Posted inଖେଳ

ଅଭିଯୋଗ ଆଣିଲେ ପି.ଟି. ଉଷା

ନୂଆଦିଲ୍ଲୀ,୯ା୪(ପି.ଟି.): ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌ (ଆଇଓଏ) ସଭାପତି ପି.ଟି. ଉଷା ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ମାନେ ତାଙ୍କୁ ସାଇଡ୍‌ ଲାଇନ୍‌ କରିବାକୁ ପ୍ରୟାସ କରୁଥିବା ନେଇ ଉଷା ସୋମବାର ଅଭିଯୋଗ ଆଣିଛନ୍ତି। ଏପରି କି ତାଙ୍କ ଦ୍ୱାରା ନିଯୁକ୍ତ ଅଫିସିଆଲଙ୍କୁ ଟର୍ମିନେସନ ଲେଟର ଦିଆଯାଇଥିବା ସେ କହିଛନ୍ତି। ଶୁକ୍ରବାର ଆଇଓଏର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୯ ସଦସ୍ୟ ଏକ ନୋଟିସ୍‌ ପାରିତ କରିଥିଲେ। ଅନଧିକୃତ ବ୍ୟକ୍ତିଙ୍କ ଆଇଓଏ ମୁଖ୍ୟାଳୟ ପ୍ରବେଶ ଉପରେ କଟକଣା ପାଇଁ ଏହି ନୋଟିସ୍‌ ଉଦ୍ଦିଷ୍ଟ ଥିଲା। ଦୁଇ ଜଣ ନବନିଯୁକ୍ତ ଅଧିକାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ ଥିବାରୁ ଉଷା ଏହାକୁ ନିନ୍ଦା କରିଛନ୍ତି। ଜାନୁଆରୀ ମାସରେ ଆଇଓଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ରଘୁରାମ ଆୟରଙ୍କୁ ଓ ଅଜୟ ନାରଙ୍ଗଙ୍କୁ ଉଷାଙ୍କ ସହକାରୀ ଭାବେ ନିଯୁକ୍ତି ମିଳିଥିଲା। ଉଭୟଙ୍କ ଟର୍ମିନେସନ ପାଇଁ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟମାନେ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଆଇନତଃ ଅବୈଧ ବୋଲି କହିଛନ୍ତି ଉଷା।
ଆଇଓଏର ସଦସ୍ୟମାନେ ଗୋଟିଏ ଟିମ୍‌ ଭାବରେ କାମ ନ କରିପାରିବା ଅତ୍ୟନ୍ତ ଦୁଃଖଦାୟକ। ମୋତେ ସାଇଡ୍‌ ଲାଇନ୍‌ କରିବା ପାଇଁ ଏଭଳି ପ୍ରୟାସ ମଧ୍ୟ ଚିନ୍ତାଜନକ। ଆଇଓଏର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦର ଦାୟିତ୍ୱ ନୁହେଁ। କାହାକୁ ନିଯୁକ୍ତି ଦିଆଯିବ ଓ କାହାକୁ କଢ଼ାଯିବ ଏହା ଉପରେ କାର୍ଯ୍ୟନିର୍ବାହୀ ପରିଷଦ ଧ୍ୟାନ ରଖିବା ସବୁଠାରୁ ଦୁର୍ଭାଗ୍ୟଜନକ। ଆଇଓଏକୁ ଏକ ନୂତନ ଶିଖରରେ ପହଞ୍ଚାଇବା ପାଇଁ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟମାନେ ଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି ଉଷା। ଆଇଓଏର ଅନ୍ତର୍ଦ୍ୱନ୍ଦ୍ୱ ଜାନୁଆରୀ ମାସରୁ ପଦାରେ ପଡ଼ିଥିଲା। ପ୍ୟାରିସ୍‌ ଅଲିମ୍ପିକ୍ସକୁ ମାତ୍ର ୩ ମାସ ବାକି ରହିଥିବା ବେଳେ ଏଭଳି ଗୋଡ଼ଟଣା ନୀତି ଆମକୁ କ୍ଷତି ପହଞ୍ଚାଇବ ବୋଲି ଉଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri