Categories: ଗଞ୍ଜାମ

ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ବିଡିଓଙ୍କୁ ପରାମର୍ଶ ଦେଲେ ଉପଜିଲାପାଳ

ଗଞ୍ଜାମ,୨୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର ଶନିବାର ଗଞ୍ଜାମ ବ୍ଲକ ଗସ୍ତ କରି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ। ବିଡିଓ ଜସ୍ମିନ ପ୍ରଧାନ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀକାନ୍ତ କୁମାର ଗୌଡ଼, ସହକାରୀ ଯନ୍ତ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଉପଜିଲାପାଳ ପ୍ରଥମେ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଥିବା ବଟେଶ୍ୱର ମନ୍ଦିର ପାର୍କ ପରିଦର୍ଶନ କରିଥିଲେ। ପଞ୍ଚଦଶ ଅର୍ଥ କମିଶନ ଫଣ୍ଡ ଓ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମାଣ ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟ ଶୀଘ୍ର ସାରିବାକୁ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି l ଏଥିସହ ମୟୂରପଦା ଓ ନୀଳାଦ୍ରିପୁର ସ୍କୁଲ ଯାଇ ସେଠାରେ ଚାଲିଥିବା ସ୍ବତନ୍ତ୍ର ଭୋଟର ପଞ୍ଜୀକରଣ ବ୍ୟବସ୍ଥା କିପରି ଚାଲିଛି ପଚାରି ବୁଝିଥିଲେ। ପରେ ପୁରୁଣା ପୋଡ଼ମ ପେଟା ଗ୍ରାମସ୍ଥିତ ସମୁଦ୍ର ବେଳାଭୂମି କୂଳ ଲଂଘୁଥିବା ପରିସ୍ଥିତି ଅନୁଧ୍ୟାନ କରିଥିଲେ।