Posted inUncategorized

ମାର୍ଚ୍ଚ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ, ରାସ୍ତା କାର୍ଯ୍ୟ ଶେଷ କର

ଫୁଲବାଣୀ,୯ା୯(ରାକେଶ କୁମାର ରାଉତ): ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି ା କନ୍ଧମାଳ ଏମ୍‌ପି ଅଚ୍ୟୁତାନନ୍ଦ ସାମନ୍ତ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପାନୀୟ ଜଳ ଯୋଗାଣ ଏବଂ ରାସ୍ତା ନିର୍ମାଣ ଉପରେ ଏମ୍‌ପି ଅଧିକ ଗୁରୁତ୍ୱ ଦେଇଥିଲେ । ଆସନ୍ତା ମାର୍ଚ୍ଚ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଶେଷ କରି ଲୋକଙ୍କୁ ଜଳ ଯୋଗାଣ କରିବାକୁ ଆରଡବ୍ଲୁୃ୍ୟଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ପଡିଲେ ଜିଲାପାଳ ଏବଂ ମୋ ସହ ଆଲୋଚନା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସେହିପରିି ଗ୍ରାମାଞ୍ଚଳରେ ଯୋଗାଯୋଗ କରୁଥିବା ଅସଂପୂର୍ଣ୍ଣ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ବାଲିଗୁଡା ଏବଂ ଫୁଲବାଣୀ ଆରଡି ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଧାୟକ ତଥା ଜନ ପ୍ରତିନିଧିମାନେ ଯେଉଁ ସବୁ ଅଭିଯୋଗ କରୁଛନ୍ତି, ସେଗୁଡ଼ିକୁ ଗୁରୁତ୍ୱ ଦିଆଯିବା ସହିତ ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଏମ୍‌ପି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲା ପରିଷଦର ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକଙ୍କ ସମେତ ଉପସ୍ଥିତ ଜନ ପ୍ରତିନିଧିମାନେ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ଯଥା ଜଳଯୋଗାଣ, ରାସ୍ତା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଦ୍ୟୁତିକରଣ ଓ ଅନାନ୍ୟ ବିଭାଗର ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ । ଜିଲାରେ ପାନୀୟ ଜଳ ପାଇଁ ୫ ଟି ମେଗା ପ୍ରକଳ୍ପର କାର୍ଯ୍ୟ ଚାଲୁରହିଛି । ଜିଲାର ୮୪୩ଟି ଗ୍ରାମକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହୋଇପାରିବ। ସେଥିମଧ୍ୟରୁ ବାଲିଗୁଡ଼ା ବ୍ଲକରେ ହେଉଥିବା ପ୍ରକଳ୍ପ ଦ୍ୱାରା ୧୪ଟି ପଞ୍ଚାୟତର ୧୭୭ଟି ଗ୍ରାମ, ଟିକାବାଲି ବ୍ଲକରେ ୧୧ଟି ପଞ୍ଚାୟତର ୧୦୧ଟି ଗ୍ରାମ, କ. ନୂଆଗାଁ ପ୍ରକଳ୍ପ ଦ୍ୱାରା ୬ଟି ପଞ୍ଚାୟତର ୮୨ଟି ଗ୍ରାମ, ଖଜୁରୀପଡ଼ା ବ୍ଲକର ୧୩ଟି ପଞ୍ଚାୟତ, ଫୁଲବାଣୀ ବ୍ଲକର ୧୧ଟି ପଞ୍ଚାୟତ, ଫିରିଙ୍ଗିଆ ବ୍ଲକର ୧୨ଟି ପଞ୍ଚାୟତ ଓ ଚକାପାଦ ବ୍ଲକର ୫ଟି ପଞ୍ଚାୟତର ୪୭୨ଟି ଗ୍ରାମର ଲୋକେ ଏହି ପ୍ରକଳ୍ପ ଦ୍ୱାରା ପାନୀୟ ଜଳ ପାଇବେ । ସେହିପରି ୫ମ ମେଗା ପ୍ରକଳ୍ପଟି ଗଜପତି ଜିଲା ଅନ୍ତର୍ଗତ ମୋହନା ଓ କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକର ୨ ଟି ପଞ୍ଚାୟତର ୧୧ଟି ଗ୍ରାମବାସୀ ଏହା ଦ୍ୱାରା ଉପକୃତ ହେବେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୩୭ କୋଟି ୯୨ ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟ ଯୋଗାଇ ୫୩ ଲକ୍ଷ ୨୦ ହଜାର ୯୮୮ଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଓ ଉଦୟରେ ଚଳିତ ବର୍ଷ ଶେଷ ସୁଦ୍ଧା ଜିଲାର ସବୁ ଅଞ୍ଚଳକୁ ବିଦ୍ୟୁତୀକରଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ କହିଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତ୍‌ ସ୍ବାଗତ ଭାଷଣ, ଅତିରିକ୍ତ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri