ଶ୍ରମିକଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ଧାରଣା

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡ଼ଗପ୍ରସାଦ ଗ୍ରାମ ନିକଟସ୍ଥ ନବ ଲିମିଟେଡ୍‌ କମ୍ପାନୀରେ ରବିବାର ଅପରାହ୍ନରେ ମାଧବ ବେହେରା (୪୦) ନାମକ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହ ଘଟଣାକୁ ନେଇ ସୋମବାର ସକାଳ ୬ଟାରୁ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଗ୍ରାମବାସୀ ଓ ମୃତ ଶ୍ରମିକଙ୍କ ପରିବାର ସଦସ୍ୟ ପରିବାରର ଜଣକୁ ଚାକିରି ଓ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ଆଞ୍ଚଳିକ କ୍ଷତିଗସ୍ତ ପ୍ରଜା ସଂଘ ସମିତିର ସଭାପତି ଗଙ୍ଗାଧର ସାମଲ, କୋଷାଧ୍ୟକ୍ଷ ଅଖିଳ ମହାପାତ୍ର ଉପସ୍ଥିତ ଅଛନ୍ତି । ଓଡାପଡ଼ା ତହସିଲଦାର ବାଣୀ ନିବେଦିତା ସାଇଁ, ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ମୋଟଙ୍ଗା ଥାନା ଅଧିକାରୀ ନିରଞ୍ଜନ ସେଠୀ, ସଦର ଥାନା ଅଧିକାରୀ ପ୍ରଦୀପ ପ୍ରଧାନ ପ୍ରମୁଖ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ମୃତ ଶ୍ରମିକଙ୍କ ବିଧବା ସ୍ତ୍ରୀଙ୍କ ସମେତ ଛୋଟ ଛୋଟ ୩ ଝିଅ ଅଛନ୍ତି । ତାଙ୍କ ମା’ ମଧ୍ୟ ପକ୍ଷାଘାତ ରୋଗୀ ଅଟନ୍ତ। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।