ନିମ୍ନମାନର କାମ ନେଇ ସିଡିଏମ୍‌ଓଙ୍କଠାରେ ଅଭିଯୋଗ

କେସିଙ୍ଗା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମପଞ୍ଚୟତ ବାଲସି ଗ୍ରାମରେ ନିର୍ମାଣାଧୀନ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିମ୍ନମାନର କାମ ଓ ବିନା ସୂଚନା ଫଳକରେ ଚାଲିଛି। ଏ ନେଇ ଗ୍ରାମବାସୀ ସିଡିଏମଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହି କାମରେ ଶିଶୁ ଶ୍ରମିକଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ଅଭିଯୋଗ ହେଉଛି। ବାଲସି ଗ୍ରାମରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡି ପଡ଼ିଥିବାରୁ ଗ୍ରାମବାସୀ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ ଅକ୍ଟୋବରରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ମାଣ କାମ ଚାଲିଛି। ଉକ୍ତ ବିଲ୍ଡିଂଗର ଫାଉଣ୍ଡେଶନ ଖୋଳାଠାରୁ କେନ୍ଦ୍ରର କାମ ସରିବାକୁ ବସିଲାଣି ହେଲେ ସୂଚନା ଫଳକ ଲେଖାଯାଇ ନାହିଁ। ଫଳରେ ଏହା କେଉଁ ବିଭାଗ ଦ୍ୱାରା, କେତେ ଟଙ୍କା, କାର୍ଯ୍ୟ ଆରମ୍ଭ ଏବଂ ଶେଷ ତାରିଖ ସମ୍ପର୍କରେ କୌଣସି ସୂଚନା ଲୋକେ ଜାଣିପାରୁନାହାନ୍ତି। ଏହି କେନ୍ଦ୍ର ପରିସରରେ ଗୋଟିଏ ହଲ, ଶୌଚାଳୟ, ଏକ ଶଯ୍ୟା, ବାରଣ୍ଡା, ରୋଷେଇ ଘର ରହିଛି। ଅତିନିମ୍ନମାନର ଭାବେ ଫାଉଣ୍ଡେଶନ କାମ ହେବା ସହ ସ୍ଲାପ, କଲମରେ ନିମ୍ନମାନର ଲୁହାଛଡ଼ ଲଗାଯାଇଥିବା ଅଭିଯୋଗ ହୋଇଛି। ବାଲି, ଚିପ୍ସ କମ ପରିମାଣରେ ସିମେଣ୍ଟ ମିଶାଇ ବିଲ୍ଡିଂଗ କାମ କରାଯାଇଛି। ଆଜକୁ ୩ ମାସ ହେଲାଣି ବିଲ୍ଡିଂଗ ପରିସରରେ ଏକ ନଳ କୂପ ଖୋଲାଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନ ଥିବାରୁ ସିମେଣ୍ଟ ଇଟାରେ ନିର୍ମିତ ଉକ୍ତ କେନ୍ଦ୍ରରେ ପାଣି ସିଞ୍ଚନ କରାଯାଉ ନାହିଁ। ୨୦୦୩-୪ ଆର୍ଥିକ ବର୍ଷରେ ବାଲସି ଏମଇ ସ୍କୁଲ ନିକଟରେ ଉପ ସ୍ବାସ୍ଥ୍ୟକେନ୍ଦ୍ର ଅତିନିମ୍ନମନର ଭାବେ ନିର୍ମାଣ କରାଯାଇଥିଲା। ଯାହା ଆଜକୁ ୨୦ ବର୍ଷ ହେଲା ଗୋଟିଏ ବିଲ୍ଡିଂଗ ଭାଙ୍ଗି ନଷ୍ଟ ହେଇଛି। ଅତିନିମ୍ନମାନର ଭାବେ ନିର୍ମାଣ କରାଯାଇଥିବାରୁ ବର୍ଷା ଋତୁରେ ପାଣି ଗଳି ଭାଙ୍ଗି ନଷ୍ଟ ହେଇଯାଇଛି। ସ୍ବାସ୍ଥ୍ୟ କର୍ମୀ ରହିବା ପାଇଁ ଘର ନ ଥିବାରୁ ଅସ୍ଥାୟୀ ଭାବେ ବାଲସି ଗ୍ରାମପଞ୍ଚାୟତ ଏକ ପ୍ରକୋଷ୍ଠରେ ସ୍ବାସ୍ଥ୍ୟ କର୍ମୀ ରହି କାମ କରୁଛନ୍ତି। ଗ୍ରାମବାସୀ ବହୁବାର ସିଡିଏମଓଙ୍କୁ ଲିଖିତ ଅଭିଯୋଗ ପରେ ଏହି ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁରୀ କରିଛନ୍ତି। ଠିକାଦାରଙ୍କ ମୁନ୍ସୀଙ୍କ ଦ୍ୱାରା ନିମ୍ନମାନର କାମ ଚାଲିଛି। ଏହି ବିଲ୍ଡିଂଗ ମଧ୍ୟ ୧୫ ରୁ୨୦ ବର୍ଷ ମଧ୍ୟରେ ଭାଙ୍ଗି ନଷ୍ଟ ହେବାର ସମ୍ଭାବନା ରହିଛି। ସେହିପରି କାଣ୍ଡେଲ ଗ୍ରାମରେ ମଧ୍ୟ ତଦୃପ ଚାଲିଛି ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର। ଆଜକୁ ଏକ ବର୍ଷରୁ ଊଦ୍ଧର୍‌ବ ହେଲାଣି ଭୁତ କୋଠି ପରି ପଡିରହିଛି। ମନ୍ଥର ଗତି ନିମ୍ନମାନର କାମ ଚାଲିଥିବାରୁ କାଣ୍ଡେଲ ଗ୍ରାମ ସାସ୍ଥ୍ୟ କର୍ମୀ ମଧ୍ୟ କାମ କରିବା ଓ ରହିବାରେ ଘୋର ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମଓଙ୍କୁ ପଚାରିବାରୁ ବିଲ୍ଡିଂଗ ଦାୟିତ୍ୱରେ ଥିବା ବିପିଏମଙ୍କୁ ଗୁରୁବାର ପଠାଇବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri