ବାଲିଘାଟ ନିଲାମକୁ ନେଇ ଆଶଙ୍କା

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲାରେ ବାଲି ଖନନକୁ ନେଇ ପ୍ରସ୍ତୁତ କରାଯାଇଥିବା ସର୍ଭେ ରିପୋର୍ଟ(ଡିଏସ୍‌ଆର)କୁ ବେଆଇନ ଦର୍ଶାଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଛି। ବାରିପଦାର ବିଶିଷ୍ଟ ପରିବେଶବିତ୍‌ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ବିବେକାନନ୍ଦ ପଟ୍ଟନାୟକଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା (ନଂ.୪୬/୨୨ ଇଜେଡ୍‌) ରୁଜୁ ହୋଇଛି। ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ସ୍ଥହେଲକାର ଓ ଏକ୍ସପର୍ଟ ମେମ୍ବର ସାଇବଲ ଦାସଗୁପ୍ତାଙ୍କ ଖଣ୍ଡପୀଠ ଆସନ୍ତା ୨୬ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
ଲଘୁ ଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ୨୦୧୯ରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ରିପୋର୍ଟଟି ଏକ ଅନ୍ତରୀଣ ରିପୋର୍ଟ। ରିପୋର୍ଟ ପ୍ରସ୍ତୁତ ପାଇଁ କୌଣସି ପ୍ରକାର କ୍ଷେତ୍ର ପରିଦର୍ଶନ କରାଯାଇ ନାହିଁ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ବଡ଼ସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ବାଲି ଘାଟ ନିଲାମ ପାଇଁ ବାହାରିଥିବା ୪ଟି ବାଲି ସଇରାତକୁ ୫ ହେକ୍ଟର କମ୍‌ କରି ଦିଆଯାଇଛି। ଡିଏସ୍‌ଆର୍‌ରେ ତାହା ୫ ହେକ୍ଟରରୁ ଅଧିକ ରହିଛି। ପ୍ରସ୍ତାବିତ ବାଲି ଘାଟ ମଧ୍ୟରେ ପୋଲ ଥିଲା ବେଳେ ତାହାକୁ ଅଣଦେଖା କରାଯାଇଛି। ଏହି ବିଷୟକୁ ଅନୁଧ୍ୟାନ ନ କରି ରିପୋର୍ଟକୁ ବେପରୁଆ ଭାବେ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ପ୍ରସ୍ତୁତ ରିପୋର୍ଟରେ ସହନଶୀଳ ବାଲି ଖନନ ମାର୍ଗଦର୍ଶିକା ୨୦୧୬ ଏବଂ ୨୦୨୦ର ଅନୁପାଳନ କରାଯାଇ ନ ଥିବା ଅଭିଯୋଗ କରାଯାଇଛି। ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜିଲାର ଏହିଭଳି ଏକ ସର୍ଭେ ରିପୋର୍ଟକୁ ଏନ୍‌ଜିଟି ଅନ୍ତରୀଣ ଦର୍ଶାଇ ପ୍ରସ୍ତାବିତ ଥିବା ବାଲି ଘାଟ ନିଲାମକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଆସନ୍ତା ୨୮ରେ ହେବାକୁ ଥିବା ମୟୂରଭଞ୍ଜ ଜିଲାର ୪ଟି ବାଲି ଘାଟ ନିଲାମ ଆଶା ଆଶଙ୍କାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri