ଯୁକ୍ତ ୨ରେ ସିଟ୍‌ ପାଇବା ଚିନ୍ତା ବଢ଼ିଲା

ଭୁବନେଶ୍ୱର,୮ା୭(ବ୍ୟୁରୋ): ୨୦୨୧-୨୨ ଶିକ୍ଷାବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଆଶାତୀତ ଫଳ ହୋଇଛି। ୨୦୨୦ରେ ମାଟ୍ରିକ ପରୀକ୍ଷାଫଳ ୭୮.୭୬ ପ୍ରତିଶତ ହୋଇଥିବା ବେଳେ ଚଳିତବର୍ଷ ୯୦.୫୫ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।
ପରୀକ୍ଷାଫଳକୁ ନେଇ ପିଲା ଓ ଅଭିଭାବକ ଖୁସି ଥିବା ବେଳେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କ ଯୁକ୍ତ ଦୁଇ କଲେଜରେ ନାମଲେଖାକୁ ନେଇ ସମସ୍ୟା ସୃଷ୍ଟିହେବା ଆଶଙ୍କା ପ୍ରକାଶ ପାଇଛି। ଯେଉଁ ଛାତ୍ରୀଛାତ୍ର ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ଇ-ନାମଲେଖାରେ ତାଙ୍କ ପସନ୍ଦର କଲେଜରେ ସୁଯୋଗ ମିଳିଯାଇପାରେ। ମାତ୍ର ଯେଉଁମାନେ କମ୍‌ ନମ୍ବର ରଖିଛନ୍ତି ସେମାନଙ୍କୁ ସ୍ପଟ ସିଲେକ୍ସନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ଯଦି ସିଟ୍‌ ନ ମିଳେ, ତେବେ ବର୍ଷକର ପାଠପଢ଼ା ବେକାର ହେବ। ଏହି ଚିନ୍ତା ଏବେ ଅଭିଭାବକଙ୍କୁ ଘାରିଲାଣି। ରାଜ୍ୟରେ ଯୁକ୍ତ ଦୁଇ କଲେଜ ସଂଖ୍ୟା ୨ ହଜାର ଥିବା ବେଳେ ସେଥିରେ ୪.୫ ଲକ୍ଷ ସିଟ୍‌ ରହିଛି। ପ୍ରାୟ ୫୦ ହଜାର ପିଲାଙ୍କ ପାଇଁ କଲେଜରେ ସିଟ୍‌ ପାଇବା ସହଜ ହେବ ନାହିଁ। ପୂର୍ବବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଯଦି ୨୦ ହଜାରରୁ ଊର୍ଦ୍ଧ୍ୱ ପିଲା ଇଞ୍ଜିନିୟରିଂ ଡିପ୍ଲୋମା, ଆଇଟିଆଇ କିମ୍ବା ଅନ୍ୟ ବୈଷୟିକ ଶିକ୍ଷାକୁ ଯିବେ, ତଥାପି ଆହୁରି ଅନେକ ପିଲାଙ୍କ ପାଇଁ କଲେଜରେ ସିଟ୍‌ର ଆବଶ୍ୟକତା ପଡ଼ିବ। ତେବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ମାଟ୍ରିକ ପାସ୍‌ କରିଥିବା ପିଲାଙ୍କ ପାଇଁ ଯୁକ୍ତ ଦୁଇ କଲେଜରେ ନାମ ଲେଖାଇବାରେ କୌଣସି ସମସ୍ୟା ହେବ ନାହିଁ। ଯେଉଁମାନେ ଭଲ ମାର୍କ ରଖି ପାସ୍‌ କରିଛନ୍ତି, ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ। ପ୍ରତିଯୋଗିିତା ବଜାରରେ ପିଲାମାନେ ନିଜକୁ ପ୍ରସ୍ତୁତ କରିବା ଦରକାର। ଗତ ବର୍ଷ ୯୬ ପ୍ରତିଶତ ପାସ୍‌ ହାର ହୋଇଥିଲେ ମଧ୍ୟ ଯୁକ୍ତ ଦୁଇ କଲେଜରେ ବହୁ ସିଟ୍‌ ଖାଲି ପଡ଼ିଥିଲା। ସିଟ୍‌ ବଢ଼ାଇବାର କୌଣସି ଆବଶ୍ୟକତା ନାହିଁ।
ବିଶେଷଜ୍ଞ କହନ୍ତି
ଲଜ୍ଜାଜନକ, ହାସ୍ୟାସ୍ପଦ ପରିସ୍ଥିତି
ରାଜ୍ୟ ସରକାର ଏପରି ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ପଦ୍ଧତି ଆପଣାଇବା ଦ୍ୱାରା ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି। ମନଇଚ୍ଛା ନମ୍ବର ଦିଆଯାଇଛି। ବିଶେଷକରି ଗାଁ ଗହଳିରେ ଥିବା ଅଧିକାଂଶ ସ୍କୁଲରେ ଫର୍ମାଟିଭ ଓ ଇଣ୍ଟରନାଲ ପରୀକ୍ଷା ନ କରି ନମ୍ବର ଦିଆଯାଇଛି। ଏହାଦ୍ୱାରା ମେଧାବୀ ଛାତ୍ରୀଛାତ୍ର ସେମାନଙ୍କ ପ୍ରଜ୍ଞା ପ୍ରଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି। ଏହା ଏକ ଲଜ୍ଜାଜନକ ହାସ୍ୟାସ୍ପଦ ପରିସ୍ଥିତି। ବୁଦ୍ଧିଜୀବୀ, ଅଭିଭାବକ ଏବଂ ଅନ୍ୟ ସାମାଜିକ ଅନୁଷ୍ଠାନ କିପରି ଏହାକୁ ବିରୋଧ କଲେ ନାହିଁ ତାହା ମୋତେ ଆଶ୍ଚର୍ଯ୍ୟ କରୁଛି। ମୁଁ ଆରମ୍ଭରୁ ଏପରି ମୂଲ୍ୟାୟନ ପଦ୍ଧତିକୁ ବିରୋଧ କରି ଆସିଛି। ଓଡ଼ିଶାରେ
ଏଭଳି କେବେ ହୋଇ ନ ଥିଲା। ସାହିତ୍ୟ ହେଉ ବା ଅନ୍ୟ କୌଣସି ବିଷୟ ୧୦୦ରୁ ୧୦୦ ନମ୍ବର ଆଣିବା ସହଜ କଥା ନୁହେଁ। ଏଭଳି ମୂଲ୍ୟାଙ୍କନ ହେଲେ ପାଠର କିଛି ମୂଲ୍ୟ ରହିବ ନାହିଁ। ବୋର୍ଡ କର୍ତ୍ତୃପକ୍ଷ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ। ଅପରପକ୍ଷେ ଯୁକ୍ତ୨ ନାମଲେଖାରେ ମଧ୍ୟ ବହୁ ଅସୁବିଧା ହେବ। ଗତଥର ମନଇଚ୍ଛା ସିଟ୍‌ ସଂଖ୍ୟା ବଢାଇ ଦିଆଯାଇଥିଲା। ସିଟ୍‌ ନ ମିଳିଲେ ଅଧିକାଂଶ ପିଲା ଆଇଆଇଟି, ଡିପ୍ଲୋମା, ନର୍ସିଂ କରିବାକୁ ବାଧ୍ୟ ହେବେ।
– କମଳାକାନ୍ତ ମହାପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ
ନମ୍ବର ପାଇବାରେ କିଛି ଅସୁବିଧା ନାହିଁ
ଓଏମ୍‌ଆର୍‌ରେ ଟେଷ୍ଟ ହୋଇଛି, ତେଣୁ ଏତେ ନମ୍ବର ପାଇବାରେ କିଛି ଅସୁବିଧା ନାହିଁ। ନୂଆ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ୩ ପ୍ରକାର ମୂଲ୍ୟାଙ୍କନ ହୋଇଛି। ସେଥିରୁ ଯେଉଁଟି ପିଲାର ସବୁଠାରୁ ଅଧିକ ମାର୍କ ସେହି ନମ୍ବର ଅନୁଯାୟୀ ରେଜଲ୍ଟ ଆସିଛି। ସଂସ୍କୃତରେ ବହୁ ଆଗରୁ ମଧ୍ୟ ପିଲା ଶହେରୁ ଶହେ ପାଇଛନ୍ତି। ତେଣୁ ଭାଷାଭିତ୍ତିକ ବିଷୟରେ ୧୦୦ରୁ ୧୦୦ ପାଇବା ଅସମ୍ଭବ ନୁହେଁ। ଅବ୍‌ଜେକ୍ଟିଭ୍‌ ଟାଇପ୍‌ ପରୀକ୍ଷା ହୋଇଛି। ଏଥିରେ ସୀମିତ ବିଷୟ ପାଠ ପଢିବା ପାଇଁ ଦିଆଯାଇଛି ଏବଂ ଇଣ୍ଟରନାଲ ଆସେସମେଣ୍ଟ, ସମେଟିଭ୍‌-୧ ଓ ୨ ପରୀକ୍ଷା କରାଯାଇଥିଲା। ଖୁବ୍‌ କମ୍‌ ପାଠ ଦିଆଯାଇ ସେଗୁଡ଼ିିକ ବାରମ୍ବାର ଆଲୋଚନା କରାଯାଇଥିବାରୁ ପିଲାମାନେ ଭଲ କରିଛନ୍ତି। ଏ-ଓ୍ବାନ, ଏ-ଟୁ, ବି-ଓ୍ବାନ, ବି-ଟୁ ପିଲାମାନେ ସରକାରୀ ଏବଂ ଆବାସିକ ମହାବିଦ୍ୟାଳୟରେ ସହଜରେ ସିଟ୍‌ ପାଇଯିବେ। ବାକି ପିଲାମାନେ ଡିପ୍ଲୋମା ଏବଂ ଅନ୍ୟାନ୍ୟ ବିଭାଗକୁ ଯିବେ। ତେବେ ଅଧିକାଂଶ ସରକାରୀ କଲେଜରେ ଅଧ୍ୟାପିକା ଅଧ୍ୟାପକ ନାହାନ୍ତି। ମେଧାବୀ ଗରିବ ଛାତ୍ରୀଛାତ୍ର ଏହି କଲେଜରେ ପଢିଲେ ସେମାନଙ୍କ ଭବିଷ୍ୟତ ନଷ୍ଟ ହେବ। ତେଣୁ ଭଲ ନମ୍ବର ପାଇବା ପାଇଁ ସରକାରୀ ଯେପରି ଦୃଷ୍ଟି ଦେଇଛନ୍ତି ଖାଲି ଥିବା ପଦବୀ ପୂରଣ କରିବା ପାଇଁ ମଧ୍ୟ ଧ୍ୟାନ ଦେବା ଦରକାର।
– ରଘୁନାଥ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ, ବିଜେବି ମହାବିଦ୍ୟାଳୟ
ପିଲାଙ୍କୁ ମନପସନ୍ଦ କଲେଜରେ ସିଟ୍‌ ମିଳି ନ ପାରେ
ଚଳିତବର୍ଷର ମାଟ୍ରିକ ପରୀକ୍ଷା ସିବିଏସ୍‌ସି ଢାଞ୍ଚାରେ କରାଯାଇଛି। ପରୀକ୍ଷା ୨ଟି ଟର୍ମରେ କରାଯିବାରୁ ପିଲାମାନେ ଭଲଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସହଜ ମନେକଲେ। ଅବ୍‌ଜେକ୍ଟିଭ୍‌ ୫୦ ନମ୍ବର ଓ ସମେଟିଭରେ ୫୦ ନମ୍ବର ପ୍ରଶ୍ନର ଉତ୍ତର ଦେଇ ୧୦୦ ମାର୍କ ପାଇଲେ। ଏଥର ପାସ୍‌ ହାର ଅଧିକ ଥିବାରୁ ପିଲାମାନେ ସେମାନଙ୍କ ମନପସନ୍ଦର କଲେଜରେ ସିଟ୍‌ ପାଇ ନ ପାରନ୍ତି। ଅପରପକ୍ଷେ ପ୍ରାୟ ୨୦ ହଜାର ଏ-ଓ୍ବାନ ନମ୍ବର ରଖିଥିବା ଇଂଲିଶ ମାଧ୍ୟମିକ ପିଲା ଅଛନ୍ତି। ତେଣୁ ସରକାର ପରିସ୍ଥିତିକୁ ଦେଖି କଲେଜରେ ସିଟ୍‌ ନ ବଢାଇଲେ ବହୁତ ପିଲା ବିଜ୍ଞାନରେ ପଢିବାକୁ ସୁଯୋଗ ପାଇ ନ ପାରନ୍ତି। ସରକାର ଯଦି ପଦକ୍ଷେପ ନ ନେବେ ବହୁତ ପିଲା ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେବେ। ତେଣୁ ପାଶ୍‌ ହାର ଅନୁସାରେ କଲେଜରେ ସିଟ ଯଥେଷ୍ଟ ବଢାଇବା ଆବଶ୍ୟକ।
-ଜଲିଲ୍‌ ଖାନ୍‌, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri