ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା

ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍‌ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର ଆସିବେ। ତେଣୁ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଦୁଇ ଦୁଇଟି ଖୁସି ଖବର। ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମରୁ ହିଁ ପାର୍ଥ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ନିଜେ ଏକଥା କହିଛନ୍ତି ପାର୍ଥ।

ଏକ ସାକ୍ଷାତକାରରେ ପାର୍ଥ ନିଜର ଅପ୍‌କମିଂ ପ୍ରୋଜେକ୍ଟ ବିଷୟରେ କହିଥିଲେ। ସେ ବଲିଉଡ୍‌ରେ ଡେବ୍ୟୁ କରିବା ଖବରକୁ ନେଇ କହିଛନ୍ତି, ଏକଥା ସତ। ମୁଁ ଏହିବର୍ଷ ଶୁଟିଂ କରିବି। ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି। ଚାହୁଁଛି ସବୁକିଛି ଭଲରେ ଭଲରେ ହେଇଯାଉ। ଫିଲ୍ମଟି ବର୍ତ୍ତମାନ ପ୍ରି-ପ୍ରଡକ୍ସନ’ ପ୍ରକ୍ରିୟାରେ ରହିଛି। ତେବେ ପାର୍ଥ ଆଲିଆଙ୍କ ସହ କେଉଁ ଫିଲ୍ମରେ ନଜର ଆସିବେ ତାହା ଦେଖିବାକୁ ବାକି ରହିଲା।

Share