Categories: ଜାତୀୟ

ଟିକା ନେଇ ନ ଥିଲେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟି

ଚଣ୍ଡିଗଡ଼,୧୦।୯: ସେପ୍ଟେମ୍ବର ୧୫ ପରେ ପଞ୍ଜାବ ସରକାରଙ୍କ କୌଣସି କର୍ମଚାରୀ ଯଦି କୋଭିଡ୍‌ ଟିକାର ଗୋଟିଏ ଡୋଜ୍‌ ବି ନେଇ ନ ଥିବେ, ତେବେ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ମହାମାରୀରୁ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି।

ଟିକାର ଫଳପ୍ରଦ ପ୍ରମାଣିତ ହୋଇସାରିଥିବା ଉଚ୍ଚସ୍ତରୀୟ କୋଭିଡ୍‌ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ସରକାରୀ କର୍ମଚାରୀ ଯେପରି ଟିକା ନେବେ ସେଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି। ଏହା ସତ୍ତ୍ୱେ ଯଦି କୌଣସି କର୍ମଚାରୀ ଟିକା ନ ନିଅନ୍ତି, ତେବେ ତାଙ୍କୁ ଘରକୁ ପଠାଇ ଦିଆଯିବ ଏବଂ ପ୍ରଥମ ଡୋଜ୍‌ ଟିକା ନ ନେବା ପର୍ଯ୍ୟନ୍ତ ଅଫିସ ଆସିବାକୁ ଅନୁମତି ଦିଆଯିବ ନାହିଁ।

Share