କିଶିଶେ ସହର ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢାଇଲେ କଙ୍ଗୋ ସରକାର

କିଂଶାସା,୬ ।୧୨: କଙ୍ଗୋ ସହର କିଶିଶେରେ ଗତ ସପ୍ତାହରେ ହୋଇଥିବା ନରସଂହାରରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି । ସମାଚାର ଏଜେନ୍ସି ରୟଟର୍ସର ସୂଚନା ଅନୁଯାୟୀ, ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋର ସରକାର ସୋମବାର କହିଥିଲେ, ଗତ ସପ୍ତାହରେ କିଶିଶେର ପୂର୍ବରେ ଥିବା ସହରରେ ନରସଂହାରରେ ୨୭୧ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ପୂର୍ବଥର ଅପେକ୍ଷା ୫୦ ଅଧିକ ହୋଇଛି ।

କଙ୍ଗୋ ସରକାର ଏମ-୨୩ ବିଦ୍ରୋହୀ ଗ୍ରୁପକୁ ହତ୍ୟା ପାଇଁ ଦାୟୀ କରିଛନ୍ତି । ହେଲେ ଏମ-୨୩ ବିଦ୍ରୋହୀ ଗ୍ରୁପ ଏହି ଅଭିଯୋଗର ଖଣ୍ଡନ କରିଛି । ସରକାର ଆହୁରି ମଧ୍ୟ କହିଛନ୍ତି, ବିରୋଧ କରୁଥିବା ଲୋକଙ୍କୁ ର୍ୱାଣ୍ଡମ ଆର୍ମିର ସଦସ୍ୟଙ୍କ ସମର୍ଥନ ମିଳୁଛି । କଙ୍ଗୋ ସରକାରଙ୍କ ଦ୍ୱାରା ବାରମ୍ବାର ଏହି ଅଭିଯୋଗ ହୋଇ ଆସୁଛି । ଆଉ ରାୱଡା ସେନା ଏହାକୁ ବାରମ୍ବାର ଖଣ୍ଡନ କରି ଚାଲିଛି । ସୂଚନାଯୋଗ୍ୟ, କଙ୍ଗୋ ସରକାରଙ୍କ ସେନା ଓ ଏମ ୨୩(ତୁସିଙ୍କ ନେତୃତ୍ୱ ବାଲା ମିଲିଶିୟା) ମଧ୍ୟରେ ଦେଶର ପୂର୍ବ ଭାଗରେ ମାସ ମାସ ହେବ ଲଢେଇ ଜାରି ରହିଛି । ସୂଚନାଯୋଗ୍ୟ, କଥିତ ନରସଂହାର ଉତ୍ତର କିବୁ ଅଞ୍ଚଳରେ ଥିବା କେଶିଶେ ସହରରେ ହାଇଥିଲା । ମୃତକଙ୍କ ସଂଖ୍ୟାର ଘୋଷଣା କଙ୍ଗୋର ଉଦ୍ଦ୍ୟୋଗ ମନ୍ତ୍ରୀ ଜୁଲିୟନ ପାଲୁକୁ ସରକାରଙ୍କ ପ୍ରବକ୍ତା ପୈଟ୍ରିକ ମୁୟାୟାଙ୍କ ସହ ମିଶି ଏହି ପ୍ରେସ ବାର୍ତ୍ତା ଦେଇଥିଲେ । ମୁୟାୟା କହିଥିଲେ କି ମୁଁ ଆକ୍ରମଣର ତଥ୍ୟ ଦେଇ ପାରିବି ନାହିଁ । ହେଲେ ସେ କହିଥିଲେ ଆଟର୍ନି ଜେନରାଲ ଯାଞ୍ଚ ଆରମ୍ଭ କରିଦେଛନ୍ତି ଆଉ ଆମେ ଯାଞ୍ଚକର୍ତ୍ତାଙ୍କ ଫଳଫଳକୁ ଅପେକ୍ଷ ରଖିଛୁ । ସେ କହିଥିଲେ ମୋତେ କେବଳ ଏତିକି ଜଣା ଅଛି ଯେ ଏକ ଏଡଭେଂଟିଷ୍ଟ ଚର୍ଚ୍ଚ ଓ ଏକ ହସ୍ପିଟାଲରେ ଶିଶୁଙ୍କୁ ମାରି ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଯୁଦ୍ଧବିରତି ପରେ ଇରାନର ସୁପ୍ରିମ ଲିଡର୍‌ ମୋଜତାବା ଖାମେନେଇଙ୍କ ଭୟଙ୍କର ବୟାନ, ଆମେରିକା-ଇସ୍ରାଏଲ ଶୁଣିଲେ…

ତେହରାନ୍‌,୧୦।୪: ଆମେରିକା ସହିତ ଯୁଦ୍ଧବିରତି ପରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

ବଢିଲା ଆମେରିକାର ଟେନ୍‌ସନ: ଯୁଦ୍ଧ ମଧ୍ୟରେ ଜିନପିଙ୍ଗଙ୍କ ଆଗରେ ମୁଣ୍ଡ ନୁଆଁଇବେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୦।୪: ଇରାନ ସହିତ ଯୁଦ୍ଧ କେବଳ ଗୋଳାବାରୁଦ ଏବଂ କ୍ଷେପଣାସ୍ତ୍ର ନଷ୍ଟ କରିନଥିଲା, ବରଂ ଏକ ଦୁର୍ବଳତାକୁ ମଧ୍ୟ ପ୍ରକାଶ କରିଥିଲା ଯାହାକୁ ଆମେରିକା ଆଉ ଅଣଦେଖା…

ହର୍ମୁଜ ବନ୍ଦ, ପୁଣିଥରେ ବୃଦ୍ଧି ପାଇଲା ତୈଳ ଦର, ଜାଣନ୍ତୁ କେତେ ରହିଛି ଆଜି…

ଓ୍ବାଶିଂଟନ୍‌,୧୦।୪: ପଶ୍ଚିମ ଏସିଆର ପରିସ୍ଥିତି ପୁଣି ଥରେ ଏକ ଅସ୍ଥିର ସ୍ଥିତିରେ ପହଞ୍ଚିଛି। ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ହେଉଥିବା ପରି ମନେ…

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri