‘ତୁମେ ସବୁଦିନ ମନେ ରହିବ’

ମୁମ୍ବାଇ: ପ୍ରସିଦ୍ଧ ଗାୟକ କେକେଙ୍କ ଦେହାନ୍ତରେ ବଲିଉଡ୍‌ ଷ୍ଟାର୍‌ ସଲମାନ ଖାନ୍‌ ଶୋକ ପ୍ରକାଶ କରିଛନ୍ତି। କେକେ ସଲମାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ହମ ଦିଲ୍‌ ଦେ ଚୁକେ ସନମ’ର’ ତଡ଼ପ-ତଡ଼ପ କେ ଇସ୍‌ ଦିଲ ସେ ଆହ ନିକ୍‌ଲତି ରହି’ ଗୀତ ଗାଇଥିଲେ। କେକେଙ୍କ ସ୍ବରର ଯାଦୁ ହିଁ ଏହି ଗୀତରେ ଯନ୍ତ୍ରଣା ସୃଷ୍ଟି କରିଥିଲା। ସଲମାନ କେକେଙ୍କ ପରିବାରକୁ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ତାଙ୍କ ପରିବାର ପାଇଁ ଗଭୀର ସମବେଦନା, ତୁମ ଗୀତ ପାଇଁ ତୁମେ ସବୁବେଳେ ମନେ ରହିବ।

କେକେ ସଲମାନଙ୍କ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି। କେକେଙ୍କ ପ୍ରଶଂସକ ଏବଂ ବଲିଉଡ୍‌ର ସେଲିବ୍ରିଟିମାନେ ତାଙ୍କ ଦ୍ୱାରା ଗାନ କରାଯାଇଥିବା ଗୀତ ମାଧ୍ୟମରେ ତାଙ୍କୁ ମନେ ରଖିଛନ୍ତି। ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ବ୍ୟତୀତ ସଲମାନଙ୍କ ଅନେକ ଫିଲ୍ମରେ କଣ୍ଠଦାନ କରିଥିଲେ କେକେ। ‘ତେରେ ନାମ’  ‘ଓ ଜାନା’, ‘ଏକ ଥା ଟାଇଗର ମେ ଲାପତା’, ‘ବଜରଙ୍ଗୀ ଭାଇଜାନ’, ‘ତୁ ଯୋ ମିଲା’ ପରି ଅନେକ ଫିଲ୍ମରେ ଗୀତ ଗାଇଛନ୍ତି। କେକେଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଭାଇଜାନ।

Share