Posted inଖେଳ

ଅଭିଯୋଗ ଆଣିଲେ ପି.ଟି. ଉଷା

ନୂଆଦିଲ୍ଲୀ,୯ା୪(ପି.ଟି.): ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌ (ଆଇଓଏ) ସଭାପତି ପି.ଟି. ଉଷା ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ମାନେ ତାଙ୍କୁ ସାଇଡ୍‌ ଲାଇନ୍‌ କରିବାକୁ ପ୍ରୟାସ କରୁଥିବା ନେଇ ଉଷା ସୋମବାର ଅଭିଯୋଗ ଆଣିଛନ୍ତି। ଏପରି କି ତାଙ୍କ ଦ୍ୱାରା ନିଯୁକ୍ତ ଅଫିସିଆଲଙ୍କୁ ଟର୍ମିନେସନ ଲେଟର ଦିଆଯାଇଥିବା ସେ କହିଛନ୍ତି। ଶୁକ୍ରବାର ଆଇଓଏର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୯ ସଦସ୍ୟ ଏକ ନୋଟିସ୍‌ ପାରିତ କରିଥିଲେ। ଅନଧିକୃତ ବ୍ୟକ୍ତିଙ୍କ ଆଇଓଏ ମୁଖ୍ୟାଳୟ ପ୍ରବେଶ ଉପରେ କଟକଣା ପାଇଁ ଏହି ନୋଟିସ୍‌ ଉଦ୍ଦିଷ୍ଟ ଥିଲା। ଦୁଇ ଜଣ ନବନିଯୁକ୍ତ ଅଧିକାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ ଥିବାରୁ ଉଷା ଏହାକୁ ନିନ୍ଦା କରିଛନ୍ତି। ଜାନୁଆରୀ ମାସରେ ଆଇଓଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ରଘୁରାମ ଆୟରଙ୍କୁ ଓ ଅଜୟ ନାରଙ୍ଗଙ୍କୁ ଉଷାଙ୍କ ସହକାରୀ ଭାବେ ନିଯୁକ୍ତି ମିଳିଥିଲା। ଉଭୟଙ୍କ ଟର୍ମିନେସନ ପାଇଁ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟମାନେ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଆଇନତଃ ଅବୈଧ ବୋଲି କହିଛନ୍ତି ଉଷା।
ଆଇଓଏର ସଦସ୍ୟମାନେ ଗୋଟିଏ ଟିମ୍‌ ଭାବରେ କାମ ନ କରିପାରିବା ଅତ୍ୟନ୍ତ ଦୁଃଖଦାୟକ। ମୋତେ ସାଇଡ୍‌ ଲାଇନ୍‌ କରିବା ପାଇଁ ଏଭଳି ପ୍ରୟାସ ମଧ୍ୟ ଚିନ୍ତାଜନକ। ଆଇଓଏର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦର ଦାୟିତ୍ୱ ନୁହେଁ। କାହାକୁ ନିଯୁକ୍ତି ଦିଆଯିବ ଓ କାହାକୁ କଢ଼ାଯିବ ଏହା ଉପରେ କାର୍ଯ୍ୟନିର୍ବାହୀ ପରିଷଦ ଧ୍ୟାନ ରଖିବା ସବୁଠାରୁ ଦୁର୍ଭାଗ୍ୟଜନକ। ଆଇଓଏକୁ ଏକ ନୂତନ ଶିଖରରେ ପହଞ୍ଚାଇବା ପାଇଁ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟମାନେ ଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି ଉଷା। ଆଇଓଏର ଅନ୍ତର୍ଦ୍ୱନ୍ଦ୍ୱ ଜାନୁଆରୀ ମାସରୁ ପଦାରେ ପଡ଼ିଥିଲା। ପ୍ୟାରିସ୍‌ ଅଲିମ୍ପିକ୍ସକୁ ମାତ୍ର ୩ ମାସ ବାକି ରହିଥିବା ବେଳେ ଏଭଳି ଗୋଡ଼ଟଣା ନୀତି ଆମକୁ କ୍ଷତି ପହଞ୍ଚାଇବ ବୋଲି ଉଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri