Posted inଜାତୀୟ

ବଢ଼ିଛି ଦ୍ୱନ୍ଦ୍ୱ ମନୋବୃତ୍ତି

ନୂଆଦିଲ୍ଲୀ, ୧୫ା୬: ପୂର୍ବ ଲଦାଖ ସ୍ଥିତ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ବର୍ଷେ ପୂରିଛି। ଏବେ ବି ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରୁ ହଟିନି ବେଜିଂ। ୧୧ ପର୍ଯ୍ୟାୟ ଧରି ଡିଜିଏମ୍‌ଓ ସ୍ତରୀୟ ଆଲୋଚନା ପରେ ସମୀକରଣ ତ ବଦଳିଛି, ତଥାପି ବିବାଦ ସମାଧାନ ପରିବର୍ତ୍ତେ ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ଏବଂ ଦ୍ୱନ୍ଦ୍ୱ ବୃଦ୍ଧି ପାଇଛି। ଚାଇନା ସହ ସବୁ ସ୍ଥିତିରେ ମୁକାବିଲା ପାଇଁ ଭାରତୀୟ ଯବାନ ଆହୁରି ଦୃଢ଼ ହୋଇଛନ୍ତି। ଅଧିକ ସମୟ ଧରି ସେଠାରେ ସେନା ନିୟୋଜିତ କରି ରଖିବାକୁ ଭାରତ ଏହାର ଭିତ୍ତିଭୂମିକୁ ଅଧିକ ମଜଭୁତ କରିଛି।

ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା ପଡ଼ୋଶୀ ଚାଇନାର ସେନା ସହ ସବୁ ସ୍ଥିତିରେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ଭାରତୀୟ ଯବାନ। ଗଲଓ୍ବାନ ଘାଟି ସଂଘର୍ଷ ପରେ ଲଦାଖର ବିଯୁକ୍ତ ୪୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ସେନାକୁ ଅଧିକ ସମୟ ଧରି ମୁତୟନ କରି ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତରେ ଲାଗି ପଡ଼ିଛି ଭାରତ। ବର୍ଷେ ଭିତରେ ଭାରତ ଲଦାଖ ନିକଟରେ ପ୍ରାୟ ୬୦ ହଜାର ସେନା ମୁତୟନ କରିବା ସହ ସୁବିଧାଜନକ ସ୍ଥିତି ପାଇଁ ସଡ଼କ ସମେତ ଉତ୍ତମ ଯୋଗାଯୋଗର ବିଭିନ୍ନ ମାଧ୍ୟମକୁ ଉନ୍ନତ କରିଛି। ଚାଇନିଜ୍‌ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଗତିବିଧି ଉପରେ ତୀଷ୍ନ ନଜର ରଖାଯିବା ସହ ସମସ୍ତ ଯବାନଙ୍କୁ ସମ୍ପୂର୍ଣ୍ଣ ଜାଗତିଆରରେ ରଖାଯାଇଥିବା ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍‌. ଏମ୍‌. ନରଓା୍ବଣେ ଗତ ମାସରେ ସୂଚନା ଦେଇଥିଲେ। ସେହିପରି ପ୍ରତିକୂଳ ପରିବେଶରେ ସେନା ତିଷ୍ଠିବା କଷ୍ଟକର ହୋଇଥିବାରୁ ଚାଇନା ଏହାର ୬୦ ପ୍ରତିଶତ ସୈନିକଙ୍କୁ ଅଦଳବଦଳ କରିସାରିଲାଣି। ଏହା ବାଦ ଭୀଷଣ ଥଣ୍ଡାରେ ଜଗି ରହିବାକୁ ଚାଇନା ନିଜ ସେନାକୁ ସ୍ବତନ୍ତ୍ର ଟ୍ରେନିଂ ମଧ୍ୟ ଦେବାରେ ଲାଗିଛି।
ପରେ ପାଟ୍ରୋଲ ପଏଣ୍ଟ ୧୪କୁ ‘ନୋ ପାଟ୍ରୋଲ ଜୋନ୍‌’ କରାଯାଇଥିଲା। ଉଭୟ ଦେଶ ସେଠାରୁ ଦେଢ଼ କି.ମି. ଦୂରକୁ ନିଜ ସେନା ଅପସାରଣ କରି ନେଇଥିଲେ ଏବଂ ସେହି ଅଞ୍ଚଳ ବଫର ଜୋନ୍‌ରେ ପରିଣତ ହୋଇଥିଲା। ବର୍ତ୍ତମାନ ପାଟ୍ରୋଲ ପଏଣ୍ଟ ପର୍ଯ୍ୟନ୍ତ ପାଟ୍ରୋଲିଂ ବନ୍ଦ ରହିଛି। ଚାଇନା କିନ୍ତୁ ଏହାର ସର୍ଭେଲାନ୍ସ କ୍ଷମତା ବଢ଼ାଇବାରେ ଲାଗିଛି। ଏଥିପାଇଁ ବେଜିଂ ପ୍ଲାଟ୍ୟୁ ଅପରେଶନ କ୍ଷମତା ଥିବା ଏକ ମାନବରହିତ ଏରିଆଲ ଯାନ(ୟୁଏଭି) ବିକଶିତ କରିଛି। ଏହାକୁ କୈଳାସ ପର୍ବତ ରେଞ୍ଜ୍‌ରେ ଏଲ୍‌ଏସି ନିକଟରେ ନିୟୋଜିତ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିସହିତ ଏଲଏସିର ୩ଟି ସେକ୍ଟର ପଶ୍ଚିମ (ଲଦାଖ), ମଧ୍ୟ (ଉତ୍ତରାଖଣ୍ଡ, ହିମାଚଳ) ଏବଂ ପୂର୍ବ (ସିକିମ, ଅରୁଣାଚଳ ପ୍ରଦେଶ)ରେ ମଧ୍ୟ ସଶସ୍ତ୍ର ସେନା ମୁତୟନ କରିଛି।
ନିକଟରେ ସେନା ଗତିବିଧି ଜାରି ରହିଥିବାରୁ ଉଭୟ ଦେଶର ରାଜନୈତିକ ନିଷ୍ପତ୍ତି ଉପରେ କାହାର ଭରଷା ପାଉ ନାହିଁ। ଯାହାର ପ୍ରଭାବ ଭବିଷ୍ୟତରେ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞ ମଦ ଦେଉଛନ୍ତି। ଚାଇନା ପ୍ରତି ଭାରତୀୟଙ୍କ ମନୋଭାବ ଅଧିକ ବିଗିଡ଼ିଛି। ଏକ ସର୍ଭେ ଅନୁସାରେ ଗତ ୧୨ ମାସରେ ୪୩ ପ୍ରତିଶତ ଭାରତୀୟ ଚାଇନା ସାମଗ୍ରୀ କିଣିବାଠାରୁ ଦୂରେଇ ରହିଛନ୍ତି। ୬୦ ପ୍ରତିଶତରୁ କମ୍‌ ଲୋକେ ଅତିବେଶୀରେ ୨ଟି ଚାଇନା ସାମଗ୍ରୀ କିଣିଥିବା କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି। ଏଥିସହ ବର୍ଷେ ମଧ୍ୟରେ ଭାରତ ସରକାର ଟିକ୍‌ଟକ୍‌, ଅଲ୍ଲି ଏକ୍ସପ୍ରେସ ଭଳି ଶତାଧିକ ଚାଇନିଜ୍‌ ଆପ୍‌କୁ ଦେଶରେ ନିଷିଧ କରିଛନ୍ତି।

ଜୁନ୍‌ ୧୫ରେ କ’ଣ ହୋଇଥିଲା

ଏଲ୍‌ଏସି ଅତିକ୍ରମ କରି ଚାଇନା ଭାରତ ପଟକୁ ମାଡି ଆସିବାରୁ ଗତବର୍ଷ ଜୁନ୍‌ ୧୫ରେ ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ହାତାହାତି ହୋଇଥିଲେ ଭାରତୀୟ ଯବାନ ଓ ଚାଇନା ସେନା। ବିଗତ ୪୫ ବର୍ଷ ମଧ୍ୟରେ ଏହା ସୀମାରେ ପ୍ରଥମ ରକ୍ତାକ୍ତ ସଂଘର୍ଷ ଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଚାଇନା ନିଜର ୫ ସୈନ୍ୟଙ୍କୁ ହରାଇଥିବା ମାନିଥିଲା। ହେଲେ ଏଥିରେ ୪୦ରୁ ଊର୍ଦ୍ଧ୍ୱ ଚାଇନା ସୈନ୍ୟଙ୍କ ଜୀବନ ଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ପରେ ସୀମା ନିକଟରେ ଉଭୟ ଦେଶ ବ୍ୟାପକ ସେନା ମୁତୟନ କରିଥିଲେ। ଦୁଇ ଦେଶ ମଧ୍ୟରେ ୧୧ ରାଉଣ୍ଡ ସାମରିକ ଆଲୋଚନା ପରେ ସମାଧାନର ସୂତ୍ର ବାହାରିଥିଲା। ଏଥିରେ ଉଭୟ ପକ୍ଷ ସୀମାଠାରୁ ଦୂରକୁ ନିଜ ସେନାକୁ ହଟାଇବାକୁ ରାଜି ହୋଇଥିଲେ। ଏହା ପରେ ବି ସୀମାଠାରୁ ବେଶୀ ଦୂରକୁ ହଟିନାହାନ୍ତି ଚାଇନା ସୈନ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri