‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ ମାନହାନି ମାମଲାକୁ ଅଦାଲତ ଭିତ୍ତିହୀନ ଦର୍ଶାଇ ଖାରଜ କରିଦେଇଛନ୍ତି। ପ୍ରକାଶିତ ଖବରରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ନିଆଯାଇ ନ ଥିଲା କିମ୍ବା ନିର୍ଦ୍ଦିଷ୍ଟ ବିଦ୍ୟାଳୟ ନାମ ଉଲ୍ଲେଖ କରାଯାଇ ନ ଥିବାରୁ ଏହା କୌଣସି ଆକ୍ଷେପମୂଳକ ଖବରକୁ ପ୍ରୋତ୍ସାହିତ କରୁ ନାହିଁ ବୋଲି ଦର୍ଶାଇ ନିମାପଡ଼ା ଅତିରିକ୍ତ ଜିଲାଜଜ୍‌ ମାନ୍ୟବର ସୌମ୍ୟକ ପାତ୍ର ଅପିଲକୁ ରଦ୍ଦ କରିବା ସହ ନିମାପଡ଼ା ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ କୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି।

ପ୍ରକାଶ ଯେ, ୨୦୦୮ ମସିହାରେ ଧରିତ୍ରୀରେ ଗୋପ ବ୍ଲକ ଅଞ୍ଚଳରେ ଜାଲ ସାର୍ଟିଫିକେଟରେ କେତେଜଣ ଶିକ୍ଷକ ଚାକିରି କରିଥିବା ସମ୍ପର୍କିତ ଅଭିଯୋଗକୁ ନେଇ ଏକ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏପରି କି ଉକ୍ତ ଖବରରେ ଗୋପ ଅଞ୍ଚଳର ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଥାଇ ୫ ହଜାରରୁ ୨୦ ହଜାର ଟଙ୍କା ମଧ୍ୟରେ ବିଭିନ୍ନ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରୁଥିବା ନେଇ ଖବର ପ୍ରକାଶିତ ହୋଇଥିଲା। ଉକ୍ତ ଖବର ବିରୋଧରେ ଜଣେ ଶିକ୍ଷକ ଧରିତ୍ରୀ ସମ୍ପାଦକ ଏବଂ ଗୋପ ଅଞ୍ଚଳରେ କାର୍ଯ୍ୟ କରୁଥିବା ଖବରଦାତା ଭାରତୀ ଭୂଷଣ ଉପାଧ୍ୟାୟଙ୍କ ବିରୋଧରେ ନିମାପଡ଼ା ସିଭିଲ୍‌ ଜଜ୍‌(ବରିଷ୍ଠ)ଙ୍କ ଅଦାଲତରେ ଏକ ମାନହାନି ମାମଲା(ସିଏସ୍‌ ନଂ. ୧୨୪/୨୦୦୮) ରୁଜୁ ସହ ୧ଲକ୍ଷଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଉକ୍ତ ମାମଲାରେ ସିଭିଲ ଜଜ୍‌ ଶୁଣାଣି କରି ସମସ୍ତ ସାକ୍ଷ୍ୟ ଏବଂ ପ୍ରମାଣକୁ ଭିତ୍ତି କରି ୨୦୨୫ ଫେବୃଆରୀ ୧୧ରେ ରାୟ ପ୍ରକାଶ କରିବା ସହ ମାମଲାକୁ ଖାରଜ କରିଥିଲେ। ଅଦାଲତଙ୍କ ଉକ୍ତ ରାୟ ବିରୋଧରେ ସମ୍ପୃକ୍ତ ଶିକ୍ଷକ ନିମାପଡ଼ା ଅତିରିକ୍ତ ଜିଲା ଜଜ୍‌ କୋର୍ଟରେ ଅପିଲ୍‌ କରିଥିଲେ। ଅତିରିକ୍ତ ଜିଲା ଜଜ୍‌ ସମସ୍ତ ଦସ୍ତାବିଜ ଏବଂ ତଳ କୋର୍ଟଙ୍କ ରାୟକୁ ସମୀକ୍ଷା କରିବା ପରେ ଆବେଦନକାରୀଙ୍କ ପ୍ରାର୍ଥନାକୁ ଖାରଜ କରିବା ସହ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri