ଚିନ୍ତା ବଢ଼ାଇଲା ନୂଆ ଷ୍ଟ୍ରେନ୍‌: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଛୁଇଁଲା

ନୂଆଦିଲ୍ଲୀ,୩୧।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରୁ ୨୦ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ରହିଥିବା ନେଇ ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ଗୁରୁବାର ପୁଣି ୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଦେଶରେ ନୂଆ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ନୂଆବର୍ଷକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରାଜ୍ୟରେ ଉତ୍ସବ ପାଳନ ଉପରେ କଟକଣା ଜାରି ହୋଇଛି। ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩ ହଜାର ଲୋକ ବ୍ରିଟେନ୍‌ରୁ ଭାରତ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍‌ କରାଯାଇ ନମୁନା ପରୀକ୍ଷା କରାଯାଉଛିା। ଦେଶର କୋଲକାତା, ଭୁବନେଶ୍ୱର, ଏନ୍‌ଆଇଭି ପୁଣେ, ସିସିଏସ୍‌ ପୁଣେ, ସିସିଏମ୍‌ବି ହାଇଦ୍ରାବାଦ୍‌, ସିସିଏଫ୍‌ଡ଼ି ହାଇଦ୍ରାବାଦ୍‌, ଇନ୍‌ଷ୍ଟେମ୍‌ ବେଙ୍ଗାଲୁରୁ, ନିମ୍‌ହାନ୍ସ୍‌ ବେଙ୍ଗାଲୁରୁ, ଆଇଜିଆଇବି ଦିଲ୍ଲୀ, ଏନ୍‌ସିଡିସି ଦିଲ୍ଲୀ ଆଦିଠାରେ ଥିବା ୧୦ଟି ଲ୍ୟାବ୍‌ରେ ବ୍ରିଟେନ୍‌ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଉଛି।

Share