ଅଭିଯୋଗ ବଢ଼ୁଛି, ଶୁଣିବାକୁ ଅଧିକାରୀ ନାହାନ୍ତି

କେନ୍ଦ୍ରାପଡ଼ା ଅଫିସ,୧୨ା୬: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତରେ ପ୍ରକଳ୍ପ ନ ଥାଇ ବିଲ୍‌ ହେଉଛି। ଏପରି ଅଭିଯୋଗ ପୂର୍ବତନ ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପ୍ରମୁଖ ଜିଲାପାଳଙ୍କ ନଜରକୁ ଆଣିଥିଲେ। ଆଳି ବ୍ଲକ ଅଞ୍ଚଳର ୫ଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଜିଲା ପ୍ରଶାସନ ନିକଟରେ ଶୁକ୍ରବାର ଅଭିଯୋଗ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଅଧୀନରେ ଥିବାରୁ ଶ୍ରମିକ ସମସ୍ୟା ଏଥିରେ ଜଡ଼ିତ ଅଛି। ଏହି ପ୍ରକଳ୍ପର ଅନିୟମିତତାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଗତ ବର୍ଷେ ଧରି ବାରମ୍ବାର ଅଭିଯୋଗ କରୁଛନ୍ତି। ଶ୍ରମିକ ବଦଳରେ ଏଠାରେ ମେଶିନ କାମ କରୁଥିବା ନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସେମାନେ ହତାଶ ହୋଇଛନ୍ତି। ଅପରପକ୍ଷରେ ଶ୍ରମିକ ବଦଳରେ ମେଶିନ କାର୍ଯ୍ୟ କରିବା ଅଭିଯୋଗ ପଟ୍ଟାମୁଣ୍ଡାଇ, ଆଳି ବ୍ଲକ ଅଞ୍ଚଳରେ ସୀମିତ ନୁହେଁ। ପ୍ରତି ବ୍ଲକ ଅଞ୍ଚଳର ଏପରି ଅଭିଯୋଗ ଜିଲା ପ୍ରଶାସନ ନିକଟରେ ବର୍ଷ ସାରା ପହଞ୍ଚୁଛି। ଏହି ଯୋଜନା ପରିବର୍ତ୍ତିତ ଭାବେ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଜିଲାରେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତି ହୋଇ ନ ଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଏରଡଙ୍ଗର ଅଭୟ କୁମାର ଦାସ କହିଛନ୍ତି, କର୍ମ ନିଯୁକ୍ତି କ୍ଷେତ୍ରରେ ବିକଟ ପରିସ୍ଥିତି ସୃଷ୍ଟି କରିଛି। ଅର୍ଥ ରୋଜଗାର ଏକ ବଡ଼ ସମସ୍ୟା ହୋଇଛି। ଏହି ଦୁଃସ୍ଥିତିରୁ ରକ୍ଷା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ପ୍ରାଥମିକତା ଦିଆଯାଇଥିଲା। ତେବେ ଶ୍ରମିକ ବଦଳରେ ମେଶିନ କାର୍ଯ୍ୟକରିବା ଦ୍ୱାରା ବହୁ ପ୍ରବାସୀ ନିରାଶ ହୋଇଛନ୍ତି। ଅନ୍ୟତମ ଅଭିଯୋଗକାରୀ ଶ୍ରୀତମ ଦାସ କହିଛନ୍ତି, ପ୍ରତି ଜବକାର୍ଡଧାରୀଙ୍କ ଲାଗି ଅନୂ୍ୟନ ୧୦୦ ଦିନ କାମ ପାଇଁ ଯୋଜନା ହୋଇଛି। ପ୍ରକଳ୍ପଗୁଡ଼ିକରେ କର୍ମନିଯୁକ୍ତି ମିଳୁ ନ ଥିବାରୁ ଯୁବବର୍ଗଙ୍କୁ ଜିଲା ବାହାରକୁ ଯିବାକୁ ପଡ଼ୁଛି। ସାମାଜିକ କର୍ମୀ ଅମିତାଭ ଚାନ୍ଦ କହିଛନ୍ତି, ଜିଲାରେ ଅନୂ୍ୟନ ଜଣେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତି ପାଇବାକୁ ଥିବାବେଳେ ଏଥିରେ ୨ ଅଧିକାରୀ ରହିପାରିବେ। ଯୋଜନାର ମୋଟ ୨୩ ବିଭାଗର ଅନିୟମିତତାକୁ ଏହି ଅଧିକାରୀ ତଦାରଖ କରିବେ। ଏହାଦ୍ୱାରା ଯୋଜନାର ଅଗ୍ରଗତି, ଶ୍ରମିକ ସମସ୍ୟା, ମିଛ ମଷ୍ଟରରୋଲ, ପ୍ରକଳ୍ପ ଆଦିର ଅନିୟମିତତାକୁ ରୋକାଯାଇ ପାରିବ। ଜିଲାରେ ଏହି ଅଧିକାରୀ ନ ଥିବାରୁ ସରକାରଙ୍କ ଏହି ଯୋଜନା ଫେଲ ମାରିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ଅଧିକାର କର୍ମୀ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି, ୨୦୧୦ ମସିହାରେ ଯୋଜନାର ସୁପରିଚାଳନା ପାଇଁ ଆଇନର ଧାରା ୨୭ରେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାର ୨୦୧୧ ଓ ୨୦୧୨ ମସିହାରେ ପ୍ରତ୍ୟେକ ଜିଲାରେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତ କରିଥିଲେ। ଏହାର ଅବଧି ଶେଷ ପରେ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲା ସମେତ ରାଜ୍ୟର ୧୯ଟି ଜିଲାରେ ଏହି ପଦବୀ ପୂରଣ ହୋଇନାହିଁ। ଫଳରେ ଶ୍ରମିକ ସମସ୍ୟାକୁ ନେଇ ସମାଧାନ ହୋଇପାରୁନାହିଁ। ବହୁ ସମୟରେ ପ୍ରକଳ୍ପରେ ଅନିୟମିତତା ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଯୋଜନାର ସାମାଜିକ ସମୀକ୍ଷା ବୈଠକ ହେଉଛି। ଏଥିରେ ଅନିୟମିତତା ଅଭିଯୋଗକୁ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri