Posted inଜାତୀୟ

ବଢ଼ିଛି ଦ୍ୱନ୍ଦ୍ୱ ମନୋବୃତ୍ତି

ନୂଆଦିଲ୍ଲୀ, ୧୫ା୬: ପୂର୍ବ ଲଦାଖ ସ୍ଥିତ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ବର୍ଷେ ପୂରିଛି। ଏବେ ବି ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରୁ ହଟିନି ବେଜିଂ। ୧୧ ପର୍ଯ୍ୟାୟ ଧରି ଡିଜିଏମ୍‌ଓ ସ୍ତରୀୟ ଆଲୋଚନା ପରେ ସମୀକରଣ ତ ବଦଳିଛି, ତଥାପି ବିବାଦ ସମାଧାନ ପରିବର୍ତ୍ତେ ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ଏବଂ ଦ୍ୱନ୍ଦ୍ୱ ବୃଦ୍ଧି ପାଇଛି। ଚାଇନା ସହ ସବୁ ସ୍ଥିତିରେ ମୁକାବିଲା ପାଇଁ ଭାରତୀୟ ଯବାନ ଆହୁରି ଦୃଢ଼ ହୋଇଛନ୍ତି। ଅଧିକ ସମୟ ଧରି ସେଠାରେ ସେନା ନିୟୋଜିତ କରି ରଖିବାକୁ ଭାରତ ଏହାର ଭିତ୍ତିଭୂମିକୁ ଅଧିକ ମଜଭୁତ କରିଛି।

ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା ପଡ଼ୋଶୀ ଚାଇନାର ସେନା ସହ ସବୁ ସ୍ଥିତିରେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ଭାରତୀୟ ଯବାନ। ଗଲଓ୍ବାନ ଘାଟି ସଂଘର୍ଷ ପରେ ଲଦାଖର ବିଯୁକ୍ତ ୪୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ସେନାକୁ ଅଧିକ ସମୟ ଧରି ମୁତୟନ କରି ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତରେ ଲାଗି ପଡ଼ିଛି ଭାରତ। ବର୍ଷେ ଭିତରେ ଭାରତ ଲଦାଖ ନିକଟରେ ପ୍ରାୟ ୬୦ ହଜାର ସେନା ମୁତୟନ କରିବା ସହ ସୁବିଧାଜନକ ସ୍ଥିତି ପାଇଁ ସଡ଼କ ସମେତ ଉତ୍ତମ ଯୋଗାଯୋଗର ବିଭିନ୍ନ ମାଧ୍ୟମକୁ ଉନ୍ନତ କରିଛି। ଚାଇନିଜ୍‌ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଗତିବିଧି ଉପରେ ତୀଷ୍ନ ନଜର ରଖାଯିବା ସହ ସମସ୍ତ ଯବାନଙ୍କୁ ସମ୍ପୂର୍ଣ୍ଣ ଜାଗତିଆରରେ ରଖାଯାଇଥିବା ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍‌. ଏମ୍‌. ନରଓା୍ବଣେ ଗତ ମାସରେ ସୂଚନା ଦେଇଥିଲେ। ସେହିପରି ପ୍ରତିକୂଳ ପରିବେଶରେ ସେନା ତିଷ୍ଠିବା କଷ୍ଟକର ହୋଇଥିବାରୁ ଚାଇନା ଏହାର ୬୦ ପ୍ରତିଶତ ସୈନିକଙ୍କୁ ଅଦଳବଦଳ କରିସାରିଲାଣି। ଏହା ବାଦ ଭୀଷଣ ଥଣ୍ଡାରେ ଜଗି ରହିବାକୁ ଚାଇନା ନିଜ ସେନାକୁ ସ୍ବତନ୍ତ୍ର ଟ୍ରେନିଂ ମଧ୍ୟ ଦେବାରେ ଲାଗିଛି।
ପରେ ପାଟ୍ରୋଲ ପଏଣ୍ଟ ୧୪କୁ ‘ନୋ ପାଟ୍ରୋଲ ଜୋନ୍‌’ କରାଯାଇଥିଲା। ଉଭୟ ଦେଶ ସେଠାରୁ ଦେଢ଼ କି.ମି. ଦୂରକୁ ନିଜ ସେନା ଅପସାରଣ କରି ନେଇଥିଲେ ଏବଂ ସେହି ଅଞ୍ଚଳ ବଫର ଜୋନ୍‌ରେ ପରିଣତ ହୋଇଥିଲା। ବର୍ତ୍ତମାନ ପାଟ୍ରୋଲ ପଏଣ୍ଟ ପର୍ଯ୍ୟନ୍ତ ପାଟ୍ରୋଲିଂ ବନ୍ଦ ରହିଛି। ଚାଇନା କିନ୍ତୁ ଏହାର ସର୍ଭେଲାନ୍ସ କ୍ଷମତା ବଢ଼ାଇବାରେ ଲାଗିଛି। ଏଥିପାଇଁ ବେଜିଂ ପ୍ଲାଟ୍ୟୁ ଅପରେଶନ କ୍ଷମତା ଥିବା ଏକ ମାନବରହିତ ଏରିଆଲ ଯାନ(ୟୁଏଭି) ବିକଶିତ କରିଛି। ଏହାକୁ କୈଳାସ ପର୍ବତ ରେଞ୍ଜ୍‌ରେ ଏଲ୍‌ଏସି ନିକଟରେ ନିୟୋଜିତ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିସହିତ ଏଲଏସିର ୩ଟି ସେକ୍ଟର ପଶ୍ଚିମ (ଲଦାଖ), ମଧ୍ୟ (ଉତ୍ତରାଖଣ୍ଡ, ହିମାଚଳ) ଏବଂ ପୂର୍ବ (ସିକିମ, ଅରୁଣାଚଳ ପ୍ରଦେଶ)ରେ ମଧ୍ୟ ସଶସ୍ତ୍ର ସେନା ମୁତୟନ କରିଛି।
ନିକଟରେ ସେନା ଗତିବିଧି ଜାରି ରହିଥିବାରୁ ଉଭୟ ଦେଶର ରାଜନୈତିକ ନିଷ୍ପତ୍ତି ଉପରେ କାହାର ଭରଷା ପାଉ ନାହିଁ। ଯାହାର ପ୍ରଭାବ ଭବିଷ୍ୟତରେ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞ ମଦ ଦେଉଛନ୍ତି। ଚାଇନା ପ୍ରତି ଭାରତୀୟଙ୍କ ମନୋଭାବ ଅଧିକ ବିଗିଡ଼ିଛି। ଏକ ସର୍ଭେ ଅନୁସାରେ ଗତ ୧୨ ମାସରେ ୪୩ ପ୍ରତିଶତ ଭାରତୀୟ ଚାଇନା ସାମଗ୍ରୀ କିଣିବାଠାରୁ ଦୂରେଇ ରହିଛନ୍ତି। ୬୦ ପ୍ରତିଶତରୁ କମ୍‌ ଲୋକେ ଅତିବେଶୀରେ ୨ଟି ଚାଇନା ସାମଗ୍ରୀ କିଣିଥିବା କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି। ଏଥିସହ ବର୍ଷେ ମଧ୍ୟରେ ଭାରତ ସରକାର ଟିକ୍‌ଟକ୍‌, ଅଲ୍ଲି ଏକ୍ସପ୍ରେସ ଭଳି ଶତାଧିକ ଚାଇନିଜ୍‌ ଆପ୍‌କୁ ଦେଶରେ ନିଷିଧ କରିଛନ୍ତି।

ଜୁନ୍‌ ୧୫ରେ କ’ଣ ହୋଇଥିଲା

ଏଲ୍‌ଏସି ଅତିକ୍ରମ କରି ଚାଇନା ଭାରତ ପଟକୁ ମାଡି ଆସିବାରୁ ଗତବର୍ଷ ଜୁନ୍‌ ୧୫ରେ ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ହାତାହାତି ହୋଇଥିଲେ ଭାରତୀୟ ଯବାନ ଓ ଚାଇନା ସେନା। ବିଗତ ୪୫ ବର୍ଷ ମଧ୍ୟରେ ଏହା ସୀମାରେ ପ୍ରଥମ ରକ୍ତାକ୍ତ ସଂଘର୍ଷ ଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଚାଇନା ନିଜର ୫ ସୈନ୍ୟଙ୍କୁ ହରାଇଥିବା ମାନିଥିଲା। ହେଲେ ଏଥିରେ ୪୦ରୁ ଊର୍ଦ୍ଧ୍ୱ ଚାଇନା ସୈନ୍ୟଙ୍କ ଜୀବନ ଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ପରେ ସୀମା ନିକଟରେ ଉଭୟ ଦେଶ ବ୍ୟାପକ ସେନା ମୁତୟନ କରିଥିଲେ। ଦୁଇ ଦେଶ ମଧ୍ୟରେ ୧୧ ରାଉଣ୍ଡ ସାମରିକ ଆଲୋଚନା ପରେ ସମାଧାନର ସୂତ୍ର ବାହାରିଥିଲା। ଏଥିରେ ଉଭୟ ପକ୍ଷ ସୀମାଠାରୁ ଦୂରକୁ ନିଜ ସେନାକୁ ହଟାଇବାକୁ ରାଜି ହୋଇଥିଲେ। ଏହା ପରେ ବି ସୀମାଠାରୁ ବେଶୀ ଦୂରକୁ ହଟିନାହାନ୍ତି ଚାଇନା ସୈନ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri