ଉଇଗର ନିର୍ଯାତନା ବିରୋଧରେ ତୁର୍କୀରେ ସମ୍ମିଳନୀ …

ଇସ୍ତାନବୁଲ, ୧୫।୬ : ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ସିଙ୍ଗାପୁର ପୋଷ୍ଟ ଅନୁଯାୟୀ, ଚାଇନା ଜିନଜିଆନରେ ଉଇଗର ମୁସଲମାନ ଏବଂ ତିବ୍ଦତରେ ତିବ୍ଦତୀୟ ସଂଖ୍ୟାଲଘୁଙ୍କ ସଂସ୍କୃତି ଏବଂ ଧାର୍ମିକ ପରିଚୟକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ଜିନଜିଆଙ୍ଗରେ ଉଇଗରଙ୍କ ଦମନର ଘୃଣ୍ୟ ଚେହେରା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ଯେଉଁମାନେ ଖସିଯିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ଗୁଳି କରିବା ଭଳି ନୀତି ଏଠାରେ ଗ୍ରହଣ କରାଯାଇଛି। ଜନସଂଖ୍ୟାକୁ ଦମନ କରିବା ଏବଂ ପିଲାମାନଙ୍କୁ ପରିବାରଠାରୁ ଅଲଗା କରିବା ପାଇଁ ମହିଳାମାନଙ୍କ ଉପରେ ମଧ୍ୟ ନିର୍ଯାତନା ଅନ୍ତର୍ଗତ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରପୋଚାର ଜୋର୍‌ ଜବରଦସ୍ତ ଲଦି ଦିଆଯାଉଛି।

କେବଳ ଏତିକି ନୁହେଁ, ୧୯୫୦ଦଶକରେ ଚାଇନା ବେଆଇନ ଭାବରେ ତିବ୍ଦତକୁ ଦଖଲ କରି ଏହାର ଅନନ୍ୟ ପରିଚୟ ଏବଂ ସଂସ୍କୃତି ବିଲୋପ କରିବାର ନୀତି ମଧ୍ୟ ଅନୁସରଣ କରୁଛି। ଚାଇନା ବର୍ତ୍ତମାନ ଏଠାରେ ପିଲାମାନଙ୍କୁ ମାନ୍ଦାରିନ ଭାଷାର ବ୍ୟବହାର କରିବାକୁ କହୁଛି। ଏପରି କରି ସେମାନଙ୍କୁ ସେମାନଙ୍କର ସାଂସ୍କୃତିକ ଐତିହ୍ୟରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି।

ଉଇଗର ନରସଂହାର ପ୍ରସଙ୍ଗରେ ଏକ ଇସଲାମୀୟ ବିଦ୍ୱନ ସମ୍ମିଳନୀ ଚାଇନାର ବିରୋଧରେ ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟର ଫର୍‌ ଉଇଗୁର୍‌ ଷ୍ଟଡିଜ ଟୁଇଟ କରି କୁହାଯାଇଛି ଯେ ଏହି ସମ୍ମିଳନୀରେ ଜିନଜିଆଙ୍ଗର ସଂଖ୍ୟାଲଘୁଙ୍କ ପାଇଁ ସମର୍ଥନ ହାସଲ କରିବା ଉପେୀ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଦର୍ଶାଯାଇଥିଲା ଯେ ଉଇଗୁରୁମାନେ ମୁଖ୍ୟତଃ ମୁସଲମାନ ସଂଖ୍ୟାଲଘୁ ତୁର୍କୀ ଗୋଷ୍ଠୀ । ସେମାନଙ୍କର ସୃଷ୍ଟି ମଧ୍ୟ-ପୂର୍ବ ଏସିଆରେ ଉତ୍ପନ୍ନ ହୋଇଥିଲା। ଜିନଜିଆଙ୍ଗରେ ସେମାନଙ୍କ ଉପରେ ଅତ୍ୟଧିକ ନିର୍ଯାତନା କରାଯାଉଛି।

Share