ଈଶ୍ୱର ଭାବନାରେ ଦ୍ୱନ୍ଦ୍ୱ

ଆଜିକାଲି ଲୋକମାନେ ଈଶ୍ୱର ଶବ୍ଦ ବେଶି ବ୍ୟବହାର କରୁଛନ୍ତି। ଯେତେବେଳେ ସେମାନେ ଈଶ୍ୱର ଶବ୍ଦ ବ୍ୟବହାର କରନ୍ତି ସେତେବେଳେ ଏହାକୁ ବଡ଼ ଅକ୍ଷରରେ ଲେଖନ୍ତି। ସେମାନେ ବାସ୍ତବରେ ଈଶ୍ବର ସମ୍ପର୍କିତ ଯେଉଁ ଧାରଣା ବା ଭାବନା ସୂଚାଉଛନ୍ତି ତାହା ମଧ୍ୟପ୍ରାଚ୍ୟ ଏବଂ ଇହୁଦୀ, ଖ୍ରୀଷ୍ଟିଆନ ଓ ଇସ୍‌ଲାମ ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିଲା। ଈଶ୍ୱରଙ୍କ ସମ୍ପର୍କିତ ଏହି ଭାବନା ବିଗତ ୧ ହଜାର ବର୍ଷ ମଧ୍ୟରେ ବିଶେଷକରି ବିଭିନ୍ନ ଉପନିବେଶିକ ଏବଂ ରାଜତନ୍ତ୍ର ଶକ୍ତି ମାଧ୍ୟମରେ ସାରା ବିଶ୍ୱରେ ବ୍ୟାପିଛି, ଯାହାକୁ ବର୍ତ୍ତମାନ ସମ୍ଭବତଃ ଏକ ବିଶ୍ୱସ୍ତରୀୟ ବିଷୟ ବୋଲି ଅନୁମାନ କରାଯାଉଛି। କିନ୍ତୁ ତାହା ସେମିତି କିଛି ନୁହେଁ। ‘ଈଶ୍ବର ଏକ’ଏହି ଏକେଶ୍ୱରବାଦ ସିଦ୍ଧାନ୍ତ ପୂର୍ବରୁ ନ ଥିଲା କିମ୍ବା ଏବେ ବି ନାହିଁ। କିନ୍ତୁ ଏହି ଏକେଶ୍ୱରବାଦୀ ଧାରଣା ସୁଦୂର ପ୍ରାଚ୍ୟ,ଚାଇନା, ଜାପାନ ସମେତ ଆମେରିକା, ଆଫ୍ରିକା ଏବଂ ଏସିଆର ଆଦିବାସୀମାନଙ୍କ ମଧ୍ୟରେ ରହିଛି, ଯେଉଁମାନେ ଏପର୍ଯ୍ୟନ୍ତ ଧର୍ମ ପରିବର୍ତ୍ତନ କରିନାହାନ୍ତି।
ହଲିଉଡ୍‌ ଚଳଚ୍ଚିତ୍ରରେ ଈଶ୍ୱର ଶବ୍ଦ ବ୍ୟବହାର ଦେଖିବାକୁ ମିଳେ। ଏହି ଈଶ୍ୱର ଶବ୍ଦ ଗ୍ରୀକ୍‌ ପୁରାଣ ଦ୍ୱାରା ସୃଷ୍ଟି ହୋଇଛି, ଯାହାଙ୍କୁ ସର୍ବଶକ୍ତିମାନ ଭାବରେ ବିବେଚନା କରାଯାଇଥାଏ ଏବଂ ସେହି ସର୍ବଶକ୍ତିମାନ୍‌ଙ୍କ କୌଣସି ଦାୟିତ୍ୱ କିମ୍ବା ଉତ୍ତରଦାୟିତ୍ୱ ନାହିଁ। ଏହା ସୁପର ହିରୋମାନଙ୍କ ପାଇଁ ମଡେଲ। ସେମାନେ ସାଧାରଣତଃ ଅତ୍ୟନ୍ତ ପ୍ରତିଯୋଗୀ।
ଯେତେବେଳେ ସେମାନଙ୍କର ଜଣେ ସାଧାରଣ ଶତ୍ରୁ ଥାଏ ସେତେବେଳେ ସେମାନେ ଏକାଠି ହୋଇଯାଆନ୍ତି। ଈଶ୍ୱରଙ୍କର ଏହି ପରିଚିତ ଧାରଣା ସହ ଶକ୍ତି ନିବିଡ଼ ଭାବେ ଜଡ଼ିତ ରହିଛି, କିନ୍ତୁ ଦୟା କିମ୍ବା କରୁଣା କିମ୍ବା ଜ୍ଞାନ ନୁହେଁ।
ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମ ପୁରାଣଗୁଡ଼ିକରେ ଗୋଟିଏ ସତ୍ତାରେ ଶକ୍ତି କେନ୍ଦ୍ରିତ ହୋଇଥାଏ। ଏହା ହେଉଛି କେନ୍ଦ୍ରୀକରଣ। ଏହା ହେଉଛି ସାମନ୍ତବାଦର ଆଧ୍ୟାତ୍ମିକ ଆଧାର। ଏହି ଉଭୟ ଧର୍ମରେ ଏକ କେନ୍ଦ୍ରୀୟ ଶକ୍ତିକୁ ସମସ୍ତେ ମାନନ୍ତି ଓ ତାହା ପ୍ରତି ବି ସମସ୍ତେ କୃତଜ୍ଞ। ଧର୍ମନିରପେକ୍ଷ ନାସ୍ତିକ ଦୁନିଆରେ ମଧ୍ୟ ଏହା ଜାରି ରହିଛି, ଯେଉଁଠାରେ ଭଗବାନ୍‌ଙ୍କ ବଦଳରେ ସର୍ବଶକ୍ତିମାନ୍‌ ନେତା (ଏକଚ୍ଛତ୍ରବାଦୀ ଶାସକ) କିମ୍ବା ସର୍ବଶକ୍ତିମାନ୍‌ ସରକାର (ବୁଦ୍ଧିଜୀବୀ, ଅମଲାତନ୍ତ୍ର ଏବଂ ବିଚାରପତିଙ୍କ ଦ୍ୱାରା ପରିଚାଳିତ) ଦ୍ୱାରା ସ୍ଥାପିତ ହୋଇଛନ୍ତିି। ‘କେବଳ ଈଶ୍ୱର ହିଁ ସର୍ବଶକ୍ତିମାନ୍‌’,ଏହିଭଳି ବିଶ୍ୱାସ ‘ଈଶ୍ୱର ଅନେକ’ ବିଚାରକୁ ଶେଷ କରିଦିଏ, ଅର୍ଥାତ୍‌ ଏହା ଶକ୍ତିକୁ ଭାଗ ଭାଗ କରିବାକୁ ଦିଏ ନାହିଁ। ଖ୍ରୀଷ୍ଟିଆନ୍‌ ଏବଂ ଇସ୍‌ଲାମ ଧର୍ମ ଈଶ୍ୱରଙ୍କୁ ଦୟା ଓ କରୁଣାର ସତ୍ତା ବୋଲି କୁହନ୍ତି। କିନ୍ତୁ ଏହି କରୁଣା ଓ ଦୟା କେବଳ ତୁମେ ଧର୍ମ ପରିବର୍ତ୍ତନ କରିବା ପରେ ଆସିଥାଏ। ଏଠାରେ ଧର୍ମାନ୍ତର ଗୁରୁତ୍ୱପୂର୍ଣ୍ଣ। ଏହି ଗୋଷ୍ଠୀ ବାହାରେ ଥିବା ଲୋକଙ୍କ ପ୍ରତି କୌଣସି ଦୟା ନ ଥାଏ ଯାହା ଇହୁଦୀ ଏବଂ ଇସ୍‌ଲାମବାଦୀଙ୍କ ବାକ୍ୟରେ ସ୍ପଷ୍ଟ ହୋଇଥାଏ!
ବୌଦ୍ଧ ଏବଂ ଜୈନ ପୁରାଣରେ ଗୋଟିଏ ସର୍ବଶକ୍ତିମାନ୍‌ ଈଶ୍ୱରଙ୍କ ଧାରଣା ନାହିଁ। ଏହିସବୁ ଧର୍ମର ପୁରାଣଗୁଡ଼ିକରେ ଏକାଧିକ ଛୋଟବଡ଼ ଦେବତା ଅଛନ୍ତି ,ଯେଉଁମାନଙ୍କୁ ଶେଷରେ ତୀର୍ଥଙ୍କର କିମ୍ବା ବୁଦ୍ଧ ଭାବେ ସ୍ବୀକାର କରାଯାଇଛି। ଏହି ତୀର୍ଥଙ୍କର କିମ୍ବା ବୁଦ୍ଧ ଜଗତକୁ ନିୟନ୍ତ୍ରଣ କରୁଥିବା ଶକ୍ତି ବିଷୟରେ ନ କହି ଲୋଭ, କ୍ଷୁଧା, ଈର୍ଷା, କ୍ରୋଧ, ଗର୍ବକୁ ପରାସ୍ତ କରିବାର ଶକ୍ତି ସମ୍ପର୍କରେ କହିଥାନ୍ତି। ଏଠାରେ ଐଶ୍ୱରୀୟଶକ୍ତି ସମାଜବିଜ୍ଞାନ ଅପେକ୍ଷା ଈଶ୍ୱର ମନୋବିଜ୍ଞାନ ସହ ଅଧିକ ଜଡ଼ିତ।
ହିନ୍ଦୁମାନଙ୍କର ଈଶ୍ୱରଙ୍କ ବିଷୟରେ ଏକ ଅତି ଜଟିଳ ଧାରଣା ରହିଛି। ଏଥିରେ ଭଗବାନ୍‌ ସର୍ବ ଶକ୍ତିମାନ୍‌ ନୁହନ୍ତି , ବରଂ ପ୍ରକୃତି ଏବଂ କର୍ମ ଆଧାରରେ ସେ ବିଦ୍ୟମାନ। ପୌରାଣିକ କଥାଗୁଡ଼ିକରେ ଅସୁର ସହ ଦେବତାଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା ଅଛି। ଏହିସବୁ ବିଚାର ପୂର୍ବ ଓ ଦକ୍ଷିଣ ଏସିଆର ଭାଷା ଓ ସଂସ୍କୃତିବିଦ୍‌ଙ୍କ ସହ ଗ୍ରୀକ୍‌ ପୁରାଣର ଦେବତା ଓ ଶକ୍ତିମାନ୍‌ ବ୍ୟକ୍ତିଙ୍କ ବର୍ଣ୍ଣନା ହିନ୍ଦୁଧର୍ମର ବିଚାରଗୁଡ଼ିକରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଆଞ୍ଚଳିକ ହୋଇଥିବାରୁ ସେହି ପୁରାଣଗୁଡ଼ିକ କେବଳ ଅହଂକାର ଦ୍ୱାରା ଜଡ଼ିତ ଜୀବଙ୍କୁ ପ୍ରକାଶ କରନ୍ତି। ସେମାନଙ୍କଠାରୁ ଉଚ୍ଚ ହେଉଛନ୍ତି ସନ୍ନ୍ୟାସୀ ହୋଇ ଗ୍ରାର୍ହ୍ୟସ୍ଥ ଜୀବନ ବିତାଇଥିବା ଶିବ ଏବଂ ଗୃହସ୍ଥ ହୋଇ ସନ୍ନ୍ୟାସୀ ଭଳି ରହୁଥିବା ବିଷ୍ଣୁ। ଏମାନଙ୍କର କୌଣସି ଅହଂକାର ନାହିଁ। ଏହାସହ ଏମାନେ ବ୍ରହ୍ମାଣ୍ଡ ଧାରଣ କରନ୍ତି। କିନ୍ତୁ ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମ ଏବଂ ଇହୁଦୀଙ୍କ ମଧ୍ୟରେ ଥିବା ଈଶ୍ୱର ଧାରଣା ଭଳିି ଏମାନେ ଅଧୀନତା କିମ୍ବା କୌଣସି ଆଜ୍ଞା ପାଳନ କରନ୍ତି ନାହିଁ। ବାସ୍ତବତା ହେଉଛି, ଓପନିବେଶିକ ସମୟରୁ ‘ଈଶ୍ୱର ଏକ’ ଚିନ୍ତାଧାରାରେ ଅତ୍ୟଧିକ ଆକ୍ରାନ୍ତ ହିନ୍ଦୁମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଯଦି ଶିବ ଏବଂ ବିଷ୍ଣୁ ଏକ, ତେବେ ଚିତ୍ର ବିନା ସେମାନଙ୍କୁ କିଭଳି ସମ୍ବୋଧନ କରାଯାଇପାରିବ। ଏବଂ ଜଣେ ଦେବୀମାନଙ୍କୁ କିପରି ସ୍ଥାନିତ କରିହେବ? ଭଗବାନ୍‌, ଈଶ୍ୱର, ବ୍ରହ୍ମ ଏବଂ ଆତ୍ମା ପରି ବୈଦିକ ସିଦ୍ଧାନ୍ତଗୁଡ଼ିକ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ସର୍ବଶକ୍ତିମାନ୍‌ ଈଶ୍ବରଙ୍କ ଭାବନା ସହ ସମାନ ହୋଇପାରିବ ନାହିଁ। ଏହି ଦୁଇ ସିଦ୍ଧାନ୍ତ ମଧ୍ୟରୁ ଶେଷଟି କେବଳ ରାଜନେତାଙ୍କୁ ବୁଝାଏ, ଯେଉଁମାନେ କେବଳ ଅହଂକାର ସହ ଜଡ଼ିତ।
ଈଶ୍ବରଙ୍କ ବିଭିନ୍ନ ଧାରଣା ମଧ୍ୟରେ ଏହି ପ୍ରକାର ଦ୍ୱନ୍ଦ୍ୱ ବିଂଶଶତାବ୍ଦୀରେ ସୃଷ୍ଟି ହୋଇଥିଲା,ଯେତେବେଳେ ଲୋକମାନେ ସମସ୍ତ ଧର୍ମ ସମାନ ବୋଲି କହିବା ସହ ପୁରାଣ ଏବଂ ସୁବିଧାବାଦୀ (ପାଶ୍ଚାତ୍ୟ) ଦର୍ଶନ ତଥା ସମାନତା, ନ୍ୟାୟ ଓ ମାନବିକ ଅଧିକାର ଭଳି ଧାରଣାକୁ ଅଣଦେଖା କରିଥିଲେ। ଏହା ସହ ପ୍ରାଚୀନ ଗ୍ରୀକ୍‌ ଏବଂ ବାଇବଲରେ ବର୍ଣ୍ଣିତ ଶକ୍ତି ଧାରଣାର ମୂଳକଥାକୁ ହୃଦୟଙ୍ଗମ କରି ନ ଥିଲେ, ସେତେବେଳେ ଏଭଳି ଦ୍ୱନ୍ଦ୍ୱ ସାମ୍ନାକୁ ଆସିଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri