କ୍ଷତିଭରଣା ଅର୍ଥ ଅଫିସର, ଠିକା ସଂସ୍ଥା ଦିଅନ୍ତୁ

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପକୁ ନେଇ କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଚିଠି ଚର୍ଚ୍ଚାରେ ଅଛି। ଗୁରୁବାର ଧରିତ୍ରୀରେ ଏ ସମ୍ପର୍କରେ ଖବର ପ୍ରକାଶ ପରେ କ୍ଷତିଭରଣା ଅର୍ଥ ଗ୍ରାମ୍ୟ ଜଳଯୋଗାଣ ବିଭାଗର ତତ୍କାଳୀନ ଅଧିକାରୀ ଓ ଠିକା ସଂସ୍ଥା ଦିଅନ୍ତୁ ବୋଲି ମତ ମିଳିଛି। ଜଙ୍ଗଲ ନଷ୍ଟ କରି ନୂତନ ଜଙ୍ଗଲ ସୃଷ୍ଟିରେ ୧୦ ବର୍ଷ କମ୍‌ ସମୟ ସୀମା ବୋଲି ପରିବେଶବିତ୍‌, ବୁଦ୍ଧିଜୀବୀ ଓ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଅଭିଯୋଗ ଦାଖଲକାରୀ ପ୍ରକାଶ କରିଛନ୍ତି।
ଜିଲାର ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୨୦୦ ରାଜସ୍ବ ଗ୍ରାମରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ୨୪୧ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୯ରେ ମଣିକୁଣ୍ଡାଠାରେ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ସ୍ଥାନ ଜଙ୍ଗଲ କିସମ ହୋଇଥିବାରୁ ଏ ନେଇ ସ୍ଥାନୀୟ ଅଞ୍ଚଳର ଆଳୟ ସାମନ୍ତରାୟ ଓ ସମ୍ପଦ ସ୍ବାଇଁ ଏନ୍‌ଜିଟିରେ ଆପତ୍ତି କରିଥିଲେ। ଏନ୍‌ଜିଟି ପକ୍ଷରୁ ପରିବେଶ ଓ ଜଙ୍ଗଲ ନଷ୍ଟ ହେଉଥିବା ଦର୍ଶାଇ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିଥିଲେ। ଏଥିସହ ଜଙ୍ଗଲ ନଷ୍ଟ ସମ୍ପର୍କରେ ତଦନ୍ତ କମିଟି ଗଠନ ସହ କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ଅନୁମତି ନେବାକୁ ପ୍ରକଳ୍ପ ପ୍ରସ୍ତୁତ କର୍ତ୍ତା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ସ୍ଥାନ ବଦଳରେ ବଡ଼ପାଳଠାରେ ଜଙ୍ଗଲ ସୃଷି ପାଇଁ ଜମି ପ୍ରଦାନ ଅନୁମତି ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟକୁ ଚିଠି ହୋଇଥିଲା ା ପର୍ଯ୍ୟାବରଣ ମନ୍ତ୍ରଣାଳୟର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଅଧିକାରୀ ଜମି ବଦଳ ଓ ପ୍ରସ୍ତାବିତ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ଅନୁମତି ଦେଇଥିଲେ ମଧ୍ୟ ଚିଠି (ନଂ. ୫ ଓଆରବି/ ୪୪୫/ ୨୦୨୧/ବିଏଚୟୁ)ରେ ୩୦ଟି ସର୍ତ୍ତ ସହ କଟକ ସର୍କଲର ଜଳଯୋଗାଣ ବିଭାଗ ସହକାରୀ ମୁଖ୍ୟଯନ୍ତ୍ରୀଙ୍କୁ ଜଙ୍ଗଲ ସୃଷ୍ଟି ଓ ଜରିମାନା ବାବଦ ୮୪,୫୨,୬୦୪ ଟଙ୍କା କାମ୍ପା ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତଦନ୍ତ କମିଟି ଗଠନ କରାଯାଇ ଜଙ୍ଗଲ ନଷ୍ଟରେ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ବନ ସଂରକ୍ଷଣ ୧୯୮୦ ଆଇନର ଧାରା ୩(କ) ଓ (ଖ)ରେ ଦଣ୍ଡ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଗତ ୧୬ ତାରିଖରେ କ୍ଷତିଭରଣା ବାବଦ ଅର୍ଥ ଦେବାକୁ କେନ୍ଦ୍ରାପଡ଼ା ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ କଟକ ସର୍କଲର ସହକାରୀ ମୁଖ୍ୟଯନ୍ତ୍ରୀଙ୍କୁ ଲେଖିଥିବା ଚିଠି (୫୯୩୫) ଏବେ ଚର୍ଚ୍ଚାର କାରଣ ହୋଇଛି। ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ପୁରୁଣା ଜଙ୍ଗଲକୁ ବିଲୋପ କରି ୧୦ ବର୍ଷ ମଧ୍ୟରେ ନୂଆ ଜଙ୍ଗଲ ସୃଷ୍ଟି କରିବା ଏକ ହାସ୍ୟାସ୍ପଦ କଥା। ଜଙ୍ଗଲ କେବଳ ଗଛକୁ ବୁଝାଏ ନାହିଁ। ଏଠାରେ ଥିବା ପକ୍ଷୀଠାରୁ ଆରମ୍ଭ କରି ଜୀବଜନ୍ତୁ ଆଶ୍ରୟହୀନ ହୋଇପଡ଼ିବେ। ବିଶ୍ୱତାପନ ସମ୍ପର୍କରେ ଆମେ ଦୀର୍ଘ ଭାଷଣ ଦେଉଥିବା ବେଳେ ପ୍ରକୃତରେ ଏହାର ସୁରକ୍ଷା ଦେଇ ପାରୁ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ କହିଛନ୍ତି, ଜଙ୍ଗଲ ନଷ୍ଟ କରିଥିବା ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ପକ୍ଷରୁ ଏହି କ୍ଷତି ଅର୍ଥ ଭରଣା ହେଲେ ସଚେତନତା ସୃଷ୍ଟି ହେବ। ପ୍ରକୃତି ଓ ପରିବେଶକୁ ନଷ୍ଟ ହେବା ପୂର୍ବରୁ ସରକାରୀ କର୍ମଚାରୀ ସଚେତନ ହେବେ। ନଚେତ୍‌ ଖରସ୍ରୋତା ନଦୀ ପାଣି ବିବାଦ ପରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଏ ସମ୍ପର୍କରେ ଏନ୍‌ଜିଟିରେ ମାମଲା କରିଥିବା ସାମନ୍ତରାୟ ଓ ସ୍ବାଇଁ କହିଛନ୍ତି, କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟର ଚିଠିରେ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଅଛି। ଏହା ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜମି ବଦଳ କଥା ଉଠିବ। ଏ ନେଇ ଏନ୍‌ଜିଟି ଶୁଣାଣିରେ ତଥ୍ୟ ଉପସ୍ଥାପନ କରିବେ। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ବନ ସଂରକ୍ଷଣ ଆଇନ ଧାରା ୩(କ)ଓ (ଖ) ଅନୁଯାୟୀ ଭୁଲ୍‌ ସ୍ବୀକାର ପତ୍ରଠାରୁ ୧୫ ଦିନ ପର୍ଯ୍ୟନ୍ତ ଜେଲଦଣ୍ଡ ଅଛି। ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ୨.୫ ଲକ୍ଷ ଲୋକଙ୍କୁ ପାଣି ପରି ମୌଳିକ ଆବଶ୍ୟକତା ପୂରଣ ପାଇଁ ଏହି ପ୍ରକଳ୍ପ ହୋଇଛି। ଏନ୍‌ଜିଟି ମାମଲା ଯୋଗୁ ପଡି ରହିଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆମର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି  ଜିଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri