କବିସୂର୍ଯ୍ୟନଗର,୧।୬(କୃପାସିନ୍ଧୁ ସ୍ବାଇଁ): କବିସୂର୍ଯ୍ୟନଗର ପୋଲିସ ନାଁରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଥାନା ଭିତରେ ଯୁବକଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୋଲିସ ସୁଶାନ୍ତ ସାହୁଙ୍କୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ତେବେ ପୋଲିସ ମୋ ସ୍ୱାମୀଙ୍କୁ ମାରିଦେଇଛି ବୋଲି ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ସ୍ତ୍ରୀ ମାମାଜିନ ପ୍ରଧାନ। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ମୃତ ବ୍ୟକ୍ତି ସୁବୁଳିଆ ଗ୍ରାମର ୩୨ ବର୍ଷୀୟ ସୁଶାନ୍ତ ସାହୁ ବୋଲି ଜଣାପଡ଼ିଛି । ଗତ ୨୫ ତାରିଖରେ ସୁବୁଳିଆ ନିକଟ ପାହାଡ଼ରୁ ଗାଡ଼ିରେ ପଥର ଲୋଡ଼ ହେଉଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସୁଶାନ୍ତ ସାହୁଙ୍କୁ ୨୫ ତାରିଖରୁ ଥାନାରେ ରଖିଥିଲେ । ଗତକାଲି ୩୧ ତାରିଖରେ ଅଣ୍ଡରଟେକିଂ ଲେଖେଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଅସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି।
ଥାନାରେ ନିର୍ଯାତନା ଓ ନିର୍ଧୁମ ମାଡ଼ ମାରିବା ସହ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ପକାଇଦେଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଆସିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ସୁଶାନ୍ତ ସାହୁଙ୍କୁ ଭର୍ତ୍ତି ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନତାରିତ କରାଯାଇଥିଲା । ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ମୋ ସ୍ୱାମୀଙ୍କୁ ମାରିଦେଇଛି ବୋଲି ଅଭିଯୋଗ ଆଣିଲେ ସ୍ତ୍ରୀ ମାମାଜିନ ପ୍ରଧାନ।