ଯୁକ୍ତ ୨ରେ ସିଟ୍‌ ପାଇବା ଚିନ୍ତା ବଢ଼ିଲା

ଭୁବନେଶ୍ୱର,୮ା୭(ବ୍ୟୁରୋ): ୨୦୨୧-୨୨ ଶିକ୍ଷାବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଆଶାତୀତ ଫଳ ହୋଇଛି। ୨୦୨୦ରେ ମାଟ୍ରିକ ପରୀକ୍ଷାଫଳ ୭୮.୭୬ ପ୍ରତିଶତ ହୋଇଥିବା ବେଳେ ଚଳିତବର୍ଷ ୯୦.୫୫ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପରୀକ୍ଷାର୍ଥୀ ଦଶମ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।
ପରୀକ୍ଷାଫଳକୁ ନେଇ ପିଲା ଓ ଅଭିଭାବକ ଖୁସି ଥିବା ବେଳେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କ ଯୁକ୍ତ ଦୁଇ କଲେଜରେ ନାମଲେଖାକୁ ନେଇ ସମସ୍ୟା ସୃଷ୍ଟିହେବା ଆଶଙ୍କା ପ୍ରକାଶ ପାଇଛି। ଯେଉଁ ଛାତ୍ରୀଛାତ୍ର ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କୁ ଇ-ନାମଲେଖାରେ ତାଙ୍କ ପସନ୍ଦର କଲେଜରେ ସୁଯୋଗ ମିଳିଯାଇପାରେ। ମାତ୍ର ଯେଉଁମାନେ କମ୍‌ ନମ୍ବର ରଖିଛନ୍ତି ସେମାନଙ୍କୁ ସ୍ପଟ ସିଲେକ୍ସନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ଯଦି ସିଟ୍‌ ନ ମିଳେ, ତେବେ ବର୍ଷକର ପାଠପଢ଼ା ବେକାର ହେବ। ଏହି ଚିନ୍ତା ଏବେ ଅଭିଭାବକଙ୍କୁ ଘାରିଲାଣି। ରାଜ୍ୟରେ ଯୁକ୍ତ ଦୁଇ କଲେଜ ସଂଖ୍ୟା ୨ ହଜାର ଥିବା ବେଳେ ସେଥିରେ ୪.୫ ଲକ୍ଷ ସିଟ୍‌ ରହିଛି। ପ୍ରାୟ ୫୦ ହଜାର ପିଲାଙ୍କ ପାଇଁ କଲେଜରେ ସିଟ୍‌ ପାଇବା ସହଜ ହେବ ନାହିଁ। ପୂର୍ବବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଯଦି ୨୦ ହଜାରରୁ ଊର୍ଦ୍ଧ୍ୱ ପିଲା ଇଞ୍ଜିନିୟରିଂ ଡିପ୍ଲୋମା, ଆଇଟିଆଇ କିମ୍ବା ଅନ୍ୟ ବୈଷୟିକ ଶିକ୍ଷାକୁ ଯିବେ, ତଥାପି ଆହୁରି ଅନେକ ପିଲାଙ୍କ ପାଇଁ କଲେଜରେ ସିଟ୍‌ର ଆବଶ୍ୟକତା ପଡ଼ିବ। ତେବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ମାଟ୍ରିକ ପାସ୍‌ କରିଥିବା ପିଲାଙ୍କ ପାଇଁ ଯୁକ୍ତ ଦୁଇ କଲେଜରେ ନାମ ଲେଖାଇବାରେ କୌଣସି ସମସ୍ୟା ହେବ ନାହିଁ। ଯେଉଁମାନେ ଭଲ ମାର୍କ ରଖି ପାସ୍‌ କରିଛନ୍ତି, ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ। ପ୍ରତିଯୋଗିିତା ବଜାରରେ ପିଲାମାନେ ନିଜକୁ ପ୍ରସ୍ତୁତ କରିବା ଦରକାର। ଗତ ବର୍ଷ ୯୬ ପ୍ରତିଶତ ପାସ୍‌ ହାର ହୋଇଥିଲେ ମଧ୍ୟ ଯୁକ୍ତ ଦୁଇ କଲେଜରେ ବହୁ ସିଟ୍‌ ଖାଲି ପଡ଼ିଥିଲା। ସିଟ୍‌ ବଢ଼ାଇବାର କୌଣସି ଆବଶ୍ୟକତା ନାହିଁ।
ବିଶେଷଜ୍ଞ କହନ୍ତି
ଲଜ୍ଜାଜନକ, ହାସ୍ୟାସ୍ପଦ ପରିସ୍ଥିତି
ରାଜ୍ୟ ସରକାର ଏପରି ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ପଦ୍ଧତି ଆପଣାଇବା ଦ୍ୱାରା ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି। ମନଇଚ୍ଛା ନମ୍ବର ଦିଆଯାଇଛି। ବିଶେଷକରି ଗାଁ ଗହଳିରେ ଥିବା ଅଧିକାଂଶ ସ୍କୁଲରେ ଫର୍ମାଟିଭ ଓ ଇଣ୍ଟରନାଲ ପରୀକ୍ଷା ନ କରି ନମ୍ବର ଦିଆଯାଇଛି। ଏହାଦ୍ୱାରା ମେଧାବୀ ଛାତ୍ରୀଛାତ୍ର ସେମାନଙ୍କ ପ୍ରଜ୍ଞା ପ୍ରଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି। ଏହା ଏକ ଲଜ୍ଜାଜନକ ହାସ୍ୟାସ୍ପଦ ପରିସ୍ଥିତି। ବୁଦ୍ଧିଜୀବୀ, ଅଭିଭାବକ ଏବଂ ଅନ୍ୟ ସାମାଜିକ ଅନୁଷ୍ଠାନ କିପରି ଏହାକୁ ବିରୋଧ କଲେ ନାହିଁ ତାହା ମୋତେ ଆଶ୍ଚର୍ଯ୍ୟ କରୁଛି। ମୁଁ ଆରମ୍ଭରୁ ଏପରି ମୂଲ୍ୟାୟନ ପଦ୍ଧତିକୁ ବିରୋଧ କରି ଆସିଛି। ଓଡ଼ିଶାରେ
ଏଭଳି କେବେ ହୋଇ ନ ଥିଲା। ସାହିତ୍ୟ ହେଉ ବା ଅନ୍ୟ କୌଣସି ବିଷୟ ୧୦୦ରୁ ୧୦୦ ନମ୍ବର ଆଣିବା ସହଜ କଥା ନୁହେଁ। ଏଭଳି ମୂଲ୍ୟାଙ୍କନ ହେଲେ ପାଠର କିଛି ମୂଲ୍ୟ ରହିବ ନାହିଁ। ବୋର୍ଡ କର୍ତ୍ତୃପକ୍ଷ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ। ଅପରପକ୍ଷେ ଯୁକ୍ତ୨ ନାମଲେଖାରେ ମଧ୍ୟ ବହୁ ଅସୁବିଧା ହେବ। ଗତଥର ମନଇଚ୍ଛା ସିଟ୍‌ ସଂଖ୍ୟା ବଢାଇ ଦିଆଯାଇଥିଲା। ସିଟ୍‌ ନ ମିଳିଲେ ଅଧିକାଂଶ ପିଲା ଆଇଆଇଟି, ଡିପ୍ଲୋମା, ନର୍ସିଂ କରିବାକୁ ବାଧ୍ୟ ହେବେ।
– କମଳାକାନ୍ତ ମହାପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ
ନମ୍ବର ପାଇବାରେ କିଛି ଅସୁବିଧା ନାହିଁ
ଓଏମ୍‌ଆର୍‌ରେ ଟେଷ୍ଟ ହୋଇଛି, ତେଣୁ ଏତେ ନମ୍ବର ପାଇବାରେ କିଛି ଅସୁବିଧା ନାହିଁ। ନୂଆ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ୩ ପ୍ରକାର ମୂଲ୍ୟାଙ୍କନ ହୋଇଛି। ସେଥିରୁ ଯେଉଁଟି ପିଲାର ସବୁଠାରୁ ଅଧିକ ମାର୍କ ସେହି ନମ୍ବର ଅନୁଯାୟୀ ରେଜଲ୍ଟ ଆସିଛି। ସଂସ୍କୃତରେ ବହୁ ଆଗରୁ ମଧ୍ୟ ପିଲା ଶହେରୁ ଶହେ ପାଇଛନ୍ତି। ତେଣୁ ଭାଷାଭିତ୍ତିକ ବିଷୟରେ ୧୦୦ରୁ ୧୦୦ ପାଇବା ଅସମ୍ଭବ ନୁହେଁ। ଅବ୍‌ଜେକ୍ଟିଭ୍‌ ଟାଇପ୍‌ ପରୀକ୍ଷା ହୋଇଛି। ଏଥିରେ ସୀମିତ ବିଷୟ ପାଠ ପଢିବା ପାଇଁ ଦିଆଯାଇଛି ଏବଂ ଇଣ୍ଟରନାଲ ଆସେସମେଣ୍ଟ, ସମେଟିଭ୍‌-୧ ଓ ୨ ପରୀକ୍ଷା କରାଯାଇଥିଲା। ଖୁବ୍‌ କମ୍‌ ପାଠ ଦିଆଯାଇ ସେଗୁଡ଼ିିକ ବାରମ୍ବାର ଆଲୋଚନା କରାଯାଇଥିବାରୁ ପିଲାମାନେ ଭଲ କରିଛନ୍ତି। ଏ-ଓ୍ବାନ, ଏ-ଟୁ, ବି-ଓ୍ବାନ, ବି-ଟୁ ପିଲାମାନେ ସରକାରୀ ଏବଂ ଆବାସିକ ମହାବିଦ୍ୟାଳୟରେ ସହଜରେ ସିଟ୍‌ ପାଇଯିବେ। ବାକି ପିଲାମାନେ ଡିପ୍ଲୋମା ଏବଂ ଅନ୍ୟାନ୍ୟ ବିଭାଗକୁ ଯିବେ। ତେବେ ଅଧିକାଂଶ ସରକାରୀ କଲେଜରେ ଅଧ୍ୟାପିକା ଅଧ୍ୟାପକ ନାହାନ୍ତି। ମେଧାବୀ ଗରିବ ଛାତ୍ରୀଛାତ୍ର ଏହି କଲେଜରେ ପଢିଲେ ସେମାନଙ୍କ ଭବିଷ୍ୟତ ନଷ୍ଟ ହେବ। ତେଣୁ ଭଲ ନମ୍ବର ପାଇବା ପାଇଁ ସରକାରୀ ଯେପରି ଦୃଷ୍ଟି ଦେଇଛନ୍ତି ଖାଲି ଥିବା ପଦବୀ ପୂରଣ କରିବା ପାଇଁ ମଧ୍ୟ ଧ୍ୟାନ ଦେବା ଦରକାର।
– ରଘୁନାଥ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ, ବିଜେବି ମହାବିଦ୍ୟାଳୟ
ପିଲାଙ୍କୁ ମନପସନ୍ଦ କଲେଜରେ ସିଟ୍‌ ମିଳି ନ ପାରେ
ଚଳିତବର୍ଷର ମାଟ୍ରିକ ପରୀକ୍ଷା ସିବିଏସ୍‌ସି ଢାଞ୍ଚାରେ କରାଯାଇଛି। ପରୀକ୍ଷା ୨ଟି ଟର୍ମରେ କରାଯିବାରୁ ପିଲାମାନେ ଭଲଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସହଜ ମନେକଲେ। ଅବ୍‌ଜେକ୍ଟିଭ୍‌ ୫୦ ନମ୍ବର ଓ ସମେଟିଭରେ ୫୦ ନମ୍ବର ପ୍ରଶ୍ନର ଉତ୍ତର ଦେଇ ୧୦୦ ମାର୍କ ପାଇଲେ। ଏଥର ପାସ୍‌ ହାର ଅଧିକ ଥିବାରୁ ପିଲାମାନେ ସେମାନଙ୍କ ମନପସନ୍ଦର କଲେଜରେ ସିଟ୍‌ ପାଇ ନ ପାରନ୍ତି। ଅପରପକ୍ଷେ ପ୍ରାୟ ୨୦ ହଜାର ଏ-ଓ୍ବାନ ନମ୍ବର ରଖିଥିବା ଇଂଲିଶ ମାଧ୍ୟମିକ ପିଲା ଅଛନ୍ତି। ତେଣୁ ସରକାର ପରିସ୍ଥିତିକୁ ଦେଖି କଲେଜରେ ସିଟ୍‌ ନ ବଢାଇଲେ ବହୁତ ପିଲା ବିଜ୍ଞାନରେ ପଢିବାକୁ ସୁଯୋଗ ପାଇ ନ ପାରନ୍ତି। ସରକାର ଯଦି ପଦକ୍ଷେପ ନ ନେବେ ବହୁତ ପିଲା ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେବେ। ତେଣୁ ପାଶ୍‌ ହାର ଅନୁସାରେ କଲେଜରେ ସିଟ ଯଥେଷ୍ଟ ବଢାଇବା ଆବଶ୍ୟକ।
-ଜଲିଲ୍‌ ଖାନ୍‌, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri