ମଦ ବିକ୍ରି ସମ୍ପୂର୍ଣ ବନ୍ଦ କରିବାକୁ ଅଣ୍ଟାଭିଡ଼ିଲେ ମହିଳା, ଜିଲା ପ୍ରଶାସନକୁ ଦେଲେ ଅଭିଯୋଗ ପତ୍ର

କୋରାପୁଟ,୩୦।୧୨(ଅମିତାଭ ବେହେରା ): କୋରାପୁଟ ଜିଲାର ଜୟପୁର ବ୍ଲକର ଟାଙ୍କୁଆ ପଞ୍ଚାୟତରେ ସମ୍ପୂର୍ଣ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା। ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣିକୁ ଆସିଥିବା ସ୍ବୟଂ ସହାୟକ ଦଳର ମହିଳାମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଘେରି ନିବେଦନ କରିଛନ୍ତି। ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ଚାଲିଥିବା ବେଳେ କୋରାପୁଟ ଜିଲା ଜୟପୁର ବ୍ଲକର ଟାଙ୍କୁଆ ପଞ୍ଚାୟତର ମା ତାରିଣୀ , ମା ମଙ୍ଗଳା , ନଡ଼ିଆ ରାଣୀ ଆଦି ବହୁ ସ୍ବୟଂ ସହାୟକ ଦଳର ମହିଳା ଅଭିଯୋଗ ଶୁଣାଣିରେ ପହଞ୍ଚି ଥିଲେ। ଏହି ସମୟରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା କୌଣସି କାର୍ଯ୍ୟରେ ଚାଲିଯାଉଥିବା ବେଳେ ମହିଳାମାନେ ତାଙ୍କୁ ଘେରାଉ କରିବା ସହ ପଞ୍ଚାୟତରେ ଅବାଧରେ ଏବଂ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦକୁ ବନ୍ଦ କରିବାକୁ କହିଥିଲେ।

ବର୍ଷ ବର୍ଷ ଧରି ମଦ ବିକ୍ରି ଚାଲିଥିବାରୁ ଯୁବକମାନେ ଅଧ୍ୟୟନ ଛାଡି ମଦ୍ୟପାନ କରି ସେମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି। ଏପରିକି ମଦ ପିଇ ଅନେକ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି। ସେହିଭଳି ଘରୋଇ ହିଂସା ବୃଦ୍ଧିପାଇବା, ଏମିତିକି ଗତ ବର୍ଷକ ମଧ୍ୟରେ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଆଦି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ତୁରନ୍ତ ଏହାକୁ ବନ୍ଦକରିବା ପାଇଁ ନିବେଦନ କରି, ତେବେ ଯଦି ବନ୍ଦ କରାନଯାଏ ତେବେ ବାଧ୍ୟହୋଇ ଆଇନକୁ ହାତକୁ ନେବା ସହ ଯାହା ଅଘଟଣ ଘଟିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି। ଏଣୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚଢ଼ାଉ କରାଯାଇ ବେଆଇନ ମଦ ବିକ୍ରିକୁ ବନ୍ଦ କରିବାକୁ ଅଧିକ୍ଷକ ବର୍ମା ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗପତ୍ର ପ୍ରଦାନ ବେଳେ ବିମଳା ଗୌଡ଼ , ରାଜଶ୍ରୀ ପାଣିଗ୍ରାହୀ , ଗୌରୀ ପାଲମା , ସବିତା ଗୋଲରି , ଯମୁନା ମାଝୀ , ସୁନାମଣୀ ଭୂମିଆ, ହସବତୀ ଗୌଡ଼ , ଜୟନ୍ତୀ ଗୌଡ଼, ପୂର୍ଣିମା ସାହୁ ନବୀନା ଗୌଡ଼, ରାଧା ଫାଲମାଙ୍କ ସହ ବହୁ ମହିଳା ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri