କାର୍ଯ୍ୟ ବନ୍ଦ କରି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଧାରଣା

ଭଦ୍ରକ,୧୮।୮(ସନାତନ ରାଉତ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଙ୍ଘର ନିଷ୍ପତ୍ତି କ୍ରମେ ୨ ଦଫା ଦାବି ନେଇ ଭଦ୍ରକ ଜିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ଧାରଣାରେ ବସିଛନ୍ତି l ଶିକ୍ଷାଗତ ଯୋଗ୍ୟତା ଯୁକ୍ତ-୨ ରୁ ଯୁକ୍ତ-୩ କରିବା ସହ ଲେବେଲ-୫ରୁ ଲେବେଲ-୯ ଦରମା ବୃଦ୍ଧି କରିବା, ୧୦ ବର୍ଷ ଚାକିରୀ ପୂରଣ କରିଥିବା ପିଇଓମାନଙ୍କୁ ଜିଡିପିଓ ଭାବେ ପଦୋନ୍ନତି ଦାବିରେ କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି । ଗତ ୭ତାରିଖରୁ ଅଧିକାରୀମାନେ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଥି ବେଳେ ୧୮ ତାରିଖରୁ ରାଜରାସ୍ତାରେ ବସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ।