେନରାଲ ଯାଞ୍ଚ ଆରମ୍ଭ କରିଦେଛନ୍ତି ଆଉ ଆମେ ଯାଞ୍ଚକର୍ତ୍ତାଙ୍କ ଫଳଫଳକୁ ଅପେକ୍ଷ ରଖିଛୁ । ସେ କହିଥିଲେ ମୋତେ କେବଳ ଏତିକି ଜଣା ଅଛି ଯେ ଏକ ଏଡଭେଂଟିଷ୍ଟ ଚର୍ଚ୍ଚ ଓ ଏକ ହସ୍ପିଟାଲରେ ଶିଶୁଙ୍କୁ ମାରି ଦିଆଯାଇଥିଲା ।

Share