Categories: ଜାତୀୟ

ସଂସଦରେ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗୋୟଲ

ନୂଆଦିଲ୍ଲୀ,୧୯।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ସଂଘର୍ଷକୁ ନେଇ ସଂସଦରେ ହଟ୍ଟଗୋଳ ପରିସ୍ଥିତି ଦେଖିବାକୁ ମିଳୁଛି। ଗୋଟିଏ ପଟେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ଅନ୍ୟ ପଟେ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଉଛନ୍ତି। ଏହିକ୍ରମରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କଂଗ୍ରେସ ଉପରେ ଅଭିଯୋଗ କରିଛନ୍ତି। କଂଗ୍ରେସ ଦଳ ଅତି ନିମ୍ନ ସ୍ତରର ରାଜନୀତି କରୁଥିବା ସୋମବାର ସେ ଅଭିଯୋଗ ଆଣିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି, ବିରୋଧୀ ଦଳର ନିରାଶା ଏବଂ ସମ୍ପୂର୍ଣ୍ଣ ସମ୍ମାନର ଅଭାବ ଗୃହରେ ଦେଖାଯାଉଛି। ଯାହା ଏତେ ସ୍ତରରେ ପହଞ୍ଚିଛି ଯେ ସେମାନେ ସଂସଦର କାର୍ଯ୍ୟରେ କୌଣସି ନିୟମକୁ ବିଶ୍ୱାସ କରୁନାହାଁନ୍ତି।

Share