ପାଣି ଉଛୁଳିବା ପରେ ବଢ଼ିଲା ଚିନ୍ତା

ଢେଙ୍କାନାଳ ଅଫିସ,୧୯।୮: ଲଗାଣବର୍ଷା ହେଲେ ଢେଙ୍କାନାଳର ଐତିହାସିକ କୁଞ୍ଜକାନ୍ତ ପୋଖରୀର ଚିତ୍ର ବଦଳିଯାଉଛି। ପାଣି ନିଷ୍କାସନ ହୋଇ ନ ପାରି ୩ନଂ. ଓ୍ବାର୍ଡରେ ପ୍ରବାହିତ ହେଉଛି। ଏହି କାରଣରୁ ରାସ୍ତାଘାଟ କ୍ଷତିଗ୍ରସ୍ତ ହେଉଥିବାବେଳେ ପ୍ରଭାବିତ ହେଉଛି ସାଧାରଣ ଲୋକଙ୍କ ଜୀବନଯାତ୍ରା। ଲଘୁଚାପ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଗତ ୧୨ ତାରିଖରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପୌର ପ୍ରଶାସନର ଚିନ୍ତା ବଢ଼ିଛି। ଗୁରୁବାର ପୂର୍ବାହ୍ନରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ପୋଖରୀ ଉଛୁଳୁଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ସମସ୍ୟାର ସମାଧାନ ଲାଗି ତୁରନ୍ତ ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଢେଙ୍କାନାଳ ସହରବାସୀଙ୍କ ଭାବାବେଗ ସହିତ ଜଡ଼ିତ କୁଞ୍ଜକାନ୍ତ ପୋଖରୀ। ଏହା ଯେତିକି ପ୍ରାଚୀନ, ସେତିକି ଐତିହ୍ୟସମ୍ପନ୍ନ ମଧ୍ୟ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ ନିର୍ଭରଶୀଳ ୩ନଂ. ଓ୍ବାର୍ଡବାସୀ। ତେବେ ଏହି ବିଶାଳକାୟ ଜଳାଶୟ ଚାରିପଟେ ଜନବସତି ଗଢ଼ି ଉଠିଛି। ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ଅଭାବରୁ ଜଳ ନିଷ୍କାସନ ପାଇଁ ରହିଥିବା ଆଉଟ୍‌ଲେଟ୍‌ଗୁଡ଼ିକ ପୋତି ହୋଇଗଲାଣି। ଫଳରେ ଲଗାଣବର୍ଷାରେ ପୋଖରୀ ଭର୍ତ୍ତି ହୋଇଗଲେ ପାଣି ୩ନଂ. ଓ୍ବାର୍ଡ ପାର୍ଶ୍ୱରେ ଉଛୁଳି ଉଠୁଛି, ଯାହାକୁ ନେଇ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବା ପରେ ସମସ୍ୟାର ସମାଧାନ ଲାଗି ଗୁରୁବାର ପୌରାଧ୍ୟକ୍ଷା ପାତ୍ର ଏବଂ ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ପୋଖରୀ ପରିଦର୍ଶନ କରି ସ୍ଥାନୀୟ କାଉନ୍‌ସିଲର ଅଭିମନ୍ୟୁ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି। କାଉନ୍‌ସିଲର ପଣ୍ଡା ଆଉଟ୍‌ଲେଟ୍‌ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ପୌରାଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ତହସିଲ କର୍ତ୍ତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯିବ। ଆଲୋଚନା ପରେ ପୋଖରୀ ନିକଟରେ ଥିବା ସରକାରୀ ଜମି ଚିହ୍ନଟ କରାଯାଇ ଆଉଟ୍‌ଲେଟ୍‌ ନିର୍ମାଣ କରାଯିବ। ପୋଖରୀରୁ ଯେପରି ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୌରାଧ୍ୟକ୍ଷା ସୂଚନା ଦେଇଛନ୍ତି। ସେହିପରି ପୌରାଧ୍ୟକ୍ଷା ୧୦ନଂ. ଓ୍ବାର୍ଡ ପରିଦର୍ଶନ କରି ରାସ୍ତାଘାଟ ଓ ଡ୍ରେନ୍‌ ସମସ୍ୟା ସମ୍ପର୍କରେ କାଉନ୍‌ସିଲର ସୁମିତ୍ରା ମଲ୍ଲିକଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri