ଅନୁପ୍ରବେଶ ବନ୍ଦ ପାଇଁ ବାହାରୁନାହିଁ ସ୍ଥାୟୀ ସମାଧାନ ରାସ୍ତା, ଆନ୍ଧ୍ର ଅଧିକାରୀଙ୍କୁ ଘଉଡାଇ ମୁଣ୍ଡରୁ ଦାୟିତ୍ୱ ହଟାଉଛି ଓଡ଼ିଶା

ପଟ୍ଟାଙ୍ଗି,୧୫।୧୧(ଶରତ କୁମାର ଧଳ): ପଡୋଶୀ ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ ଗୁଡିକରେ ବାରମ୍ବାର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ପଛାଉ ନ ଥିବାବେଳେ ଓଡିଶା କିନ୍ତୁ ଆନ୍ଧ୍ର ଅନୁପ୍ରବେଶକାରୀଙ୍କୁ ଘଉଡାଇ ଭୁଣ୍ଡରୁ ଦାୟତ୍ୱ ହଟାଇ ଦେଉଛି। ଖବର ପାଇ ଅଧିକାରୀମାନଙ୍କୁ ଘଉଡାଇ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ କୁ ଦେଇ ମୁଣ୍ଡରୁ ଦାୟିତ୍ୱ ହଟାଇ ଚାଲିଛି ବ୍ଲକ ପ୍ରଶାସନ ତଥା ଓଡିଶା । ଏହିପରି କାର୍ଯ୍ୟ ଦିନେ ନୁହେଁ କି ଦୁଇଦିନ ନୁହେଁ । ପଡୋଶୀ ଆନ୍ଧ୍ର ଓଡ଼ିଶାର କୋରାପୁଟ ଜିଲା ଅଧିନରେ ରହିଥିବା ପଟ୍ଟାଙ୍ଗି ବ୍ଲକର ସୀମାନ୍ତ କୋଟିଆ ପଞ୍ଚାୟତକୁ ବାରମ୍ବାର ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛି ।

ସେପଟେ ଏହିପରି ସ୍ଥିତିରେ ଶୁକ୍ରବାର ପୁଣି ଉକ୍ତ ରାଜ୍ୟର ସାଲୁର୍‌ ମଣ୍ଡଳମ ( ବ୍ଲକ ) ଅଧିନରେ ରହିଥିବା ତୋଣାମ PHC ଡାକ୍ତର ଅଜୟ କୁମାର ନିଜ ସହ ଏକ ଦଳ ନେଇ କୋଟିଆ ପଞ୍ଚାୟତ ତଳ ଗଞ୍ଜେଇ ପଦର ଗ୍ରାମରେ ପହଞ୍ଚି ସୱାସ୍ଥ୍ୟ ଶିବିର ଆୟୋଜନ କରି ସୀମାନ୍ତ ବାସୀଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ପ୍ରଦାନ କରୁଥିବା ବେଳେ ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ତଥା ବିଡ଼ିଓ ରାମକ୍ରିଷ୍ନା ନାୟକ ଖବର ପାଇ ଉକ୍ତ ଗ୍ରାମରେ ପହଞ୍ଚି ଆନ୍ଧ୍ରର ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ସୀମାନ୍ତ ଗ୍ରାମ ଛାଡ଼ି ଚାଲିଯିବାକୁ କହିଥିଲେ । ଏହାପରେ ଆନ୍ଧ୍ରର ଉକ୍ତ ଡାକ୍ତରୀ ଦଳ ତଳ ଗଞ୍ଜେଇ ପଦର ଗ୍ରାମ ଛାଡ଼ି ଚାଲି ଯାଇଥିଲେ। ସୀମାନ୍ତ ଉକ୍ତ ଗ୍ରାମବାସୀଙ୍କୁ ବିଡ଼ିଓ ନାୟକ କୋଟିଆ ପଞ୍ଚାୟତ ସଦର ମହକୁମାରେ ରହିଥିବା ସୱାସ୍ଥ୍ୟ କେନ୍ଦ୍ରରେ ଅନେକ ଉନ୍ନତ ମାନର ଔଷଧ ରହିଛି ଏବଂ ଡାକ୍ତର ମଧ୍ୟ ରହିଛନ୍ତି ବୋଲି କହିଥିଲେ। ଯେତେବେଳେ ଯାହା ସ୍ବାସ୍ଥ୍ୟ ସମସ୍ୟା ହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ନିଜ ପାଖରେ ପାଇ ପାରିବ କିନ୍ତୁ ଗୋଟିଏ ରୋଗ ପାଇଁ ଦୁଇ ରାଜ୍ୟରୁ ଭିନ୍ନ ଭିନ୍ନ ଔଷଧ ବ୍ୟବହାର କରିଲେ ସ୍ବାସ୍ଥ୍ୟ ପ୍ରତି ବିପଦ ହେବ ବୋଲି ବୁଝାଇ ଫେରିଥିଲେ ।

ସୂଚନା ମୁତାବକ ପଡୋଶୀ ଆନ୍ଧ୍ର ଏହିପରି ନିୟମିତ ଅନୁପ୍ରବେଶ କରି କିଛି ନା କିଛି ସରକାରୀ କାର୍ଯ୍ୟକ୍ରମ କରି ଫେରୁଥିବା ବେଳେ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଖବର ପାଇ ହେଉଥିବା କାର୍ଯ୍ୟକ୍ରମକୁ ବନ୍ଦ କରାଇ ଆନ୍ଧ୍ର ରାଜ୍ୟର ପଦାଧିକାରୀ ମାନଙ୍କୁ ଘଉଡାଇ ନିଜର ଦାୟିତ୍ୱ ସାରି ଦେଉଥିଲେ ମଧ୍ୟ ଆନ୍ଧ୍ର ରାଜ୍ୟ ଉପରେ କିମ୍ବା ଉକ୍ତ ରାଜ୍ୟର ପଦାଧିକାରୀ ମାନଙ୍କ କ୍ଷେତ୍ରରେ କୌଣସି ଫରକ ପଡୁନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ…

ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ…

ବସ ଚକ ତଳେ ପଶିଗଲେ ବାଇକ ଆରୋହୀ: ଭୟଙ୍କର ଦୁର୍ଘଟଣା ସିସିଟିଭିରେ କଏଦ, ଜାଣନ୍ତୁ କ’ଣ ହେଲା

ବଲାଙ୍ଗୀର,୨୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା।…

କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବି ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ…

ରାସ୍ତାକଡରେ ଗଛକୁ ଧକ୍କା ଦେଲା ବାଇକ, ରାତିସାରା ଘଟଣାସ୍ଥଳରେ ପଡ଼ିରହିଥିଲେ, ସକାଳୁ…

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମ ପୋଖରୀ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଗଛକୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ…

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ…

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri