ଆଇଆଇଟି ହାଇଦ୍ରାବାଦ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦ୍ରାପଡ଼ା ଅଫିସ, ୨୭ା୮: ଖରସ୍ରୋତା ନଦୀରୁ ପାଣି ଉଠାଇବା ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଆଇଆଇଟି ହାଇଦ୍ରାବାଦର ସର୍ଭେ ରିପୋର୍ଟକୁ ଆୟୁଧ କରାଯାଇଛି। ପ୍ରଶାସନିକ ଅଧିକାରୀମାନେ କଳ, ବଳ ଓ କୌଶଳ ଲଗାଇ ଖରସ୍ରୋତା ନଦୀରୁ ଜଳ ଉଠାଇବା ପାଇଁ ବରୁଣାଡିହାରେ କୂଅ ନିର୍ମାଣ କରୁଛନ୍ତି। ତେବେ ଏହି ରିପୋର୍ଟ ସମ୍ପୂର୍ଣ୍ଣ ମିଛ ଦର୍ଶାଇ ଭିତରକନିକା ଇକୋ ସେନ୍ସିଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ୧୭ ଦିନ ହେବ ଅନଶନରେ ଅଛନ୍ତି। ରିପୋର୍ଟକୁ ଆଧାର କରି ଜୋନ୍‌ କମିଟିରେ ପ୍ରକଳ୍ପ ମଞ୍ଜୁରୀକୁ ତୁରନ୍ତ ଖାରଜ କରି ଏକ ସ୍ବତନ୍ତ୍ର ବୈଷୟିକ କମିଟି ଅନୁଧ୍ୟାନ କରନ୍ତୁ ବୋଲି ସେ ଦାବି ରଖିଛନ୍ତି। ଅପରପକ୍ଷରେ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ଦୁଇବର୍ଷ ଧରି ଆନ୍ଦୋଳନ କରୁଥିବା ବେଳେ ଗତ ୧୦ ତାରିଖରୁ ଏହା ତୀବ୍ର ହୋଇଛି। ଏପରି କି ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୪ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି। ପ୍ରକଳ୍ପ ପରେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସହିତ କୃଷି କ୍ଷେତ୍ର ପ୍ରଭାବିତ ହେବ ବୋଲି ସେମାନେ ଦାବି କରିଛନ୍ତି।
ଶ୍ରୀକାନ୍ତ କହିଛନ୍ତି, ୨୦୧୮ରେ ଭଦ୍ରକ ଜିଲାର ତିହିଡି, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବ୍ଲକର ୯୧ ପଞ୍ଚାୟତ ପାଇଁ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ମଞ୍ଜୁରୀ ପାଇଥିଲା। ପ୍ରାଥମିକ ଅବସ୍ଥାରେ ଏହି ପ୍ରକଳ୍ପ ଭଦ୍ରକ ଜିଲା ଆଖୁଆପଦାଠାରୁ ବୈତରଣୀ ନଦୀ ଜଳ ଉଠାଇବାକୁ ଥିବା ବେଳେ ୨୦୧୯ରେ ଚାନ୍ଦବାଲି ବ୍ଲକ ନୂଆହାଟରେ ଜଳ ବିଶୋଧନ ପ୍ଲାଣ୍ଟ ଓ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଇବାକୁ ନିଷ୍ପତ୍ତି ହୋଇଛି। ଉଭୟ ସ୍ଥାନ ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ରେ ଥିବାରୁ ଜୋନ୍‌ ମନିଟରିଂ କମିଟି ବୈଠକରେ ବିରୋଧ ହୋଇଛି। ତେବେ ପ୍ରକଳ୍ପ ପରେ ଭିତରକନିକା ପରିବେଶ ପ୍ରତି ବିପଦ ନ ଥିବା ଦର୍ଶାଇ ଆଇଆଇଟି ହାଇଦ୍ରାବାଦର ୧୭୩ ପୃଷ୍ଠାର ରିପୋର୍ଟରେ ବହୁ ଭ୍ରମାତ୍ମକ ତଥ୍ୟ ରହିଛି। ପ୍ରକଳ୍ପ ରିପୋର୍ଟର ପ୍ରଥମ ଅଂଶରେ ନିର୍ମାଣ ସମୟରେ ସତର୍କତା ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଶେଷ ୧୫ ପୃଷ୍ଠା ଭିତରକନିକା ସମ୍ପର୍କିତ କେତେକ ତଥ୍ୟ ୱେବ୍‌ରୁ ଆଣି ଯୋଡା ଯାଇଛି। ଏହି ପ୍ରକଳ୍ପ ପାଇଁ ରିପୋର୍ଟରେ ଭିତରକନିକା ଜୈବ ବିବିଧତା ପ୍ରଭାବ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଇନାହିଁ। ଏ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କର୍ତ୍ତା କେବେ ଆସିଥିଲେ ଓ ଏ ନେଇ କିଏ ଖର୍ଚ୍ଚ କରିଥିଲା, କାହା ଆଦେଶ ଦ୍ୱାରା ରିପୋର୍ଟ ପ୍ରସ୍ତୁତ ହୋଇଛି ଏବଂ କେତେ ପରିମାଣ ଟଙ୍କା ଖର୍ଚ୍ଚ ହୋଇଛି, ସେନେଇ କୌଣସି ତଥ୍ୟ ଜିଲା ପ୍ରଶାସନ ନିକଟରୁ ମିଳୁନାହିଁ। ଏପରି କି ରିପୋର୍ଟରେ ପ୍ରସ୍ତୁତକର୍ତ୍ତାଙ୍କ ଫଟୋ ଦସ୍ତଖତ ଅଛି। ସେହିପରି କମିଟିରେ ନ ଥିବା ସଭ୍ୟମାନଙ୍କ ଦସ୍ତଖତ ଦ୍ୱାରା ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସେହିପରି ଗ୍ରାମାଞ୍ଚଳ ଲୋକଙ୍କ ପିଇବା ଓ ଖର୍ଚ୍ଚ ପାଇଁ ଦୈନିକ ୪୦ ଲିଟର ପାଣି ଆବଶ୍ୟକତା ଥିବା ରାଜୀବ ଗାନ୍ଧୀ ଡ୍ରିଙ୍କିଙ୍ଗ ୱାଟର ମିଶନରେ ଉଲ୍ଲେଖ ଅଛି। ଏହି ହିସାବରେ ଦୈନିକ ୨୫ ମିଲିୟନ ଲିଟର ପାଣି ଉଠାଇବା ପାଇଁ ଦରକାର ଥିବା ବେଳେ ୧୪୨ ମିଲିୟନ ଲିଟର ଉଠାଯିବ ବୋଲି ଡିପିଆର ହୋଇଛି। ସଂଗ୍ରାମ ସମିତିର ସମ୍ପାଦକ ବିଧାନ ଚନ୍ଦ୍ର ଦାସ, କର୍ମକର୍ତ୍ତା ସବିତା ବରଜ ପ୍ରମୁଖ କହିଛନ୍ତି, ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ମୋଟ ୪୮,୭୯୫ ହେକ୍ଟର ଚାଷ ଜମି ଅଛି। ତେବେ ଏଥିପାଇଁ ଏହି ଦୁଇ ବ୍ଲକ ଅଞ୍ଚଳରେ ଗୋଟିଏ ଇଞ୍ଚ ମଧ୍ୟ କେନାଲ ନାହିଁ। ଖରସ୍ରୋତା ନଦୀ ଜଳକୁ ନାଳ ଓ ଉଠା ଜଳସେଚନ ମାଧ୍ୟମରେ ୧୦, ୬୧୭ ହେକ୍ଟର ଅଞ୍ଚଳ ଚାଷ ହେଉଛି। ଜିଲା କୃଷି ବିଭାଗ ସର୍ଭେ ରିପୋର୍ଟରେ ଚାଷ ସମୟରେ ୦.୪୬୫ ବିଲିୟନ କ୍ୟୁବିକ ମିଟର ଜଳ କମ୍‌ ରହୁଛି। ଏଥିସହିତ ଭିତରକନିକା ବନାଞ୍ଚଳରେ ୪୧୦ ଗ୍ରାମ ରହିଛି। ପ୍ରାୟ ୧ ଲକ୍ଷ ଲୋକ ଚାଷ ସହିତ ଜଡ଼ିତ। ଖରସ୍ରୋତାର ମଧୁର ଜଳ ଭଦ୍ରକ ଅଞ୍ଚଳକୁ ଗଲେ ଚାଷ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ। ଅଣମୌସୁମୀ ସମୟରେ ଚାଷ ସହିତ ପାନୀୟ ଜଳ ସମସ୍ୟା ଗୁରୁତର ହେବ। ଏ ନେଇ ଆଇଆଇଟି ହାଇଦ୍ରାବାଦ ରିପୋର୍ଟରେ କୌଣସି ତଥ୍ୟ ନାହିଁ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri