ଟ୍ରମ୍ପଙ୍କୁ ଇସ୍ରାଏଲର ନିନ୍ଦା

ଜେରୁଜେଲମ୍‌,୧୩ା୧୦: ଇରାନ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀ ହିଜ୍‌ବୁଲ୍‌କୁ ପ୍ରଶଂସା କରିବା ସହ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସମାଲୋଚନା କରି ଇସ୍ରାଏଲ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନିନ୍ଦା କରିଛି । ଏହାକୁ ଲଜ୍ଜାଜନକ ଏବଂ ଅବିଶ୍ୱସନୀୟ ବୋଲି କହିଛି ଇସ୍ରାଏଲ।

ଇସ୍ରାଏଲର ଯୋଗାଯୋଗ ମନ୍ତ୍ରୀ ଶ୍ଲୋମୋ ସ୍ଥାନୀୟ ଗଣମାଧ୍ୟମ ଚ୍ୟାନେଲକୁ କହିଛନ୍ତି, ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ, ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି, ପ୍ରଚାର ପ୍ରସାର କରନ୍ତି ଏବଂ ଇସ୍ରାଏଲର ଯୋଦ୍ଧା ଏବଂ ଏହାର ନାଗରିକଙ୍କ ଆତ୍ମାକୁ ଆଘାତ ଦେଇଥିବା କଥା ପ୍ରଚାର କରୁଛନ୍ତି।

Share