Categories: ଜାତୀୟ

କରୋନା ପରେ ଆସୁଛି କଙ୍ଗୋ ଜ୍ୱର: ସତର୍କ ସୂଚନା ଜାରି

ସମସ୍ତ ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଛି। ଏହାରି ମଧ୍ୟରେ ଆଉ ଏକ ରୋଗ ‘କଙ୍ଗୋ ଜ୍ୱର’ ବ୍ୟାପିବା ଆଶଙ୍କାରେ ସତର୍କ ସୂଚନା ଜାରି କରାଯାଇଛି। ଏ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ଗୁଜୁରାଟର କିଛି ଅଞ୍ଚଳରେ ପଶୁ, ପକ୍ଷୀଙ୍କଠାରେ କଙ୍ଗୋ ଜ୍ୱର ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଫଳରେ ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। କଙ୍ଗୋ ଜ୍ୱରର ପୁରା ମାନ ହେଉଛି ରିମିୟନ୍‌ କଙ୍ଗୋ ହେମୋରେଜିକ୍‌ ଫିବର (ସିସିଏଫ୍‌ଏଫ୍‌) । ଏହି ଜ୍ୱର ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ। ତେଣୁ ଏଥିପ୍ରତି ସତର୍କ ରହିବା ପାଇଁ ସମସ୍ତ ମାଂଶ ଏବଂ କୁକୁଡା ବିକ୍ରେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ପାଲଘର ଜିଲାପାଳ ଡ.ମାନେକ ଗୁରସାଲେ ଗୁଜୁରାଟ ସୀମା ଦେଇ ମହାରାଷ୍ଟ୍ରରୁ ଆସୁଥିବା ପଶୁ, ପକ୍ଷୀ ଆମଦାନୀ ଉପରେ ରୋକ ଲଗାଇଛନ୍ତି। ସ୍ବଚ୍ଛତା ଏବଂ ପରିସ୍କାର ପରିଚ୍ଛନ୍ନତା ପାଇଁ ସେ ସମସ୍ତ ମାଂସ ବିକ୍ରେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଂସ ବିକ୍ରି ସମୟରେ ହାତଲେ ଗ୍ଲୋବ୍‌ସ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଗୁଜୁରାଟରୁ ମହାରାଷ୍ଟ୍ର ଆସିଥିବା ପଶୁମାନଙ୍କର ଯାଞ୍ଚ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହାକୁ ନେଇ ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ପି ଡି କାମ୍ବଲେ କହିଛନ୍ତି ଯେ, ଏହା ଠିକ୍‌ ସମୟରେ ଚିହ୍ନଟ କରାଯାଇ ଚିକିତ୍ସା କରା ନ ଗଲେ ପ୍ରାୟ ଏକ ତୃତୀୟାଂଶ ରୋଗୀଙ୍କର ମୃତ୍ୟୁ ଘଟିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ରୋଗରେ ମୃତ୍ୟୁ ହାର ୧୦ରୁ ୪୦ ପ୍ରତିଶତ ରହିଛି। ଏହାର କୌଣସି ଟିକା ମଣିଷ ବା ପଶୁଙ୍କ ପାଇଁ ବାହାରି ନାହିଁ।

Share