ଆଇଡିଏଚ୍‌ରେ ଅବ୍ୟବସ୍ଥା ଅଭିଯୋଗ

ପୁରୀ ଅଫିସ,୩।୫: ପୁରୀ ଜିଲାରେ ଶନିବାର ୩୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀ ସହରରୁ ୧୩୩ ଜଣ ସଂକ୍ରମିତ ରହିଛନ୍ତି। ସେହିପରି ପୁରୀ ସଦରରୁ ୪୯, ଅସ୍ତରଙ୍ଗରୁ ୧୨, ବ୍ରହ୍ମଗିରିରୁ ୨୭, ଡେଲାଙ୍ଗରୁ ୧୫, ଗୋପରୁ ୧୭, କାକଟପୁରରୁ ୧୧, କୋଣାର୍କ ଏନଏସିରୁ ୩, କଣାସରୁ ୧୧, କୃଷ୍ଣପ୍ରସାଦରୁ ୧୨, ନିମାପଡ଼ାରୁ ୧୧ ଓ ନିମାପଡ଼ା ଏନଏସିରୁ ୪ ଜଣ ସଂକ୍ରମିଚ ଚିହ୍ନଟ ହୋଇଛନ୍ତି। ପିପିଲି ବ୍ଲକରୁ ୨୩, ପିପିଲି ଏନ୍‌ଏସିରୁ ୭, ସତ୍ୟବାଦୀରୁ ୧୭, ଅନ୍ୟ ଜିଲାରୁ ୩ ଓ ରାଜ୍ୟ ବାହାରୁ ଜଣେ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆଇଡିଏଚ୍‌ରେ ସ୍ଥିତି ଭୁଶୁଡୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁରୀ ସହରର ବିମ୍ବାଧର ଦାଶଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସେ ସ୍ତ୍ରୀଙ୍କୁ ନେଇ ଆଇଡିଏଚ୍‌ ଯାଇଥିଲେ। ସ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ତାଙ୍କ ଶରୀର ନିସ୍ତେଜ ହୋଇପଡ଼ିଥିଲା। ତେବେ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଇଡିଏଚ୍‌ ଶଯ୍ୟାରେ ପଡ଼ିରହିଥିଲେ ମଧ୍ୟ କେହି ଡାକ୍ତର ଆସି ନ ଥିଲେ। ପରେ ସେ ବାଧ୍ୟ ହୋଇ ସ୍ତ୍ରୀଙ୍କୁ ଘରୋଇ ହସ୍ପିଟାଲକୁ ନେଇଥିଲେ। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଆଇଡିଏଚ୍‌ କୋଭିଡ୍‌ ଇନଚାର୍ଜ ସୁଶାନ୍ତ ପଣ୍ଡା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡାକ୍ତରମାନେ ସକାଳ ସମୟରେ ଡ୍ୟୁଟିରେ ଥିଲେ। ରୋଗୀ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳେ ଡାକ୍ତରମାନେ ଭେଟୁଛନ୍ତି। ତେବେ ଆଇଡିଏଚ୍‌ରେ ଏବେ ୩୦ଟି ଶଯ୍ୟା ବଢ଼ିଥିଲେ ମଧ୍ୟ ଡାକ୍ତରଙ୍କ ସଂଖ୍ୟା ବଢ଼ି ନ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ଏବେ ପ୍ରାୟ ୧୩ ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇ ସଙ୍ଗରୋଧରେ ଥିବା ସୂଚନା ମିଳିଛି। ସେହିଭଳି ହୃତପିଣ୍ଡ ଓ ଫୁସଫୁସରେ ସମସ୍ୟା ଦେଖାଦେବାରୁ ଆନେକ ରୋଗୀ ରେଫର ହୋଇ ଭୁବନେଶ୍ୱର ଓ କଟକ ଯାଉଛନ୍ତି। ଏ ନେଇ ଜିଲାର ମୁଖ୍ୟ କୋଭିଡ୍‌ ଡାକ୍ତରଖାନାରେ ବ୍ୟବସ୍ଥାକୁ ନେଇ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ଗଣସ୍ବାସ୍ଥ୍ୟ) ଗିରିଜା ଶଙ୍କର ରଥ କହିଛନ୍ତି, ଛାତି ରୋଗ ବିଶେଷଜ୍ଞ ଭାବେ ଜଣେ ଡାକ୍ତର ଆଇଡିଏଚ୍‌ରେ ଥିବାବେଳେ କାର୍ଡିଓଲୋଜିଷ୍ଟ ସ୍ପେଶାଲିଷ୍ଟଙ୍କୁ ଦାୟିତ୍ୱରେ ରଖାଯାଇନାହିଁ। ଅନ୍ୟପକ୍ଷରେ ଆଇନଜୀବୀ ବିଭୂତି ଭୂଷଣ ତ୍ରିପାଠୀ କହିଛନ୍ତି, ସଂକ୍ରମଣ ବ୍ୟାପିବା ପରେ ପୁରୀ ସହରରେ ଅନେକ ରୋଗୀଙ୍କ କ୍ଷେତ୍ରରେ କାର୍ଡିଓ ସମସ୍ୟା ଦେଖିବାକୁ ମିଳିଛି। ଏଣୁ ପୁରୀରେ ଏହି ବିଭାଗର ଜଣେ ସ୍ପେଶାଲିଷ୍ଟ ରହିବା ଆବଶ୍ୟକ। ତେବେ ରବିବାର ପୁରୀରେ କୋଭିଡ୍‌ରେ ମୃତ୍ୟୁ ଘଟିଥିବା ୩ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏମାନଙ୍କ ମଧ୍ୟରେ ୩୦ ତାରିଖରେ ପ୍ରାଣ ହରାଇଥିବା ମାଟିମଣ୍ଡପ ସାହିର ୨୯ ବର୍ଷୀୟ ଯୁବକ, ରବିବାର ଜଣେ ରିଜର୍ଭ ପୋଲିସ କର୍ମଚାରୀ ଓ ପୁରୀ ସଦରର ଜଣେ ମହିଳା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri