କାମ ନ ସରୁଣୁ ଭାଙ୍ଗୁଛି କଂକ୍ରିଟ, ଉଠିଯାଉଛି ପିଚୁ

ଯାଜପୁର,୬ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପାଣିକୋଇଲି ରାସ୍ତା ଓ କୋଠାବାଡି (ଆରଏଣ୍ଡ ବି) ବିଭାଜନ ଅଧୀନରେ ଚାଲିଥିବା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। କେଉଁଠି ଗୁପ୍ତ ଟେଣ୍ଡର କରି ଅନେକ କୋଟି ଟଙ୍କାର ସରକାରୀ ଅନୁଦାନ ଆତ୍ମସାତ ହେଉଛି ତ’ଆଉ କେଉଁଠି ନିମ୍ନମାନର କାମ କରି ଠିକାଦାର ଓ ଯନ୍ତ୍ରୀ ମିଳିମିଶି ହରିଲୁଟ୍‌ କରୁଥିବା ଚର୍ଚ୍ଚା ହେଉଛି । ବିଶେଷକରି ଯାଜପୁର ଜିଲାରେ ଏହି ଦୁର୍ନୀତିର ଚେର ତଳୁ ଉପର ତଥା ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧୀକ୍ଷଣ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ଆଲୋଚନା ହେଉଛି । ତେଣୁ ସଂପୃକ୍ତ ଗ୍ରାମବାସୀ ଅଭିଯୋଗ କଲେ ବି କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନ ଥିବା ସୂଚନା ମିଳିଛି।
ଏଠାରେ ଧର୍ମଶାଳା ନିର୍ବାଚନ ମଣ୍ଡଳିର ଥାନୁଆଲ ଠାରୁ ତରଞ୍ଜିଆ ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ଉଦାହରଣ ଭାବେ ନିଆଯାଇପାରେ। ୧୬ କୋଟି ୬୪ ଲକ୍ଷ ଟଙ୍କାର ଏହି ରାସ୍ତା କାର୍ଯ୍ୟକୁ ଆଶୀର୍ବାଦ ଇଞ୍ଜିନିୟର ଆଣ୍ଡ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ ଲିଃ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟ ୨୭ା୧୦ା୨୦୨୨ରେ ଆରମ୍ଭ ହୋଇଥିବାବେଳେ ୨୬ା୯ା୨୦୨୩ରେ ସରିବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ଗଡି ଯାଇଥିଲେ ହେଁ ଏଯାଏ ରାସ୍ତା କାର୍ଯ୍ୟ ୫୦% ବି ଶେଷ ହୋଇନାହିଁ । ଏହାବାଦ୍‌ ରାସ୍ତା କାର୍ଯ୍ୟରେ ଅତି ପତଳା ପିଚୁ ବ୍ୟବହାର ହେବା ସହ ପୁରୁଣା କଂକ୍ରିଟ ରାସ୍ତା ଉପରେ ନୂଆ ଢ଼ଳେଇ ହେଉଥିବା ଅଭିଯୋଗ ହେଉଛି। ଉକ୍ତ ଠିକାସଂସ୍ଥାର ମାଲିକ ଜଣେ ରାଜନେତାଙ୍କ ଛତ୍ରଛାୟା ତଳେ ରହିଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ହାତ ମାରି ପାରୁ ନାହାନ୍ତି କିମ୍ବା ସଂପୃକ୍ତ ଗ୍ରାମବାସୀ ଅଭିଯୋଗ କରିବାକୁ ସାହାସ ଜୁଟାଇ ପାରୁ ନ ଥିବା ଚର୍ଚ୍ଚା ହେଉଛି। ତେବେ ଆମ ପ୍ରତିନିଧିଙ୍କୁ କେତେକ ଗ୍ରାମବାସୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କାର୍ଯ୍ୟ ଏତେ ନିମ୍ନମାନର ହେଉଛି ଯେ ଏହାର ଦୀର୍ଘସ୍ଥାୟୀ ହେବା ଅନିଶ୍ଚିତ। ଏହାସହ କାମ ନ ସୁରୁଣୁ ପିଚୁ ରାସ୍ତାରେ ସାମାନ୍ୟ ଗେଟି ଦିଶୁଥିବାବେଳେ କଂକ୍ରିଟରେ ସିମେଣ୍ଟ ଉଠି ଭାଙ୍ଗିବା ଆରମ୍ଭ ହେଲାଣି। ତେଣୁ ନିର୍ମାଣାଧୀନ ଉକ୍ତ ରାସ୍ତାର ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବହୁ ମୂଲ୍ୟବାନ କଳାପଥର ଗାଡ଼ି ପରିବହନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସୁଦୃଢ ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ଅନେକ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଏହିକ୍ରମରେ ଥାନୁଆଲ-ତରଞ୍ଜିଆ ରାସ୍ତାର ସୁଦୃଢୀକରଣ ଏବଂ ସମ୍ପ୍ରସାରଣ ପାଇଁ ରଘୁନାଥପୁର, ନାନପୁର, ଉତିମରା, ଆରୁହାଖୋଲା, ପୋବଳ, ତରଞ୍ଜିଆ, ଯୋଗଡିଆ ପ୍ରଭୃତି ଅଞ୍ଚଳବାସୀ ଦାବି କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ଉକ୍ତ ରାସ୍ତା କାର୍ଯ୍ୟକୁ ମଞ୍ଜୁର କରି ଆଶୀର୍ବାଦ ଇଞ୍ଜିନିୟର ଆଣ୍ଡ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ ଲିଃ ଠିକାସଂସ୍ଥା ଦ୍ୱାରା ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଠିକାଦାର ଏହି ରାସ୍ତା କାମକୁ ଅତ୍ୟନ୍ତ ନିମ୍ନମାନର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଏଷ୍ଟିମେଣ୍ଟ ଅନୁସାରେ କୌଣସି ସାମଗ୍ରୀ ବ୍ୟବହାର ହେଉନାହିଁ। ଆବଶ୍ୟକ ଅନୁଯାୟୀ ବଜୁରୀ, ଚିପ୍ସ ନଦେଇ କେବଳ ଅତ୍ୟଧିକ ପାଉଁଶ ଗୁଣ୍ଡ ପକାଇ ଠିକାଦାର କାମ କରିଥିବା ଅଭିଯୋଗ ହୋଇଛି । ଠିକ ଭାବେ ଗ୍ରାଉଟିଂ ଓ ଆବଶ୍ୟକ ଅନୁପାତରେ ପାଣି ଦେଇ ରୋଲିଂ ମଧ୍ୟ କରାଯାଇନାହିଁ । ସେହିପରି ରାସ୍ତାର ନିକଟ ଉଭୟ ପାର୍ଶ୍ୱରେ ଥିବା ବିପୁଳ ପରିମାଣର ମହରମ ତାଡ଼ି ଠିକାଦାର ରାସ୍ତାର ମୂଳଦୁଆ ପ୍ରସ୍ତୁତ କରିଛନ୍ତି । ଫଳରେ ଲଗାଣ ବର୍ଷା ହେଲେ ରାସ୍ତାର ଉଭୟ ପାର୍ଶ୍ୱ ଧୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରାସ୍ତା କାମ ଚାଲିଥିବାବେଳେ ପାଣି ସିଞ୍ଚନ ହେଉ ନ ଥିବାରୁ ଧୂଳିଧୁଆଁରେ ପଥଚାରୀ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ସବୁଠାରୁ ବଡ଼କଥା ହେଉଛି କାମ ଚାଲୁଥିବା ସମୟରେ ପୂର୍ତ୍ତ ବିଭାଗର କୌଣସି ଯନ୍ତ୍ରୀ ଏଠାରେ ଉପସ୍ଥିତ ରାହୁନାହାନ୍ତି । ଫଳରେ ଠିକାଦାର ନିଜର ମନମୁଖୀ କାର୍ଯ୍ୟ କରି ବିପୁଳ କୋଟି ଟଙ୍କା ହରିଲୁଟ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକେ ନିମ୍ନମାନର କାମକୁ ବିରୋଧ କଲେ ଧମକ ଚମକ ମିଳୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହିପରି କେତେଜଣ ଦୁର୍ନୀତିଗ୍ରସ୍ତ ଠିକାଦାରଙ୍କ ପାଇଁ ସମ୍ପୃକ୍ତ ବିଧାୟକ ବଦନାମ ହେଉଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି । ଏ ସଂକ୍ରାନ୍ତରେ ପାଣିକୋଇଲି ନିର୍ମାଣ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଲେଇ ଓ ଏସ୍‌ଡିଓ ନରୋତ୍ତମ ଦାସଙ୍କ ମତାମତ ନେବାକୁ ଗୁରୁବାର ତାଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ହେଁ ସେମାନେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?