କରୋନାକୁ ନେଇ ଚିନ୍ତା: ଏପ୍ରିଲ୍‌ଠାରୁ ୭ ମାସ ମଧ୍ୟରେ ହୋଇନି କୋଭିଡ ନ୍ୟାଶନାଲ ଟାସ୍କଫୋର୍ସ ବୈଠକ…

ନୂଆଦିଲ୍ଲୀ,୨୨।୧୨ : ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭାରତ ସରକାର ସତର୍କ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ତେବେ ଏତେ ଚିନ୍ତା କରୁଥିବା ସରକାରଙ୍କ କୋଭିଡ ନ୍ୟାଶନାଲ ଟାସ୍କଫୋର୍ସର ବୈଠକ ଏପ୍ରିଲଠାରୁ ଅନୁଷ୍ଠିତ ହୋଇନାହିଁ।

ସରକାରଙ୍କ ଏଭଳି ଉଦାସୀନତା ନେଇ ବିଶେଷଜ୍ଞମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଇତିମଧ୍ୟରେ ଟାସ୍କଫୋର୍ସର ଅନେକ ସଦସ୍ୟ ଅବସର ନେଇ ସାରିଛନ୍ତି। ୨୦୨୦ରେ, ଟାସ୍କଫୋର୍ସର ୧୦୮ଥର ବୈଠକ ହୋଇଥିଲା। ୨୦୨୧ରେ ୪୪ ଥର ଏବଂ ଚଳିତ ବର୍ଷ କେବଳ ୭ ଥର ଟାସ୍କ ଫୋର୍ସ ବୈଠକ ବସିଛି। ଗତ ୭ ମାସ ଧରି ଟାସ୍କଫୋର୍ସର ଗୋଟିଏ ବି ବୈଠକ ହୋଇନାହିଁ। ମାର୍ଚ୍ଚ ୨୦୨୦ ରେ ଟାସ୍କଫୋର୍ସ ଗଠନ କରାଯାଇଥିଲା।

ଏହି ୨୪ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସର ଏକ ଚତୁର୍ଥାଂଶ ସଦସ୍ୟ ଅବସର ନେଇଛନ୍ତି। ସେହି ପଦବୀରେ ଆଉ କେହି କାର୍ଯ୍ୟ କରୁ ନାହାନ୍ତି। ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ ଆଉ ସେହି ପଦରେ ନାହାନ୍ତି। ଆଇସିଏମଆର ଏପିଡେମୋଲୋଜି ସମୀର ପଣ୍ଡା ଅବସର ନେଇଛନ୍ତି।

ଏହାର ସଦସ୍ୟ ରଣଦୀପ ଗୁଲେରିଆ ଏମ୍ସରୁ ନିର୍ଦ୍ଦେଶକ ପଦ ଛାଡି ଘରୋଇ ହସ୍ପିଟାଲରେ ଯୋଗ ଦେଇଛନ୍ତି। ଏନସିଡିସିର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ସୁଜିତ ସିଂ ଅବସର ନେଇଛନ୍ତି ଏବଂ ଏନସିଡିସିରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି। କରୋନା ପାଇଁ ଗଠିତ ନ୍ୟାଶନାଲ ଟାସ୍କ ଫୋର୍ସର ମୁଖ୍ୟ ଦାୟିତ୍ୱ ହେଉଛି ମହାମାରୀ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରିବା। ମାତ୍ର ଏବେ ଏହା ଅଦରକାରୀ ହୋଇ ପଡି ରହିଛି।

କିନ୍ତୁ ପ୍ରଶ୍ନ ହେଉଛି ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ନ୍ୟାଶନାଲ ଟାସ୍କ ଫୋର୍ସର ବୈଠକ କାହିଁକି ଅନୁଷ୍ଠିତ ହୋଇନାହିଁ? ଏନେଇ ବିଶେଷଜ୍ଞମାନେ ଦେଶରେ ସଂକ୍ରମଣ ସ୍ଥିତି ନେଇ ଆଶଙ୍କାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri