କ୍ୟାନ୍‌ସର ଚିନ୍ତା

ଡାନିଏଲ୍‌ ଜେ.ଆର୍ବେସ୍‌

ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାରେ କ୍ୟାନ୍‌ସର ମୃତ୍ୟୁହାର ଅଧା ହ୍ରାସ କରିବା ଲାଗି ଲକ୍ଷ୍ୟ ରହିଛି ବୋଲି ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,ପ୍ରାଥମିକ ସ୍ତରରେ କ୍ୟାନ୍‌ସର ଚିହ୍ନଟ ଏବଂ ଏହାର ପ୍ରତିକାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଏହା ହାସଲ କରାଯିବ। ବାସ୍ତବରେ ଏହା ଏକ ସାହସିକ ପଦକ୍ଷେପ। କିନ୍ତୁ କ୍ୟାନ୍‌ସରକୁ ଶୀଘ୍ର ଆୟତ୍ତ କରିବା ଲାଗି ଆମେ ଆହୁରି ଅଧିକ କିଛି କରିପାରିବା। କାରଣ ଗତ ଦଶନ୍ଧିରେ କ୍ୟାନ୍‌ସର ସୃଷ୍ଟିକାରୀ ଟ୍ୟୁମରର ପ୍ରାକୃତିକ ଶାରୀରିକ ପ୍ରକ୍ରିୟାଜନିତ କାରଣ ଜାଣି ତାହାକୁ ରୋକିବା ପାଇଁ ଆଧୁନିକ ବିଜ୍ଞାନ ଆମକୁ ଅନେକ ଉପକରଣ ଯୋଗାଇଦେଇଛି। ସମସ୍ୟା ହେଉଛି, କ୍ୟାନ୍‌ସର ଲକ୍ଷଣର ଚିହ୍ନଟ ପ୍ରକ୍ରିୟାକୁ କୌଣସି ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଠିକ୍‌ ଭାବେ ଗ୍ରହଣ କରାଯାଇନାହିଁ। ଏଣୁ କୋଭିିଡ୍‌-୧୯ ମହାମାରୀ ସମୟରେ ଆମେ ଯେଭଳି ମାନସିକତା ଏବଂ ନୂତନ ବିଜ୍ଞାନଭିତ୍ତିକ ଧାରାଗୁଡ଼ିକୁ ଗ୍ରହଣ କରି କାର୍ଯ୍ୟ କରିଥିଲେ ଠିକ୍‌ ସେହିଭଳି କ୍ୟାନ୍‌ସରକୁ ରୋକିବା ଲାଗି ଏକ ନୂଆ ମିଶନ ଦରକାର। କିଛି ନୂଆ ଚିନ୍ତା କରିବାକୁ ପଡ଼ିବ। ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ହେଲା ଚିକିତ୍ସକମାନେ ଟ୍ୟୁମର ଚିହ୍ନଟ କରିବା ଏବଂ ପ୍ରତୀୟମାନ ହେଉଥିବା ସ୍ଥିତିର ଚିକିତ୍ସା କରିବା ଲାଗି ପ୍ରଶିକ୍ଷଣ ନେଇଛନ୍ତି। ସେଥିପାଇଁ ଶରୀରରେ ଯେଉଁଠି ଟ୍ୟୁମର ପାଆନ୍ତି ସେହି ଅନୁଯାୟୀ ସେମାନେ ତାହାକୁ ବର୍ଗୀକୃତ କରି ଚିକିତ୍ସା କରନ୍ତି। କିନ୍ତୁ ଶରୀରର ଅନ୍ୟ ଭାଗରେ ଯଦି ଟ୍ୟୁମର ଯୋଗୁ କ୍ଷତି ହେଉଥାଏ ,ତେବେ ସେଥିପାଇଁ କ’ଣ କରାଯିବ। ଟିସୁକୁ କାଟି ଅଲଗା କରିବା, ରାଡିଏଶନ ଏବଂ କେମୋଥେରାପି ପରେ ବି କ୍ୟାନ୍‌ସର ଲଗାତର ହେଉଛି। ଏହାର କାରଣ ହୋଇପାରେ ଯେ,ଟ୍ୟୁମର ମୂଳ ସମସ୍ୟା ନୁହେଁ। ବରଂ ଟ୍ୟୁମର ହେଉଛି ଶରୀରରେ ଘଟୁଥିବା ଜେନେଟିକ କ୍ଷତିର ଶେଷ ଲକ୍ଷଣ। ଜେନେଟିକ୍‌ ବା କୋଷିକାର ଡିଏନ୍‌ଏରେ ହେଉଥିବା କ୍ଷତି କୋଷିକାର ନିଷ୍କ୍ରିୟତା ବଢ଼ାଇଦିଏ ଓ ଟ୍ୟୁମର ହେବାର ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଏହା ଲାଗି ରହେ। ଗତ କିଛି ବର୍ଷରେ ମାନବ ଜିନୋମକୁ ଡିକୋଡିଂ ଏବଂ ବିଭିନ୍ନ ଜିନ୍‌ର କାର୍ଯ୍ୟକୁ ଭଲ ଭାବେ ଅନୁଧ୍ୟାନ କରିବା ଦ୍ୱାରା ଆମେ ଏହା ଜାଣିପାରିଛୁ। ବିଶେଷକରି, ପ୍ରୋଟିନ୍‌ ସେଲ୍ୟୁଲାର କେମିଷ୍ଟ୍ରିର ଅନ୍ୟ ମୁଖ୍ୟ ତତ୍ତ୍ୱଗୁଡ଼ିକ ଉପରେ ପ୍ରଭାବକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ଡିଏନ୍‌ଏ, ଆର୍‌ଏନ୍‌ଏ ଓ ପ୍ରୋଟିନ୍‌ ସ୍ତରରେ ପ୍ରଭାବକୁ ଅନୁଧ୍ୟାନ କରି କ୍ୟାନ୍‌ସରର କାରଣ ଜାଣିପାରିବା। ବାସ୍ତବରେ କ୍ୟାନ୍‌ସର ପ୍ରକ୍ରିୟା ଜେନେଟିକ କ୍ଷତିରୁ ଆରମ୍ଭ ହୋଇଥାଏ, ଯାହା ବେଳେବେଳେ ମୂଳ କୋଷରୁ ଆରମ୍ଭ ହୋଇଥାଏ କିମ୍ବା ବଂଶଗତ ହୋଇଥାଏ। ବେଳେବେଳେ ଏପିଜେନେଟିକ୍ସ କିମ୍ବା ପରିବେଶଗତ ବିଷାକ୍ତ ତତ୍ତ୍ୱ , ଅସ୍ବାସ୍ଥ୍ୟକର ଖାଦ୍ୟ କିମ୍ବା ଅବ୍ୟବସ୍ଥିତ ଜୀବନଶୈଳୀରୁ ଜେନେଟିକ କ୍ଷତି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଉଭୟ ପ୍ରକାର କ୍ଷତି ବୟସ, ଜାତିଗତ ଓ ଅନ୍ୟସବୁ କାରଣ ଦ୍ୱାରା ପ୍ରଭାବିତ ହୋଇଥାଏ। ଏସବୁ କ୍ଷତି ଶାରୀରିକ କିମ୍ବା ଜିନ୍‌ ସ୍ତରରେ ଅନୁଧ୍ୟାନ କରାଯାଇପାରିବ।
ଆମ ମୂଳ ପ୍ରତିରୋଧକ ବ୍ୟବସ୍ଥା ବିଫଳ ହେଲେ କ୍ୟାନ୍‌ସର ପ୍ରକାଶ ପାଏ। ଜେନେଟିକ୍‌ ମ୍ୟୁଟେଶନ ବା ଡିଏନ୍‌ଏ ସ୍ତରରେ ପରିବର୍ତ୍ତନ ଦିନକୁ ବହୁ ଲକ୍ଷ ଥର ହୋଇଥାଏ ଏବଂ ଆମ ପ୍ରତିରୋଧକ ବ୍ୟବସ୍ଥା ସେସବୁକୁ ସାମ୍ନା କରିଥାଏ। ପ୍ରଶ୍ନ ହେଉଛି, କାହିଁକି କିଛି ଲୋକଙ୍କ କ୍ଷେତ୍ରରେ କୋଷିକାର ଡିଏନ୍‌ଏରେ ଅନିୟନ୍ତ୍ରିତ ଭାବେ ଶୀଘ୍ର ପରିବର୍ତ୍ତନ ହୋଇଥାଏ। ଜିନ୍‌ସ୍ତରରେ ପରିବର୍ତ୍ତନ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ। ଆମେ ଜାଣୁ ଯେ, ବୟସ ଏହାର ଏକ କାରଣ। କିନ୍ତୁ ପ୍ରତିରୋଧକ ବ୍ୟବସ୍ଥା ବିବର୍ତ୍ତନ ଧାରାରେ କୋଟି କୋଟି ବର୍ଷ ହେବ ବିକଶିତ ହୋଇ ଆସିଛି। ଏବେ ଦ୍ରୁତ ପ୍ରକାଶ ପାଉଥିବା ବିଷାକ୍ତ ତତ୍ତ୍ୱ ଏବଂ ଶିଳ୍ପ ସମୃଦ୍ଧ ତଥା ଏହା ପୂର୍ବ ସମାଜର ଜୀବନଶୈଳୀ ସହ ଚାଲିଛି। ବୟସ ବଢିବା ଯୋଗୁ ଆମେ ଅଧିକ ଜେନେଟିକ କ୍ଷତିର ସମ୍ମୁଖୀନ ହେଉଛୁ। ଏଥିପାଇଁ ଆମକୁ କ୍ୟାନ୍‌ସର ବିପଦ ରହିବା ସହ ଅନ୍ୟ ଶାରୀରିକ ରୋଗର ସମ୍ମୁଖୀନ ହେବାକୁ ପଡୁଛି।
ଅତ୍ୟାଧୁନିକ ପ୍ରଯୁକ୍ତି ଦ୍ୱାରା ଜଣେ ରୋଗୀର କୋଷିକାର ଡିଏନ୍‌ଏ ସମ୍ପର୍କିତ ବିବରଣୀ ଉପରେ ନଜର ରଖିବାକୁ ଆମେ ସକ୍ଷମ। ଏହା ଆମକୁ କ୍ୟାନ୍‌ସର ବିରୋଧରେ ଏକ ନିର୍ଣ୍ଣାୟକ ଅଧ୍ୟାୟ ସୃଷ୍ଟି କରିବାକୁ ସୁଯୋଗ ଦେବ। କିଭଳି ଏହି ରୋଗ ଜଣେ ବ୍ୟକ୍ତିର ଶରୀରରେ ଆରମ୍ଭ ହେଉଛି ଏବଂ କୋଷିକାର ଡିଏନ୍‌ଏରେ କିଭଳି ତୀବ୍ର ପରିବର୍ତ୍ତନ ଘଟୁଛି ତାହା ଜାଣିବା ଆମ ଲକ୍ଷ୍ୟ ହେବା ଉଚିତ। ତେବେ ସାମ୍ପ୍ରତିକ ସମୟରେ ଏହା ସମ୍ଭବ। ନୂଆ ଅତ୍ୟାଧୁନିକ ଉପକରଣଗୁଡ଼ିକ ଦ୍ୱାରା ଏବେ ଲୋକଙ୍କ ଶାରୀରିକ ପ୍ରକ୍ରିୟାକୁ ଯାଞ୍ଚ କରି ରୋଗକୁ ଜାଣିିବା ଲାଗି ବୈଜ୍ଞାନିକମାନେ ସକ୍ଷମ ହେଉଛନ୍ତି। ଉଦାହରଣ ସ୍ବରୂପ ଜଣେ ରୋଗୀଙ୍କ ଅନୁଭବକୁ ବାୟୋସେନ୍‌ସର ଜାଣିପାରୁଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବିଭିନ୍ନ ସମସ୍ୟାକୁ ସୂଚିତ କରିପାରୁଛି। ଅତ୍ୟାଧୁନିକ ସିକ୍ୱେସିଂ ଏବଂ ଇମେଜିଂ ଟେକ୍‌ନୋଲୋଜିରେ ଶରୀରରୁ ପ୍ରାପ୍ତ ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କରି ଏହା କରିପାରୁଛି।
ସମସ୍ୟା ହେଉଛି କ୍ୟାନ୍‌ସର ପ୍ରତ୍ୟେକ ବ୍ୟକ୍ତିଠାରେ ଭିନ୍ନ ଭାବେ ପ୍ରକାଶ ପାଉଛି। ଏଣୁ ନୂଆ ଥେରାପି ବା ଚିକିତ୍ସାପଦ୍ଧତିଗୁଡ଼ିକର ଉପଯୋଗିତା ଅଧିକ ରହିଛି। ହେଲେ ଏବେ କ୍ୟାନ୍‌ସରର ଶେଷ ପର୍ଯ୍ୟାୟର ସମାନ ଲକ୍ଷଣ ଥିବା ବହୁ ରୋଗୀଙ୍କୁ ଏକାଠି ନେଇ ଦୀର୍ଘକାଳୀନ ଓ ମନ୍ଥର ଟ୍ରାଏଲ କରାଯାଉଛି। କିନ୍ତୁ କ୍ୟାନ୍‌ସର ବିରୋଧୀ ଯୁଦ୍ଧର ନୂଆ ପର୍ଯ୍ୟାୟରେ ଆମେ ଜଣଙ୍କ ଉପରେ ଅନୁଧ୍ୟାନ କରି ତାହାର ସଫଳ ପରିଣାମକୁ ଅନେକଙ୍କ ପାଇଁ ପ୍ରସ୍ତୁତ କରିବାକୁ ହେବ। ଡିଏନ୍‌ଏରେ ଘଟୁଥିବା ତୀବ୍ର ପରିବର୍ତ୍ତନର ମୁଖ୍ୟ କାରଣକୁ ସ୍ପଷ୍ଟ କରିବାକୁ ପଡ଼ିବ। ଏଯାବତ୍‌ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏହି ପଦ୍ଧତିକୁ ଗ୍ରହଣ କରିନାହିଁ। କୋଭିଡ୍‌-୧୯ ମହାମାରୀର ଏକ ପ୍ରେରଣାଦାୟକ ପରିଣାମ ହେଉଛି, ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ( ଏଫ୍‌ଡିଏ) ନୂଆ ପଦ୍ଧତିଗୁଡ଼ିକୁ ଗତିଶୀଳ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଛି। ଏହାସହ ଏବେ ନୂଆ ଡ୍ରଗ୍ସ ବଦଳରେ ରୋଗୀଙ୍କ ଶରୀରରେ କ’ଣ ଘଟୁଛି ତାହା ଜାଣିବାର ଆବଶ୍ୟକତା ରହିଛି ବୋଲିି ବୃହତ୍‌ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକ ଅନୁଭବ କରୁଛନ୍ତି। ଯେତେବେଳେ ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ଜାତୀୟ କାର୍ଯ୍ୟକ୍ରମଗୁଡ଼ିକ ଜେନୋଟାଇପ୍‌ ବା ଜେନେଟିକ ପରୀକ୍ଷା ଏବଂ ଅନୁଧ୍ୟାନ ଲାଗି ଆର୍ଥିକ ସହାୟତା ଦେବା ଆରମ୍ଭ କରିବେ ସେତେବେଳେ ଗବେଷକ ଏବଂ ଚିକିତ୍ସକମାନେ ଏଥିରେ ସଫଳ ହେବେ।
ବୃହତ୍‌ ସ୍ବାସ୍ଥ୍ୟା ସମସ୍ୟା କିଭଳି ଶୀଘ୍ର ସମାଧାନ ହୋଇପାରେ ତାହାର ବାଟ ଆମକୁ ଦେଖାଇଛି କୋଭିଡ୍‌ ମହାମାରୀ। ମାନବ ଶରୀରରେ ଅତ୍ୟଧିକ କ୍ଷତିକାରକ ଡିଏନ୍‌ଏ ପରିବର୍ତ୍ତନ ଘଟି କ୍ୟାନ୍‌ସର ଲକ୍ଷଣ ଭାବେ ପ୍ରକାଶ ପାଇବାର ବହୁ ପୂର୍ବରୁ ପ୍ରତିରୋଧକ ଶକ୍ତିକୁ ସକ୍ରିୟ କରାଯାଇ ତାହାକୁ ପ୍ରତିହତ କରାଯାଇପାରିବ। ସେହିଭଳି କ୍ୟାନ୍‌ସର ଚିହ୍ନଟ କରିବା ଲାଗି ଆମକୁ କିଛି ନୂତନ ଆବିଷ୍କାର କରିବାକୁ ହେବ। ଏବକାର ଧାରା ବଦଳରେ ଏକ ନିଆରା ନୂଆ ମାଇକ୍ରୋସ୍କୋପିକ୍‌ ପଦ୍ଧତି ଆପଣାଇଲେ ଆମେ କ୍ୟାନ୍‌ସରକୁ ରୋକିପାରିବା। ତାହାକୁ ପ୍ରତିରୋଧ କରିବାରେ ଯଦି ଆମେ ସକ୍ଷମ ହେବା, ତେବେ ସୁସ୍ଥ ଜୀବନର ଅବଧି ବଢ଼ାଇ ପାରିବା। ନୂତନ ମାଇକ୍ରୋସ୍କୋପିକ ପଦ୍ଧତି ଆମର ଏବକାର ଲକ୍ଷଣ ଚିହ୍ନଟ ପ୍ର୍ରକ୍ରିୟାରେ ପରିବର୍ତ୍ତନ ଆଣି କ୍ୟାନସର ପାଇଁ ଏକ ବାସ୍ତବ ସ୍ବାସ୍ଥ୍ୟ ସେବା ନିଶ୍ଚିତ କରିବା ସହ ବହୁ ଅସମାହିତ ସ୍ବାସ୍ଥ୍ୟ ଆହ୍ବାନଗୁଡ଼ିକୁ ସମାଧାନ କରିପାରିବ।
ସିଇଓ, ଜେରିଅନ୍‌ ଇନ୍‌ଭେଷ୍ଟମେଣ୍ଟ ତଥା ଜେରିଅନ ପ୍ରିସିସନ୍‌ ବାୟୋସାଇନ୍ସର ପ୍ରତିଷ୍ଠାତା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri