Categories: ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ ଭୋଟ୍‌ ଆଉ କିଏ ଦେଇଥିବା ଅଭିଯୋଗ

ଚେନ୍ନାଇ,୧୯ା୨: ତାମିଲନାଡୁ ପୌର ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଏଲ୍‌. ମୁରୁଗାନ୍‌ଙ୍କ ଭୋଟ ଅନ୍ୟ କେହି ଦେଇଥିବା ଭାଜପା ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶନିବାର ଅଭିଯୋଗ ଆଣିଛନ୍ତି। ସରକାରୀ କଳର ଅପବ୍ୟବହାର କେଉଁ ସ୍ତରରେ ପହଞ୍ଚତ୍ଲାଣି ତାହା ଏଥିରୁ ସ୍ପଷ୍ଟ ବୋଲି ଆନ୍ନାମଲାଇ ଟୁଇଟ୍‌ କରି କହିଛନ୍ତି। କୋଏମ୍ବାଟୁର ସମେତ ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ର ବାହାରେ ଟଙ୍କା ବଣ୍ଟା ଯାଉଛି। ଚେନ୍ନାଇ ଆନ୍ନା ନଗର ପୂର୍ବ ଆସନକୁ କେନ୍ଦ୍ରମନ୍ତ୍ରୀ ମୁରୁଗାନ୍‌ ଭୋଟ ଦେବାକୁ ଯାଇଥିବାବେଳେ ତାଙ୍କ ଭୋଟ୍‌ ଆଉ କିଏ ଦେଇସାରିଥିଲେ। ତେବେ ମୁରୁଗାନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତାମିଲନାଡୁର ୬୪୮ ପୌରସଂସ୍ଥା ଲାଗି ଶନିବାର ମତଦାନ ହୋଇଛି।

Share