କରୋନାକୁ ନେଇ ଚିନ୍ତା: ଏପ୍ରିଲ୍‌ଠାରୁ ୭ ମାସ ମଧ୍ୟରେ ହୋଇନି କୋଭିଡ ନ୍ୟାଶନାଲ ଟାସ୍କଫୋର୍ସ ବୈଠକ…

ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ତେବେ ଏତେ ଚିନ୍ତା କରୁଥିବା ସରକାରଙ୍କ କୋଭିଡ ନ୍ୟାଶନାଲ ଟାସ୍କଫୋର୍ସର ବୈଠକ ଏପ୍ରିଲଠାରୁ ଅନୁଷ୍ଠିତ ହୋଇନାହିଁ।

ସରକାରଙ୍କ ଏଭଳି ଉଦାସୀନତା ନେଇ ବିଶେଷଜ୍ଞମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଇତିମଧ୍ୟରେ ଟାସ୍କଫୋର୍ସର ଅନେକ ସଦସ୍ୟ ଅବସର ନେଇ ସାରିଛନ୍ତି। ୨୦୨୦ରେ, ଟାସ୍କଫୋର୍ସର ୧୦୮ଥର ବୈଠକ ହୋଇଥିଲା। ୨୦୨୧ରେ ୪୪ ଥର ଏବଂ ଚଳିତ ବର୍ଷ କେବଳ ୭ ଥର ଟାସ୍କ ଫୋର୍ସ ବୈଠକ ବସିଛି। ଗତ ୭ ମାସ ଧରି ଟାସ୍କଫୋର୍ସର ଗୋଟିଏ ବି ବୈଠକ ହୋଇନାହିଁ। ମାର୍ଚ୍ଚ ୨୦୨୦ ରେ ଟାସ୍କଫୋର୍ସ ଗଠନ କରାଯାଇଥିଲା।

ଏହି ୨୪ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସର ଏକ ଚତୁର୍ଥାଂଶ ସଦସ୍ୟ ଅବସର ନେଇଛନ୍ତି। ସେହି ପଦବୀରେ ଆଉ କେହି କାର୍ଯ୍ୟ କରୁ ନାହାନ୍ତି। ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ ଆଉ ସେହି ପଦରେ ନାହାନ୍ତି। ଆଇସିଏମଆର ଏପିଡେମୋଲୋଜି ସମୀର ପଣ୍ଡା ଅବସର ନେଇଛନ୍ତି।

ଏହାର ସଦସ୍ୟ ରଣଦୀପ ଗୁଲେରିଆ ଏମ୍ସରୁ ନିର୍ଦ୍ଦେଶକ ପଦ ଛାଡି ଘରୋଇ ହସ୍ପିଟାଲରେ ଯୋଗ ଦେଇଛନ୍ତି। ଏନସିଡିସିର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ସୁଜିତ ସିଂ ଅବସର ନେଇଛନ୍ତି ଏବଂ ଏନସିଡିସିରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି। କରୋନା ପାଇଁ ଗଠିତ ନ୍ୟାଶନାଲ ଟାସ୍କ ଫୋର୍ସର ମୁଖ୍ୟ ଦାୟିତ୍ୱ ହେଉଛି ମହାମାରୀ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରିବା। ମାତ୍ର ଏବେ ଏହା ଅଦରକାରୀ ହୋଇ ପଡି ରହିଛି।

କିନ୍ତୁ ପ୍ରଶ୍ନ ହେଉଛି ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ନ୍ୟାଶନାଲ ଟାସ୍କ ଫୋର୍ସର ବୈଠକ କାହିଁକି ଅନୁଷ୍ଠିତ ହୋଇନାହିଁ? ଏନେଇ ବିଶେଷଜ୍ଞମାନେ ଦେଶରେ ସଂକ୍ରମଣ ସ୍ଥିତି ନେଇ ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri