ବର୍ଷା ପାଇଁ ଚିନ୍ତା ବଢ଼ାଉଛି କଳିଙ୍ଗା ଘାଟି ରାସ୍ତା ମରାମତି:ବିଧାୟକ ସମୀକ୍ଷା କଲେ

ଭଞ୍ଜନଗର,୨।୧୦(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ଅପରାହ୍ନରେ ଅଚାନକ କଳିଙ୍ଗା ଘାଟି ପରିଦର୍ଶନ କରି ଚାଲିଥିବା ରାସ୍ତା କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଏଥିସହ ସେଠାରେ ଉପସ୍ଥିତ ଥିବା ଠିକାଦାରଙ୍କୁ କାମ ତ୍ରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ଗସ୍ତ ସମୟରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାମ ସରିବା ପରେ ଘାଟି ରାସ୍ତାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହାପରେ ପ୍ରଥମେ ଚାରି ଚକିଆ ଏବଂ ଦୁଇ ଚକିଆ ଯାନକୁ ଚଳାଚଳ ପାଇଁ ଛଡାଯିବ। ଏହାପରେ ଭାରିଯାନକୁ ଛଡ଼ା ଯିବା ଯୋଜନା ଅଛି। କିନ୍ତୁ ଘାଟିରେ ଯାନବାହାନ ଚଳାଚଳ କେବେ ସ୍ବାଭାବିକ ହେବ ସେନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଠିକ ଭାବେ କହି ପାରୁନାହାଁନ୍ତି। କାମ ବିଳମ୍ବ ଯୋଗୁ ସାଧାରଣରେ ମଧ୍ୟ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି।
ଅନ୍ୟପଟେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ କିଛି ଦିନ ପୂର୍ବେ କଳିଙ୍ଗା ଘାଟି ପରିଦର୍ଶନ କରିବା ସମୟରେ କଳିଙ୍ଗା ଘାଟି ରାସ୍ତା ସୁରକ୍ଷିତ ନୁହେଁ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ତେଣୁ ଭବିଷ୍ୟତକୁ ଦେଖି ବିକଳ୍ପ ରାସ୍ତା କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ସେ ଭାଲିଆପଟାଠାରୁ ଦୁର୍ଗାପ୍ରସାଦ ପର୍ଯ୍ୟନ୍ତ ବର୍ତ୍ତମାନ ଥିବା ରାସ୍ତାଟିକୁ ବିକଳ୍ପ ରାସ୍ତା ଭାବେ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଘାଟି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। କାମ ବିଳମ୍ବ ଦ୍ୱାରା ଅନେକ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ତେଣୁ ଭବିଷ୍ୟତକୁ ଦେଖି ଘାଟିରେ ଦୁଇଟି ରାସ୍ତା ଆବଶ୍ୟକତା ଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ଯେ, ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ଝରଣା
ସ୍ଥାନରେ ଗତ ମାସ ୧୬ ତାରିଖରେ ବିରାଟ ବିରାଟ ପଥର ଖସି ଆସିବା ସହ ମାଟି ଅତଡା ଧସିଥିଲା। ଫଳରେ ଉକ୍ତ ଦୁଇ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ଫଳରେ ଉକ୍ତ ଦିନଠୁ ଘାଟି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାଟିକୁ ଯେତିକି ଗୁରୁତ୍ୱ ଦେଇ ମରାମତି କରିବା କଥା କରୁନାହାନ୍ତି। ତେଣୁ ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। କାମ ମନ୍ଥର ଗତିରେ ଚାଲିବା ଯୋଗୁ ଉକ୍ତ ରାସ୍ତାରେ ସମସ୍ତ ଯାନବାହାନ ସ୍ବାଭାବିକ ଭାବେ ଚଳାଚଳ କରିବାକୁ ବହୁ ଦିନ ଲାଗିଯିବ।

ଝରଣା ଉପରେ ଏବେ ବି ବହୁ ବଡ ବଡ ପଥର ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ଅଛି। ଉକ୍ତ ପଥରକୁ ବାହାର କରାନଯିବା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ କରିବା ବିପଦ। ବର୍ତ୍ତମାନ ବର୍ଷା ଯୋଗୁ କାମ କରିବା ଆହୁରି ଜଟିଳ ହୋଇପଡିଛି। ତେଣୁ ପ୍ରଶାସନ ପକ୍ଷରୁ ୩୦ ତାରିଖ ପର୍ଯ୍ୟନ୍ତ ଘାଟି ରାସ୍ତା ଯେଉଁ ବନ୍ଦ ରଖାଯାଇଥିଲା ତାହାକୁ ବଢାଇ ଦିଆଯାଇଛି। ବର୍ଷା ଛାଡ଼ିଲେ ପଥର ବାହାର କରାଯିବ। ବର୍ତ୍ତମାନ ବାଇକ ଏବଂ କାର ଯିବା ପାଇଁ ରାସ୍ତା ତିଆରି ହୋଇଛି। କିନ୍ତୁ ଝରଣା ଉପରେ ବିପଦପୂର୍ଣ୍ଣ ଭାବେ ଅଟକି ରହିଥିବା ପଥର ଗୁଡ଼ିକୁ ବାହାର କରାଯାଇ ନଥିବା ଯୋଗୁ କୌଣସି ଯାନବାହାନ ଛଡ଼ା ଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri