ମାର୍ଚ୍ଚ ୧୫ରୁ ୨୧ ସମ୍ପୂର୍ଣ୍ଣ ଲକଡାଉନ୍‌

ମୁମ୍ବାଇ,୧୧ ।୩: ମହାରାଷ୍ଟ୍ରରେ ଲଗାତାର ଭାବେ ବଢି ଚାଲିଛି କରୋନା ସଂକ୍ରମଣ । ଏହି କରୋନା ସଂକ୍ରମଣକୁ ଦେଖି ମହାରାଷ୍ଟ୍ର ସରକାର ନାଗପୁରରେ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଗୁରୁବାର ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୀତୀନ ରାଉତ ଏହି ସୂଚନା ଦେଇଛନ୍ତି । ଏହି ସମୟରେ କେବଳ ଜରୁରୀ ସେବାକୁ ବାଦ୍ ଦେଲେ ଅନ୍ୟ କାହାରିକୁ ଅନୁମତି ମିଳିବ ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବିଗତ ୫ ମାସର ରେକର୍ଡକୁ ଭାଙ୍ଗି ଦେଇଛି । ବୁଧବାର ଏଠାରେ ୧୩,୬୫୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗତ ୭ ଅକ୍ଟୋବର ପରେ ଏହା ସବୁଠାରୁ ଅଧିକ ବୋଲି କୁହାଯାଉଛି । ୭ ଅକ୍ଟୋବରରେ ମହାରାଷ୍ଟ୍ରରେ ସର୍ବାଧିକ ୧୪,୫୭୮ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଦେଶରେ ଏବେ ଦେଖାଯାଇଥିବା ନୂଆ ସଂକ୍ରମଣ ସଂଖ୍ୟା ମଧ୍ୟରୁ କେବଳ ମହାରାଷ୍ଟ୍ର ୬୦ ପ୍ରତିଶତ ।

Share