ନିମ୍ନମାନର ରାସ୍ତା,ସେତୁକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା,୨୩ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ନିର୍ମାଣ ହେଉଥିବା ରାସ୍ତାର ସ୍ଥାୟିତ୍ୱ ବର୍ଷଟିଏ ରହୁନାହିଁ । ନିର୍ମାଣ ପରେ ଅଥବା କାମ ଚାଲୁଥିବା ବେଳେ ସେତୁ ଭୁଶୁଡ଼ି ପଡୁଛି। ଗତ ୮ ତାରିଖରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ତିନିମୁହାଣୀ ନିକଟ ଚଟିପୋଲର କିଛି ଅଂଶ ଗୋବରୀ ନଦୀକୁ ଧସି ପଡିଛି । ସେହିପରି ସେଠାରେ ନିର୍ମାଣାଧୀନ ଏକ ପୋଲର କାନ୍ଥ ୨୦୨୨ରେ ଭୁଶୁୁଡି ପଡିଥିଲା । ଆଗକୁ ବର୍ଷାଋତୁ ଆସୁଥିବାରୁ ରାସ୍ତା ଓ ସେତୁକୁ ନେଇ ହୋଇଥିବା ଅବ୍ୟବସ୍ଥା ଜିଲାବାସୀଙ୍କ ଯାତାୟତରେ ଆଶଙ୍କା ସୃଷ୍ଟି କରିଛି । ତୁରନ୍ତ ରାସ୍ତା ଓ ସେତୁ ନିର୍ମାଣ ସହ ନିମ୍ନମାନର କାର୍ଯ୍ୟ କରିଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କେନ୍ଦ୍ରାପଡା ସୁରକ୍ଷା ସମିତି ପକ୍ଷରୁ କରାଯାଇଛି ।

ସହରର ତିନିମୁହାଣୀସ୍ଥିତ ରାମମନ୍ଦିର ପରିସରରେ ଏକ ଖବରଦାତା ସମ୍ମିଳନୀ ଶନିବାର ଆୟୋଜିତ ହୋଇଥିଲା । ଏଥିରେ ପରିଷଦ କର୍ମକର୍ତ୍ତା କରୁଣାକର ସାହୁ, ଶଶାଙ୍କ ଶେଖର ଜେନା, ମାଧବ ଜେନା, ବଟକୃଷ୍ଣ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ସେମାନେ କହିଥିଲେ, ଗତ କିଛି ବର୍ଷ ଧରି ବିଭିନ୍ନ ବିଭାଗର ପଦାଧିକାରୀ ଓ ଠିକାଦାରଙ୍କ ସଲାସୁତୁରା ନୀତି ଯୋଗୁ ଜିଲା ବିକାଶ ବନ୍ଦ ହୋଇଛି । ସରକାରୀ ଅନୁଦାନ ଆସୁଥିଲେ ମଧ୍ୟ ଚୁକ୍ତି ମୁତାବକ କାର୍ଯ୍ୟ ହେଉନାହିଁ । ପ୍ରତ୍ୟେକ ରାସ୍ତାର ସୁରକ୍ଷା ପାଇଁ ସର୍ବନିମ୍ନ ସମୟ ଅବଧି ୫ ବର୍ଷ ରହିଥାଏ । ତେବେ ଏହି ଜିଲାରେ ନିର୍ମାଣର ମାସେ ସମୟ ମଧ୍ୟରେ ରାସ୍ତାଗୁଡିକ ଯାତାୟତ ପାଇଁ ଅନୁପୋଯୋଗୀ ହୋଇପଡୁଛି । ସେହିପରି ନିର୍ମାଣ ଅବଧି ଶେଷ ପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଅଧା ପର୍ଯ୍ୟନ୍ତ ଯାଉନାହିଁ । ନିକଟରେ ଦୁଇଟି ଘଟଣା ଜନବହୁଳ ଯାତାୟତ ରାସ୍ତା ତିନିମୁହାଣୀ ନିକଟରେ ଘଟିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ତପତ୍ରତା ପ୍ରକାଶ କରୁନାହାନ୍ତି । ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଏହି ରାଜ୍ୟ ରାଜପଥରେ ଯାତାୟତ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ସହିତ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଏହି ସମ୍ମିଳନୀରେ ପରିଷଦର ପର୍ଶୁରାମ ସାହୁ, ଗୋଲକ ସେଠୀ, ନରେନ୍ଦ୍ର ସାହୁ, କାଳନ୍ଦୀ ପୃଷ୍ଟି, ମନୋରଞ୍ଜନ ସାମଲ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri