ନିମ୍ନମାନର କାମ ନେଇ ଅଭିଯୋଗ

କେସିଙ୍ଗା,୩୧।୧୦(ଡି.ଏନ.ଏ.): ରାଜ୍ୟର ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରୁଛନ୍ତି। ଏହିକ୍ରମରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ୨୦୨୧-୨୨ ଆର୍ଥିକ ବର୍ଷରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ଭବାନୀପାଟଣା ପିଡବ୍ଲୁଡ଼ି ବିଭାଗକୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। ଏହାର ନିର୍ମାଣ ପାଇଁ କେସିଙ୍ଗା ଜିଆର କଷ୍ଟ୍ରକଶନ ଟେଣ୍ଡର ପକାଇଥିଲା। ହେଲେ ନିର୍ମାଣାଧୀନ ମିଶନ ଶକ୍ତି ଭବନରେ ବିନା ସୂଚନ ଫଳକ, ନିମ୍ନମାନ କାର୍ଯ୍ୟ ହେଉଛି ବୋଲି କେସିଙ୍ଗା ବୁଦ୍ଧିଜୀବୀମାନେ ପିଡବ୍ଲୁଡି ବିଭାଗର ଏସି, ଏସଡିଓ, ଜେଇ, ଏବଂ ମିଶନ ଶକ୍ତି ବିଭାଗ ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ଯେ, ଗତ ୨୭।୧୨।୨୦୨୧ରେ ଆରମ୍ଭ ହୋଇ ଗତ ୨୯।୯।୨୦୨୨ରେ ସମ୍ପୂର୍ଣ୍ଣ ହେବା କଥା। ଜମି ଚିହ୍ନଟ ପରେ କେସିଙ୍ଗା ସିଡିପିଓ କାର୍ଯ୍ୟାଳୟ ଚିଠି ନମ୍ବର ୬୯/୧୦।୫।୨୦୨୨ ଅନୁସାରେ ଉକ୍ତ ଠିକାଦାରଙ୍କୁ ଜମି ଚିହ୍ନଟ କାଗଜପତ୍ର ଦେବା ପରେ ନିର୍ମାଣ ପାଇଁ ଆଦେଶ ଦିଆଯାଇଥିଲା। ପିଡବ୍ଲୁଡି ବିଭାଗର ଜେଇଙ୍କ ଉପସ୍ଥିତରେ ସବୁ କାର୍ଯ୍ୟ ହେଉଛି। ମିଶନ ଶକ୍ତି ଫଣ୍ଡରୁ ୩୭ ଲକ୍ଷ ୪୫ ହାଜର ୭୧୮ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି। ବର୍ତ୍ତମାନ ଉକ୍ତ ଭବନର ଚତୁ ପାର୍ଶରେ ବାଡ଼ା କାମ ଦ୍ରୁତ ଗତିରେ ଚାଲିଛି। ଏ ନେଇ ମିଶନ ଶକ୍ତି ବିଭାଗ ବ୍ଲକ ପ୍ରୋଜେକ୍ଟ କୋର ସବିତା ସେଠୀଙ୍କୁ ପଚାରିବାରୁ ମିଶନ ଶକ୍ତି ଭବନ ଠିକ ଭାବେ କାମ ନିର୍ମାଣ ହେଉଛି ବୋଲି କହିଥିଲେ। ଏ ସଂକ୍ରାନ୍ତରେ ପିବ୍ଲୁଡି ବିଭାଗ ଏସଡିଓ ଭଗବାନ ସାହୁଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ଡ୍ରଇଂରେ ସାରା ଓଡ଼ିଶାରେ ଏହି ମିଶନ ଶକ୍ତି ଭବନ ଠିକ ଭାବେ ଚାଲିଛି। କେହି ବି ଏହି କାମ ଉପରେ ହାତ ମାରିପାରିବେ ନାହିଁ। ଜିଲାର ପ୍ରତ୍ୟେକ ବ୍ଲକ ଏବଂ କେସିଙ୍ଗାରେ ବହୁତ ଭଲ ଭାବେ କାମ ହେଉଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri