ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ , ଅଭିଯୋଗ ପରେ ଘଟଣା ସ୍ଥଳକୁ ପହଞ୍ଚି ଯାଞ୍ଚ କଲେ ବ୍ଳକ ଅଧ୍ୟକ୍ଷ

ପାଟଣାଗଡ଼ ୧୫।୧୧( ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଳକ ଡାଙ୍ଗବାହାଳ ପଞ୍ଚାୟତ ଗଡିଆଯୋର ଗ୍ରାମରେ ବିଧାୟକଙ୍କ ନିଜସ୍ବ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅଟକଳ ମୂଲ୍ୟର ଚାଲିଥିବା ରାସ୍ତା କାମ ନିମ୍ନମାନର କାମ ହେଉଥିବା ନେଇ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନିଲକାନ୍ତ ବାଗଙ୍କଠାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ବାଗ ଶୁକ୍ରବାର ଉକ୍ତ ଗ୍ରାମକୁ ପହଞ୍ଚି ଜେଇଙ୍କ ଉପସ୍ଥିତିରେ ହେଉଥିବା ରାସ୍ତା କାମର ଯାଞ୍ଚ କରିଥିଲେ ।

ଯାଞ୍ଚ ପରେ ଉକ୍ତ ରାସ୍ତା କାମରେ ବାଲି , ସିମେଣ୍ଟ ଓ ମେଟାଲ ଠିକ ସେ ନ ଦେଉଥିବା ସହ ମାପଚୁପ ଠିକ ନଥିବାରୁ କାମଟି ନିମ୍ନମାନର ହେଉଥିବା ଜାଣିବାକୁ ପାଇଥିଲେ । ପରେ ଏହି ଘଟଣାକୁ ନେଇ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜେଇ ଙ୍କୁ ତାଗିଦ କରି ଏହି କାମକୁ ବନ୍ଦ କରାଯାଉ ଓ ପୁନର୍ବାର ଏହି କାମକୁ ନୂତନ ଭାବେ ନିର୍ମାଣ କରାଯାଉ ବୋଲି କହିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ: ବାପ ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାରାଦୀପ,୨୦।୧: ଜଗତସିଂହପୁର ଜିଲା ଲକ୍‌ ଥାନା ପିପ୍ପଳ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାଳ ଗଦା ନିଆଁରେ ପୋଡ଼ିହୋଇ ଜଣେ ମହିଳା ଜୀବନ୍ତ...

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ବଢିଲା ଅଡୁଆ: ଜେଲର, ଅଧୀକ୍ଷକଙ୍କୁ ଏକ୍ସପ୍ଲାନେଶନ ଚିଠି

କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି, ଘଟଣାସ୍ଥଳରେ ନଥିଲେ କେହି…

ମୋହନା, ୨୦।୧( ମନ୍ମଥ ମିଶ୍ର ): ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ନିକଟ...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri