ଘର ପ୍ରାପ୍ୟ ପାଇଁ ଜିଲାପାଳଙ୍କୁ ଗୁହାରି

ଅନୁଗୋଳ ଅଫିସ, ୧୪ା୩: ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଲା କ୍ଷେତ୍ର ଦ୍ୱାରା ଗତ ୨୮ ବର୍ଷ ତଳୁ ଆମ୍ବପାଳ ଗ୍ରାମରେ ଜମି ଅଧିଗ୍ରହଣ କରାଯାଇଛି। ହେଲେ ଗ୍ରାମବାସୀଙ୍କୁ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ। ଏପରି କି କମ୍ପାନୀ କର୍ତ୍ତୃପକ୍ଷ ଧରାଛୁଅଁା ଦେଉ ନ ଥିବା ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ଏମ୍‌ସିଏଲ୍‌ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ଜମି ଅଧିଗ୍ରହଣ କରାଯିବା ସମୟରେ ବାହାର ଅଞ୍ଚଳର କେତେଜଣ ଲୋକ ଆସି ଘର ନିର୍ମାଣ କରି ରହିଥିଲେ। ସେ ସମୟରେ ବାହାର ଲୋକଙ୍କୁ ଏମ୍‌ସିଏଲ୍‌ ଘର ଅଧିଗ୍ରହଣ କରିବା ପ୍ରାପ୍ୟ ଦେଉଥିଲା। କିନ୍ତୁ ମୂଳ ଲୋକଙ୍କୁ ଘର ଅଧିଗ୍ରହଣ ପ୍ରାପ୍ୟ ପ୍ରଦାନ କରି ନ ଥିଲା। ଏ ନେଇ ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ବାରମ୍ବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ହେଲେ ଏଯାଏ ସୁଫଳ ମିଳିପାରି ନାହିଁ। ତେଣୁ ଗ୍ରାମବାସୀଙ୍କୁ ପ୍ରାପ୍ୟ ପ୍ରଦାନ ସହ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଏଥିସହ ଗ୍ରାମରେ କିଭଳି ଭାବେ ପ୍ରଦୂଷଣ ମୁକ୍ତ ପରିବେଶ ରହିବ ସେନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଅନ୍ୟପନ୍ଥା ଆପଣାଇବେ ବୋଲି ଆମ୍ବପାଳ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଧର୍ମାନନ୍ଦ ମାଝି, ସମ୍ପାଦକ ନାରାୟଣ ବେହେରା, ପ୍ରଦୀପ କୁମାର ସାହୁ, ପ୍ରତାପ ସେଠୀ, ସତ୍ୟବ୍ରତ ନାଏକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଜମି ଦେବାକୁ କହି ୬୫ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ, ୨୯।୫ – ରାଜଧାନୀ ଭୁବନେଶ୍ୱରରେ ଜମି ଦେବାକୁ କହି ଭଦ୍ରକର ଜଣେ ବ୍ୟବସାୟୀଙ୍କଠାରୁ ୬୫ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି।...

CORONAVIRUS UPDATE: ଗଞ୍ଜାମରେ ପୁଣି କରୋନା ପଜିଟିଭ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮

ଭୁବନେଶ୍ୱର,୯।୫(ବ୍ୟୁରୋ)-ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଗଞ୍ଜାମ ଜିଲାର ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ରେ...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା କ୍ରାଇମବ୍ରାଞ୍ଚ

ବରଗଡ ଅଫିସ,୪।୧୧: ବନ ବିଭାଗର କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଗୁରୁବାର ସକାଳୁ ବରଗଡ ଜିଲା ଘେଁସ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ଜାମପାଲି ଗ୍ରାମରୁ ଏକ ଜୀବନ୍ତ ବଜ୍ରକାପ୍ତା...

ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି କନଷ୍ଟେବଳ ଗିରଫ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଜିଲା ମୁଖ୍ୟ ଡାକ୍ତରଖାନାର ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ବାସ୍ଥ୍ୟ ବିଭାଗ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ କନଷ୍ଟେବଳଙ୍କୁ...

ଇରାନୀ-ପ୍ରତ୍ୟୁଷାଙ୍କ ମଧ୍ୟରେ ବଳ କଷାକଷି

ନୟାଗଡ ଅଫିସ,୧।୧୧:ଭାଜପାର ଦୁଇଗୋଷ୍ଠୀ ପକ୍ଷରୁ ନୟାଗଡ଼ ନିର୍ବାଚନମଣ୍ଡଳୀର ନୟାଗଡ଼ ଓ ଓଡ଼ଗଁାରେ ପୃଥକ୍‌ ଭାବେ ସୋମବାର ସମାନ୍ତରାଳ ବୈଠକ ପରେ ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି।...

କରୋନା ପରିଚାଳନା ଲାଗି ୬ ଓଏଏସ୍‌ ଗଞ୍ଜାମ ପାଇଁ ନିଯୁକ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ପରିଚାଳନା ଲାଗି ୨ ଆଇଏଏସ୍‌ଙ୍କ ସହ ୬ ଓଏଏସ୍‌ ଗଞ୍ଜାମ...

ନାବାଳିକାଙ୍କୁ ଦନ୍ତା କଚାଡ଼ି ମାରିବା ଘଟଣା: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ, ତହସିଲଦାରଙ୍କୁ ଅଟକ

ପାଟଣା,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା କ୍ରମରେ ଏକ ଗୋଠଛଡା ଦନ୍ତା ଜଣେ...

ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ମହମ୍ମଦ ମୁସ୍ତାକ ଦୋଷୀ ସାବ୍ୟସ୍ତ

କଟକ ଅଫିସ, ୧୯।୯:  କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ୨୦୧୮ରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ(୩୨)...

Advertisement
Archives

Model This Week