ଚାପରେ କମିଲା ତେଲ ଦର

ଭାରତରେ ଆକାଶଛୁଅଆଁ ତେଲ ଦର ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟବୃଦ୍ଧି ଘଟାଇଛି। ଏହାକୁ ନେଇ ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେଇଥିବାବେଳେ ରାଜନୀତି ମଧ୍ୟ ସରଗରମ ହୋଇଛି। ଏଭଳି ସ୍ଥିତିରେ ଶନିବାର କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ପେଟ୍ରୋଲରେ ୮ ଓ ଡିଜେଲରେ ୬ ଟଙ୍କା ଏକ୍ସାଇଜ୍‌ ଡ୍ୟୁଟି କମ୍‌ କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଟୁଇଟରରେ ସୂଚନା ଦେଇଛନ୍ତି। ଏହି ଟିକସ ହ୍ରାସ ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଏବଂ ଡିଜେଲ ୭ ଟଙ୍କା କମରେ ମିଳିବ ବୋଲି କୁହାଯାଉଛି। ନୂଆ ଦର ରବିବାର ସକାଳ ୬ଟାରୁ ଲାଗୁ ହେବ। ଦେଶବାସୀଙ୍କ ହିତରେ ଏପରି ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବାବେଳେ ମୁଦ୍ରାସ୍ଫୀତିଜନିତ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଚାରିଆଡ଼ୁ ଚାପ ହେତୁ କେନ୍ଦ୍ର ବାଧ୍ୟହୋଇ ଟିକସ କମାଇଥିବା ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। କାରଣ ୨୦୨୧ ନଭେମ୍ବର ୩ରେ କେନ୍ଦ୍ର ସରକାର ୫ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଏହାର ପ୍ରଭାବରେ ଓଡ଼ିଶାରେ ପେଟ୍ରୋଲ ୬.୬୦ ଓ ଡିଜେଲ ୧୨.୮୦ ଟଙ୍କା କମିଥିଲା। ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଲେଖାଏ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ହ୍ରାସ କରିଥିଲେ। ତେବେ ମାର୍ଚ୍ଚ ୧୦ରେ ୫ ରାଜ୍ୟ ନିର୍ବାଚନ ଫଳାଫଳ ଘୋଷଣା ପରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଦର୍ଶାଇ ୨୨ ତାରିଖଠାରୁ ୨ ସପ୍ତାହ ମଧ୍ୟରେ ୧୩ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ାଇଥିଲେ। ଫଳରେ ପେଟ୍ରୋଲ ୯.୮୩ ଟଙ୍କା ଓ ଡିଜେଲ ୯.୭୭ ଟଙ୍କା ମହଙ୍ଗା ହୋଇଥିଲା।

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଲଗାତର ତେଲ ଦର ବୃଦ୍ଧିକୁ ନେଇ ପ୍ରବଳ ଜନଅସନ୍ତୋଷର ସମ୍ମୁଖୀନ ଏବଂ ବିଭିନ୍ନ ଦିଗରୁ ସମାଲୋଚନାର ଶିକାର ହେବା ପରେ କେନ୍ଦ୍ର ସରକାର ତୈଳ ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ସକାଳ ୬ଟାରୁ ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ହ୍ରାସ ପାଇବ। ଟିକସ ହ୍ରାସ ଯୋଗୁ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ ଓ ସାଧାରଣ ଲୋକଙ୍କୁ ସହାୟତା ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୀତାରାମନ କହିଛନ୍ତି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ନିଷ୍ପତ୍ତି ନେଇଥିବାରୁ ତୈଳ ଦର ହ୍ରାସ ପାଇବ। ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା କମାଇବାକୁ ନିଷ୍ପତ୍ତି ହୋଇଛି। ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ହ୍ରାସ ପାଇବାକୁ ଯାଉଥିଲେ ମଧ୍ୟ ଏବେ ବି ବିଭିନ୍ନ ସହରରେ ଏହାର ଦର ୧୦୦ ଉପରେ ରହିବ। କାରଣ ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ଉପରେ ରହିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚଜନିତ ପ୍ରଭାବ ସବୁ କ୍ଷେତ୍ରରେ ପଡ଼ି ଅନ୍ୟ ସାମଗ୍ରୀଗୁଡ଼ିକର ଦରଦାମ ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି। କେନ୍ଦ୍ର ତୈଳ ଉପରେ ଟିକସ ହ୍ରାସ କରିଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିପାରେ। ଓଡ଼ିଶା ସରକାର ତୈଳ ଦର ଉପରୁ ଭାଟ୍‌ କମାଇବା ଉପରେ ନିଷ୍ପତ୍ତି ନେଲେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ହ୍ରାସ ପାଇବ।
ସେହିପରି ଉପରମୁହାଁ ହୋଇଥିବା ରନ୍ଧନ ଗ୍ୟାସ ଦାମ ମଧ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ମିଳିବ। ବାର୍ଷିକ ୧୨ଟି ସିଲିଣ୍ଡର ଉପରେ ଏପରି ସବ୍‌ସିଡି ମିଳିବ ବୋଲି ସୀତାରାମନ ଟୁଇଟ କରିଛନ୍ତି। ତେବେ ସାଧାରଣ ବର୍ଗରେ ଥିବା ଲୋକଙ୍କୁ ଏଲ୍‌ପିଜି ଗ୍ୟାସ୍‌ ଉପରେ କୌଣସି ପ୍ରକାର ଆଶ୍ୱସ୍ତି ମିଳି ନାହିଁ। ସେମାନେ ପୂର୍ବଭଳି ୧୦୦୦ ଟଙ୍କାରୁ ଅଧିକ ଦାମରେ ସିଲିଣ୍ଡର କିଣିବେ। ଅର୍ଥମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଗ୍ୟାସ୍‌ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବ୍‌ସିଡି ଦିଆଯିବ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ଥିବା ଦେଶର ୯ କୋଟି ହିତାଧିକାରୀ ୧୨ଟି ସିଲିଣ୍ଡର ଉପରେ ଏହି ସବ୍‌ସିଡି ପାଇବେ। ଏହା ମା’ ଓ ଭଉଣୀଙ୍କୁ ଆଶ୍ୱସ୍ତି ଦେବ। ନୂଆ ସବ୍‌ସିଡି ଯୋଗୁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୬,୧୦୦ କୋଟି ଟଙ୍କାର ରାଜସ୍ବ ହରାଇବେ। ଏଥିସହ ବିଭିନ୍ନ ଦେଶରୁ ଆସୁଥିବା କଞ୍ଚାମାଲ ଉପରୁ ମଧ୍ୟ ସୀମା ଶୁଳ୍କ ହ୍ରାସ କରାଯିବ। ଏହାଦ୍ୱାରା ଆମଦାନୀ ହୋଇ ଆସୁଥିବା ସାମଗ୍ରୀଗୁଡ଼ିକର ଚୂଡ଼ାନ୍ତ ମୂଲ୍ୟ ହ୍ରାସ ପାଇବ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମାଇଥିଲେ। ଏହାର ପରଦିନ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍‌ ହ୍ରାସ କରିଥିଲେ। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ୧୪୦୦ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବାବଦରେ ୭୦୦ କୋଟି ଟଙ୍କା

କ୍ଷତି ସହିବାକୁ ପଡ଼ିଥିଲା। ରାଜ୍ୟ ସରକାରଙ୍କୁ ବାର୍ଷିକ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ବ ହାନି ହୋଇଥିଲା। ତୈଳ ଦର ହ୍ରାସକୁ ନେଇ ଗ୍ରାହକ ଖୁସିବ୍ୟକ୍ତ କରିଛନ୍ତି। ତେବେ ପେଟ୍ରୋଲ ଦର ୧୦୦ ଟଙ୍କା ତଳକୁ ଖସିଲେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କୁ ଆଶ୍ୱସ୍ତି ମିଳିପାରନ୍ତା ବୋଲି କ୍ଷୁଦ୍ର ବ୍ୟବସାୟୀ ସୁଦର୍ଶନ ପାତ୍ର କହିଛନ୍ତି।
ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ (ୟୁପିଡିଏ) ସାମ୍ପଦକ ସଞ୍ଜୟ ଲାଠ କହିଛନ୍ତି, ସବୁ କ୍ଷେତ୍ରରେ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଥିବାବେଳେ କେନ୍ଦ୍ରର ଏହି ନିଷ୍ପତ୍ତି ଖାଉଟିଙ୍କୁ କିଛି ପରିମାଣରେ ଲାଭଦାୟକ ହେବ। କେନ୍ଦ୍ର ଭଳି ରାଜ୍ୟ ସରକାର ମଧ୍ୟ ଭାଟ୍‌ ଆକାରରେ ନେଉଥିବା ଶୁଳ୍କ ହ୍ରାସ କରିବା ଉଚିତ। ତୈଳ ଦର ବୃଦ୍ଧି ଯୋଗୁ ଖାଉଟି ଅତିରିକ୍ତ ଖର୍ଚ୍ଚାନ୍ତ ସହ ଆର୍ଥିକ ଚାପରେ ରହୁଛନ୍ତି। ହ୍ରାସ ଯୋଗୁ ପରିବହନ ଖର୍ଚ୍ଚ କମିବା ସହ ସବୁ ବର୍ଗର ଲୋକ ଉପକୃତ ହେବେ। କେନ୍ଦ୍ରର ପଦକ୍ଷେପକୁ ୟୁପିଡିଏ ପକ୍ଷରୁ ସ୍ବାଗତ କରାଯାଉଥିଲେ ମଧ୍ୟ ଏହି ଅକସ୍ମାତ ନିଷ୍ପତ୍ତି ଯୋଗୁ ତୈଳ ବ୍ୟବସାୟୀ (ପେଟ୍ରୋଲ ପମ୍ପ) ବ୍ୟାପକ କ୍ଷତି ସହିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସରକାର ଯେଉଁ ଭଳି ଭାବରେ ତେଲ ଦର ବୃଦ୍ଧି କରୁଥିଲେ ସେହିଭଳି ଭାବରେ ତୈଳ ଦର ହ୍ରାସ କରିଥିଲେ ଉଭୟ କ୍ରେତା ଓ ବିକ୍ରେତା ସମ ପରିମାଣରେ ଲାଭବାନ ହୋଇଥାନ୍ତେ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri